Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବୁ ଖୋଲିଦେଲେ ରାଜ୍ୟ ସରକାର, ହେଲେ ରାତି 10ଟା ପରେ ସବୁ ବନ୍ଦ, ଆସିଲା ନୂଆ ଗାଇଡ ଲାଇନ
ବିଶେଷ ଖବର

ସବୁ ଖୋଲିଦେଲେ ରାଜ୍ୟ ସରକାର, ହେଲେ ରାତି 10ଟା ପରେ ସବୁ ବନ୍ଦ, ଆସିଲା ନୂଆ ଗାଇଡ ଲାଇନ

January 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସବୁ ଖୋଲିଦେଲେ ରାଜ୍ୟ ସରକାର, ହେଲେ ରାତି 10ଟା ପରେ ସବୁ ବନ୍ଦ, ଆସିଲା ନୂଆ ଗାଇଡ ଲାଇନ

ଭୁବନେଶ୍ବର: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ ନୂଆ ଗାଇଡ ଲାଇନ ଆଣିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ବିଶେଷ ସୂଚନା ଦେଇଛନ୍ତି। ସେହି ଅନୁସାରେ ଏଣିକି ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲା ରହିବ। ହେଲେ ଏହା ରାତି 10 ଟା ବେଳକୁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରୀ ରହିଛି।

ସୂଚନା ଅନୁସାରେ ସହରାଞ୍ଚଳରେ ନାଇଟ କର୍ଫୁକୁ କୋହଳ କରାଯାଇଛି। ଏଣିକି ରାତି 9ଟା ନୁହେଁ ରାତି 10ଟାରୁ ଏହା ଲାଗୁ ହେବ। ସକାଳ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ଏଥିରେ ସମସ୍ତ ସିନେମା ହଲ, ଦୋକାନ ବଜାର, ସପିଂ ମଲ, ହାଟ, ସୁଇମିଂ ପୁଲ, ଥିଏଟର ହଲ, ମନୋରଂଜନ ପ୍ରେକ୍ଷାଳୟ, ସାଂସ୍କୃତିକ ହଲ ସବୁ ଖୋଲାଯିବ। ଏଗୁଡିକ କେବଳ ସକାଳ 5 ଟାରୁ ରାତି 10 ପର୍ଯ୍ୟନ୍ତ ଖୋଲା ରହିବ।

ସେହିପରି ଫେବୃୟାରୀରେ ସମସ୍ତ ପୂଜାପାଠ କଟକଣା ଭିତରେ କରାଯିବ ବୋଲି ଘୋଷଣା କରାଯାଇଛି। ଯେପରିକି ସରସ୍ବତୀ ପୂଜା, ମାଘ ସପ୍ତମୀ, ମାଘ ପୂର୍ଣ୍ଣିମା ପାଳନ କରାଯିବ। ତେବେ ସରସ୍ବତୀ ପୂଜା କମ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ କରିବାକୁ କୁହାଯାଇଛି। ସେହିପରି ବାହାରେ ମଧ୍ୟ ମଣ୍ଡପ କରି ଏହା କରାଯାଇପାରିବ। ମନ୍ଦିରରେ ସରସ୍ବତୀ ପୂଜା ବିନା ଭକ୍ତରେ କରିବାକୁ  କୁହାଯାଇଛି।

ସେହିପରି ମାଘ ବୁଡରେ କୌଣସି ହ୍ରଦ କିମ୍ବା ଜଳାଶୟ କିମ୍ବା ସମୁଦ୍ରରେ ଏକାଠି ହେବାକୁ ବାରଣ କରାଯାଇଛି। ହେଲେ ଏ ସଂପର୍କିତ ପୂଜା ମନ୍ଦିର ଭିତରେ କରାଯିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।

ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ଅଫିସ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଏଥିରେ କଟକଣା କରାଯାଇ ପଚାଶ ପ୍ରତିଶକୁ ହ୍ରାସ କରାଯାଇଥିଲା। ହେଲେ ପୂର୍ବରୁ ଜାରୀ ଥିବା କୋଭିଡ କଟକଣାକୁ ପୂର୍ଣ୍ଣମାତ୍ରାରେ ଲାଗୁ କରି ଅଫିସ ପରିଚାଳିତ କରିବେ ବୋଲି କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Latest News

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.