ତମ୍ବା ପାତ୍ରରେ ପାଣି ରଖି ପିଇଲେ କଣ ହୁଏ, ଜାଣନ୍ତୁ ଏହି ଚାରୋଟି ଉପକାରିତା

Published: Dec 18, 2021, 8:59 am IST

କୋଲକାତା: ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆମ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ପ୍ରଚୁର ଜଳ ପିଇବା ଦ୍ୱାରା ଆମ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଯାହା ଆମ ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ସାଧାରଣ ଗ୍ଲାସ ଅପେକ୍ଷା ତମ୍ବା ପାତ୍ରର ପାଣି ସ୍ବାସ୍ଥ୍ୟ ପାଇଁ ବେଶ ଉପକାର କରିଥାଏ।

ତେବେ ଏହା ପ୍ରାଚୀନ ଯୁଗରୁ ପ୍ରମାଣିତ ହୋଇ ଆସିଛି ଯେ, ତମ୍ବା ପାତ୍ରରେ କିଛି ସମୟ ପାଣି ରଖି ପିଇଲେ ତାହା ଶରୀର ପାଇଁ ଅନେକ ଉପକାର ଦେଇଥାଏ। ଯଦି ରାତିରେ ତମ୍ବାପାତ୍ରରେ ପାଣି ରଖି ସକାଳୁ ପିଇଲେ ତାହା ଆହୁରି ଅଧିକ କାମ ଦିଏ। ତେବେ ଜାଣନ୍ତୁ ତମ୍ବାପାତ୍ରରେ ଥିବା ପାଣି ପିଇଲେ ଶରୀର ପ୍ରତି କିପରି ଉପକାରୀ ହୋଇଥାଏ।

୧- ବେଳେବେଳେ କିଛି ଭୁଲ ଖାଇବା କାରଣରୁ ଆମର ହଜମ ପ୍ରକ୍ରିୟା ଅତ୍ୟନ୍ତ ଖରାପ ହୋଇପଡେ। ଏ ସବୁର ନିରାକରଣ ପାଇଁ ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ନିୟମିତ ପାନ କଲେ ଏହା ପେଟକୁ ସଫା ରଖେ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣେ।

୨- ଯଦି ଆପଣ ଓଜନ ବୃଦ୍ଧି ଯୋଗୁଁ ଅସୁବିଧାରେ ପଡୁଛନ୍ତି, ତେବେ ଏକ ତମ୍ବା ପାତ୍ରରେ ରଖାଯାଇଥିବା ଜଳ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଅତ୍ୟଧିକ ଚର୍ବି କମିଯାଏ।

୩- ଯଦି ଆପଣଙ୍କର ପେଟରେ ଅଲସର୍ ସମସ୍ୟା ଅଛି, ତେବେ ରାତିରେ ଏକ ତମ୍ବା ପାତ୍ରରେପାଣି ରଖି ସକାଳୁ ନିୟମିତ ପାନ କରନ୍ତୁ। ଏହା ଅଲସର ରୋଗକୁ ଶୀଘ୍ର ଭଲ କରିଥାଏ।

୪- ଯଦି ପାଣିପାଗ ପରିବର୍ତ୍ତନ ହେତୁ ଥଣ୍ଡା ହୁଏ, କିମ୍ବା ଆପଣ କୈଣସି ପ୍ରକାର ସଂକ୍ରମଣରେ ଅସୁବିଧାରେ ପଡ଼ନ୍ତି, ତେବେ ନିୟମିତ ଭାବରେ ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଅନ୍ତୁ।

Related posts