Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଢିଲା ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ, ଆସନ୍ତା ନିର୍ବାଚନରୁ ହେବ ଲାଗୁ
ଜାତୀୟ ଖବର

ବଢିଲା ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ପରିମାଣ, ଆସନ୍ତା ନିର୍ବାଚନରୁ ହେବ ଲାଗୁ

January 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଧାନସଭା, ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚର ପରିମାଣ ବଢିଲା, ଆସନ୍ତା ନିର୍ବାଚନରୁ ହେବ ଲାଗୁ

ନୂଆଦିଲ୍ଲୀ: ଭାରତ ନିର୍ବାଚନ କମିଶନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ତାହା ହେଲା, ଏଣିକି ସେମାନେ ନିର୍ବାଚନ ପ୍ରଚାର ଖର୍ଚ୍ଚକୁ ବୃଦ୍ଧି କରିପାରିବେ। ପୂର୍ବରୁ ଯେତିକି ଖର୍ଚ୍ଚ କରୁଥିଲେ ନିର୍ବାଚନ କମିଶନ ସେଥିରେ ପ୍ରାୟ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ନୂଆ ନିୟମ ଅନୁସାରେ ଏଣିକି ବିଧାୟକ ପ୍ରାର୍ଥୀମାନେ ପ୍ରଚାର ପାଇଁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ପରିମାଣ 28 ଲକ୍ଷ ଥିଲା। ସେହିପରି ସାଂସଦ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପାଇଁ 95 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ପରିମାଣ 54 ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ପରିସ୍ଥିତିକୁ ଦେଖି ନିର୍ବାଚନ କମିଶନର ଏପରି ନିଷ୍ପତି ନେଇଛନ୍ତି।

ଏହି ଖର୍ଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପାଇଁ କମିଶନର ଏକ କମିଟ ଗଠନ କରିଥିଲେ। ଏହି କମିଟ ବିଭିନ୍ନ ବର୍ଗର ଲୋକ ତଥା ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। ସେହିପରି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେହି ଆଲୋଚନାକୁ ବିଚାରକୁ ନେଇ କମିଶନର ଏହି ଖର୍ଚ୍ଚ ପରିମାଣ ବୃଦ୍ଧି କରିଛନ୍ତି।

ତେବେ ଏଥିରେ କେତେକ ଛୋଟଛୋଟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅଲଗା ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି। ଗୋଆ, ସିକିମି, ମଣିପୁର,ପୁଡୁଚେରୀ ପରି ଅଞ୍ଚଳଗୁଡିକ ପାଇଁ ନିର୍ବାଚନ ଖର୍ଚ୍ଚ ଭିନ୍ନ କରାଯାଇଛି। ଏଥିରେ ସାଂସଦ ପ୍ରାର୍ଥୀଙ୍କ ପାଇଁ 54 ଲକ୍ଷ ଟଙ୍କାରୁ 75 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଧାୟକ ପ୍ରାର୍ଥୀଙ୍କ ପାଇଁ 20 ଲକ୍ଷ ଟଙ୍କାରୁ 28 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ପୂର୍ବୁ 2014 ମସିହାରେ କମିଶନର ଏହି ଖର୍ଚ୍ଚ ପରିମାଣ ବୃଦ୍ଧି କରିଥିଲେ। ଏହାପରେ 2020 ମସିହାରେ ଏଥିରେ ଆଉ 10 ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏହି ଖର୍ଚ୍ଚ ପରିମାଣ ଆଜି ପର୍ଯ୍ୟନ୍ତ ଲାଗୁ ହୋଇ ଆସୁଥିଲା ବେଳେ ଏବେ 2022ରେ ପୁଣି ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଯେଉଁ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ଏହି ବର୍ଦ୍ଧିତ ଖର୍ଚ୍ଚ ପରିମାଣ ଲାଗୁ କରାଯିବ।

ନିର୍ବାଚନ କମିଶନ ବିଧାୟକ ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.