Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ଉପକୂଳରୁ ପରିବର୍ଦ୍ଧିତ କ୍ଷମତା ସହ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବିଶେଷ ଖବର

ଓଡ଼ିଶା ଉପକୂଳରୁ ପରିବର୍ଦ୍ଧିତ କ୍ଷମତା ସହ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

January 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲେଶ୍ଵର: ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ଜାନୁଆରୀ ୨୦, ୨୦୨୨ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ପରିବର୍ଦ୍ଧିତ କ୍ଷମତା ସମ୍ପନ୍ନ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ବ୍ରହ୍ମୋସର ଏହି ସଂସ୍କରଣରେ ଅଧିକ ସ୍ୱଦେଶୀ ଉପକରଣ ଏବଂ ଉନ୍ନତ ପ୍ରଦର୍ଶନ କ୍ଷମତା ସଂଯୋଗ କରାଯାଇଛି। ବ୍ରହ୍ମୋସ ଏରୋସ୍ପେସ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବିଶେଷଜ୍ଞ ଦଳ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରାଯାଇ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ଆନୁମାନିକ ଉତ୍କ୍ଷେପଣ ପଥକୁ ଅନୁସରଣ କରି ମିଶନର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା।

ଏହି ପରୀକ୍ଷଣ ଆଗକୁ ବ୍ରହ୍ମୋସ କାର୍ଯ୍ୟକ୍ରମ ପାଇଁ ଏକ ବୃହତ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉଚ୍ଚ ଗତିସମ୍ପନ୍ନ ବ୍ରହ୍ମୋସ କ୍ଷେପଣାସ୍ତ୍ର ସୁପରସୋନିକ୍ ଅର୍ଥାତ୍ ଶବ୍ଦ ଠାରୁ ଦ୍ରୁତ ବେଗରେ ସର୍ବାଧିକ ଦୂରଭେଦ କ୍ଷମତା ପର୍ଯ୍ୟନ୍ତ ଗତି କରିବା ସହିତ ମିଶନର ସମସ୍ତ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଆଧୁନିକ ସ୍ୱଦେଶୀ ପ୍ରଯୁକ୍ତି ଉପଯୋଗ କରାଯାଇଛି। ବର୍ଦ୍ଧିତ ଦକ୍ଷତା ଓ ଉନ୍ନତ ପ୍ରଦର୍ଶନ ଲାଗି ଏଥିରେ ପରିବର୍ତ୍ତିତ ସର୍ବୋତ୍ତମ ପ୍ରକ୍ଷେପକ ସଂଯୋଗ କରାଯାଇଛି। ପୂର୍ବତଟରେ ନିୟୋଜିତ ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ସମେତ ରେଞ୍ଜ ଉପକରଣର ସମସ୍ତ ସେନ୍ସର ଓ ଡାଉନ୍ ରେଞ୍ଜ ଜାହଜ ଦ୍ୱାରା ଏହି କ୍ଷେପଣାସ୍ତ୍ରର ଉତକ୍ଷେପଣକୁ ନିରୀକ୍ଷଣ କରାଯାଇଥିଲା।

ଡିଆରଡିଓ ଏବଂ ରୁଷର ଏନପିଓଏମର ଦଳ ଏହି ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ । ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟକୁ ପ୍ରଭାବଶାଳୀ ତଥା ଘାତକ ଢଙ୍ଗରେ ଭେଦ କରିବା ଲାଗି ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଅତ୍ୟଧିକ ବହୁମୁଖି ବ୍ରହ୍ମୋସ କ୍ଷେପଣାସ୍ତ୍ରର ଲଗାତାର ଉନ୍ନତିକରଣ ପାଇଁ ବ୍ରହ୍ମୋସ ଏରୋସ୍ପେସ ଯୌଥ ଉଦ୍ୟୋଗ ଜରିଆରେ ଡିଆରଡିଓ ଏବଂ ରୁଷର ଏନପିଓଏମ ମିଳିତ ଭାବେ କାମ କରୁଛନ୍ତି। ବ୍ରହ୍ମୋସ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହାକୁ ପୂର୍ବରୁ ସେନାବାହିନୀରେ ସାମିଲ କରାଯାଇସାରିଛି।

କ୍ଷେପଣାସ୍ତ୍ର ଉତ୍କ୍ଷେପଣ ସଫଳ ହୋଇଥିବାରୁ ବ୍ରହ୍ମୋସ, ଡିଆରଡିଓ ଦଳ ଏବଂ ଉଦ୍ୟୋଗକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପ୍ରଶଂସା କରିଛନ୍ତି।
ଅସ୍ତ୍ର ପ୍ରଣାଳୀର ଦକ୍ଷତା ବୃଦ୍ଧି ଏବଂ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଥିବାରୁ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି। ଏହି ପରୀକ୍ଷଣ ସହ ସମ୍ପୃକ୍ତ ଥିବା ଏନପିଓଏମ, ରୁଷ ଏବଂ ଡିଆରଡିଓ ଦଳକୁ ବ୍ରହ୍ମୋସ ମିଶନର ମହାନିର୍ଦ୍ଦେଶକ ଅତୁଲ ଡି ରାଣେ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ଉପକୂଳ ବ୍ରହ୍ମୋସ ସଫଳ ପରୀକ୍ଷଣ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026

ସିଲିଗୁଡ଼ି କରିଡରର ସୁରକ୍ଷା ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

August 23, 2026

୧୪୯ତମ ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ ବୈଠକରେ ୨୭୮୦ କୋଟିର ୧୪ ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ

August 23, 2026
Latest News

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.