Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସବୁଠାରୁ ବଡ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ, ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ଅପରାଧ

ସବୁଠାରୁ ବଡ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ, ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

February 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲାଲୁ ଯାଦବ
'ଚାକିରି ପାଇଁ ଜମି' ମାମଲା: ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଝଟକା ଦେଲେ କୋର୍ଟ

ରାଞ୍ଚି: ରାଞ୍ଚିର ସିବିଆଇ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ଉଠାଇଥିବାକୁ ନେଇ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫେବୃଆରୀ ୨୧ ତାରିଖରେ ତାଙ୍କ ସଜା ଘୋଷଣା କରାଯିବ। ଏହି ମାମଲାରେ କୋର୍ଟ ୨୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଚାରା ସ୍କାମ ହେଉଛି ସବୁଠାରୁ ବଡ ମାମଲା।

ଏପର୍ଯ୍ୟନ୍ତ ଲାଲୁ ଯାଦବଙ୍କୁ ୯୫୦ କୋଟି ଟଙ୍କାର ଚାରାଚାଲାଣ ସମ୍ବନ୍ଧୀୟ ୫ ଟି ମାମଲା ମଧ୍ୟରୁ ୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୯୯୬ ମସିହାରେ ଯେତେବେଳେ କିଛି ସରକାରୀ କର୍ମଚାରୀ ନକଲି ଖର୍ଚ୍ଚ ରିପୋର୍ଟ ଦାଖଲ କରିଥିଲେ, ସେତେବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଡୋରଣ୍ଡା ଟ୍ରେଜେରୀରୁ କୋଟି କୋଟି ଟଙ୍କା ଉଠାଇ ନିଆଯାଇଥିଲା ଏବଂ ବିନା ଯାଞ୍ଚରେ ଜାଲିଆତି କରି ଖର୍ଚ୍ଚର ରିପୋର୍ଟ ଦର୍ଶାଯାଇଥିଲା।

ଏହି ଘୋଟାଲା ସାମ୍ନାକୁ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ୧୯୭୦ ଦଶକର ମଧ୍ୟଭାଗରେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ କାର୍ଯ୍ୟକାଳ ଶେଷ କରିଥିବା ଜଗନ୍ନାଥ ମିଶ୍ର ମଧ୍ୟ ଏହି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

ଫେବୃଆରୀ ୨୧ ତାରିଖରେ ଲାଲୁ ଯାଦବଙ୍କ ସଜା ଘୋଷଣା କରାଯିବ। ଡୋରଣ୍ଡା ମାମଲାର ପ୍ରମାଣ ଆଧାରରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସାନାଉଲ ହକ, ଅନିଲ କୁମାର, ରାଜେନ୍ଦ୍ର ପାଣ୍ଡେ, ସାକେତ ଲାଲ, ଦିନନାଥ ସହାୟ, ରାମ ସେବକ ସାହୁ ଏବଂ ଏନୁକ ହକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୧୯୯୬ ମସିହାରେ ଯେତେବେଳେ ଏହି ମାମଲା ପଞ୍ଜୀକୃତ ହୋଇଥିଲା, ସେତେବେଳେ ୧୭୦ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ୭ ଜଣ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିଲେ। କୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ମଧ୍ୟ ଦୁଇ ଜଣ ନିଜ ଅପରାଧ ସ୍ୱୀକାର କରିଥିଲେ। ଆଜି ପର୍ଯ୍ୟନ୍ତ ୬ ଜଣଙ୍କୁ ଧରାଯାଇ ନାହିଁ।

ଚାରା ସ୍କାମ ସହ ଜଡିତ ଚାରୋଟି ମାମଲାରେ ଲାଲୁ ଯାଦବଙ୍କୁ ସାଢେ ୨୭ ବର୍ଷ କାରାଦଣ୍ଡାଦେଶ ହୋଇଥିବାବେଳେ ତାଙ୍କୁ ଏକ କୋଟି ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେତୁ ଆରଜେଡି ମୁଖ୍ୟଙ୍କୁ ଅଧା ଡଜନରୁ ଅଧିକ ଥର ଲକଅପରେ ରହିବାକୁ ପଡିଲା।

ଚାରା ଦୁର୍ନୀତି ମାମଲା ନିର୍ଦ୍ଦୋଷରେ ଖଲାସ ଲାଲୁ ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଯଦି ଏବେ ନିର୍ବାଚନ ହୁଏ…,କିଏ ପିନ୍ଧିବ ମୁକୁଟ?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ସର୍ଭେ

August 28, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକ ପ୍ରକାଶ କରିବାକୁ ମନା କଲା ପେଙ୍ଗୁଇନ୍: ଜାଣନ୍ତୁ କାରଣ

August 28, 2026

ଉତ୍ତର ପ୍ରଦେଶରେ ସ୍ୱାଇନ୍ ଫ୍ଲୁରେ ପ୍ରଥମ ମୃତ୍ୟୁ: ମହିଳା ଆକ୍ରାନ୍ତଙ୍କ ପ୍ରାଣହାନୀ

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.