ଗତବର୍ଷ ଓଡିଶାରୁ ଜବତ ହୋଇଛି ୧୦୫ କୋଟି ଟଙ୍କାର ନିଶା ଦ୍ରବ୍ୟ, ଜାଣନ୍ତୁ କେଉଁଥିରୁ କେତେ

Published: Jan 10, 2022, 12:39 pm IST

ଭୁବନେଶ୍ବର: ଓଡିଶାରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି କ୍ଷେତ୍ରରେ ଗତ ୨୦୨୧ ମସିହାରେ ଯେତେ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଛି ତାହା ଜାଣିଲେ ଯେ କେହି ଆଶ୍ଚର‌୍ୟ୍ୟ ହୋଇପଡିବ। ରାଜ୍ୟ ପୋଲିସର ହିସାବ ଅନୁସାରେ ଗତବର୍ଷ ରାଜ୍ୟରୁ ୧୦୫ କୋଟିର ନିଶା ଜବତ କରାଯାଇଛି।

ଏହି ତଥ୍ୟରୁ ଜଣାପଡିଛି ଯେ, ରାଜ୍ୟରେ ଏହି ବେଆଇନ ନିଶା କାରବାରରେ ସଂପୃକ୍ତି ନେଇ ୨୮ ହଜାର ୪୭୨ ଜଣ ଗିରଫ ହୋଇଛନ୍ତି। ତେବେ ଏହି ବେଆଇନ କାରାବାର ନେଇ ମୋଟ ୩୪ ହଜାର ୪୩୧ଟି ମାମଲା ଋଜୁ କରାଯାଇଛି। ତେବେ ହିସାବ ଅନୁସାରେ ରାଜ୍ୟରୁ ଯେଉଁ ପରିମାଣର ନିଶା ଦ୍ରବ୍ୟ ମିଳିଛି ତାହା ହେଲା

ଦେଶୀ ମଦ- ୮୮୧୦୩୮.୫୪ ଲିଟର

ପୋଚ- ୯୨୩୯୬୯୯ ଲିଟର

ନକଲି ବିଦେଶୀ ମଦ- ୫୬୨୦୫.୪୬ ଲିଟର

ଟିକସ ଫାଙ୍କି ବିଦେଶୀ ମଦ-୨୦୩୪.୩୯ ଲିଟର

ସ୍ପିରିଟ- ୩୮୯୭.୪ ଲିଟର

ଦେଶୀ ସରକାରୀ ମଦ- ୩୨୦୮୦.୩ ଲିଟର

ଦେଶୀ ମଦ- ୮୭୩୫.୧ ଲିଟର

ବିଦେଶୀ ମଦ-୧୭୯୨୦ ଲିଟର

ବିଅର- ୨୦୯୯୨ ଲିଟର

ଗଂଜେଇ- ୩୧୪୪୪.୪୩୫ କେଜି

ବ୍ରାଉନ ସୁଗାର- ୧୧୮୪୬.୨୩୮ ଗ୍ରାମ

ଅଫିମ-୮.୧ କେଜି

କଫ୍ ସିରପ- ୫୮୬ ଲିଟର ଜବତ ହୋଇଛି।

Related posts