Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ଆଠଟା ଜିଲ୍ଲାରେ ହେବ କୁଆପଥର ମାଡ
ବିଶେଷ ଖବର

ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ଆଠଟା ଜିଲ୍ଲାରେ ହେବ କୁଆପଥର ମାଡ

January 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା, ଆଠଟା ଜିଲ୍ଲାରେ ହେବ କୁଆପଥର ମାଡ

ଭୁବନେଶ୍ବର: ରାଜ୍ୟରେ ପୁଣି ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବ। ତେବେ ଏଥର ଆଠଟି ଜିଲ୍ଲାର ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ଜିଲ୍ଲାରେ ପ୍ରାୟ 6 ରୁ 11 ସେମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଯେଉଁ ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ଆଉ କୂଆପଥର ପଡିବ ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ଗଞ୍ଜାମ, ଗଜପତି,ନୟାଗଡ ଏବଂ ଅନୁଗୁଳ ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଦୁଇ ତିନୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ ଏବଂ ସୋନପୁରରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ସକାଳୁ ଏହି ବର୍ଷା ହେବ ବୋଲି ଜଣାପଡିଛି।

ସେହିପରି 15 ତାରିଖରେ ମଧ୍ୟ 18ଟି ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, କନ୍ଧମାଳ, ରାୟଗଡା, କୋରାପୁଟ, ଢେଙ୍କାନାଳ ଏବଂ ମାଲକାନଗିରି ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ନିକଟରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ବର୍ଷା ହେବା ଯୋଗୁଁ ଫସଲ ନଷ୍ଟ ହେବାର ନିଶ୍ଚିତ ସମ୍ଭାବନା ରହିଛି। ଏପରିକି ଯେଉଁ ସ୍ଥାନରେ ପ୍ରବଳ ବର୍ଷାର ପ୍ରଭାବ ରହିଛି ସେଠାକାରା ସହରାଞ୍ଚଳ ଯାତାୟାତରେ ସମସ୍ୟା ମଧ୍ୟ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି।

(ଏଥିରେ ସଂଲଗ୍ନ ହୋଇଥିବା ଫଟୋଟି ସାଟେଲାଇଟରୁ ଉତ୍ତୋଳନ ହୋଇଥିବା ପାଣିପାଗ ସମ୍ବନ୍ଧୀୟ ଆଜି ସକାଳର ଚିତ୍ର, ଫଟୋ ସୌଜନ୍ୟ– ଭୁବନେଶ୍ବର ପାଣିପାଗ ବିଭାଗ)

ଅଦିନିଆ ବର୍ଷା ଆଞ୍ଚଳିକ ପାଣିପାଗ କେନ୍ଦ୍ର କୁଆପଥର ପାଣିପାଗ ପ୍ରବଳ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.