Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାରା ଓଡିଶାରେ ବିଜେଡି ବର୍ଷା, ବିରୋଧୀ ଦଳ ଧୋଇ ହୋଇ ଯିବାର ସମ୍ଭାବନା ସୃଷ୍ଟି
ବିଶେଷ ଖବର

ସାରା ଓଡିଶାରେ ବିଜେଡି ବର୍ଷା, ବିରୋଧୀ ଦଳ ଧୋଇ ହୋଇ ଯିବାର ସମ୍ଭାବନା ସୃଷ୍ଟି

February 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାରା ଓଡିଶାରେ ବିଜେଡି ବର୍ଷା, ବିରୋଧୀ ଦଳ ଧୋଇ ହୋଇଯିବାର ସମ୍ଭାବନା

ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଗଣତି। ଏହି ପର୍ଯ୍ୟାୟରେ ଆଜି ମୋଟ ୨୩୧ ଟି ଜିଲ୍ଲା ପରିଷଦ ଜୋନରର ଭୋଟ ଗଣତି ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ବିଜେଡି ସର୍ବାଗ୍ରେ ରହିଛି। ବିଜେଡି ଏପରିସ୍ଥିତିରେ ରହିଛି ଯେ, ବିରୋଧୀ ଧଳ ପୁରା ଧୋଇ ହୋଇଯିବାର ସମ୍ଭାବନା ଦେଖାଦେଇଛି।

ସୂଚନା ଅନୁସାରେ ବର୍ତ୍ତମାନ ଗଣତିରେ ବିଜେଡି ୨୧୦ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି। ସେହିପରି ବିଜେପି ୧୫ ଟି ଏବଂ କଂଗ୍ରେସ ୬ ଟି ଜୋନରେ ଆଗରେ ରହିଛି। ଗତ ଦୁଇ ପର୍ଯ୍ୟାୟ ଗଣତିରେ ସ୍ବାଧୀନ କିମ୍ବା ଅନ୍ୟାନ୍ୟ ପ୍ରାର୍ଥୀ କେତେକ ଜୋନରେ ଆଗରେ ରହୁଥିଲେ। ହେଲେ ଏହି ପର୍ଯ୍ୟାୟ ସେମାନଙ୍କର ସ୍ଥିତି ପୁରା ଲିଭି ଯାଇଛି।

ପ୍ରଥମ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବହୁ ବହୁ ଆଗରେ ରହିଛି। ଚୁଡାନ୍ତ ତଥ୍ୟ ଅନୁସାରେ ମୋଟ ଘୋଷିତ ୩୧୪ ଟି ଜୋନ ମଧ୍ୟରୁ ବିଜେଡିକୁ ମିଳିଛି ୨୮୧, ବିଜେପିକୁ ମିଳିଛି ୧୫ଟି, କଂଗ୍ରେସକୁ ୧୪ଟି, ସ୍ବାଧୀନ ୨ଟି ଏବଂ ଅନ୍ୟାନ୍ୟ ୨ଟି ଜୋନରେ ବିଜୟ ଲାଭ କରିଛନ୍ତି।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେଡି ବାଜିମାତ କରିଛି। ଏହି ପର୍ଯ୍ୟାୟରେ ସମୁଦାୟ ୩୦୫ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଇଥିଲା। ହେଲେ ୨୯୫ ଫଳାଫଳ ଘୋଷିତ ହୋଇଛି। ଏଥିରେ ବିଜେଡି ୨୬୦, ବିଜେପି ୧୬, କଂଗ୍ରେସ ୧୬, ସ୍ବାଧୀନ ୦୧ ଏବଂ ଅନ୍ୟାନ୍ୟ ୦୨ଟି ଜୋନରେ ବିଜୟ ଲାଭ କରିଛନ୍ତି।

ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସାରା ଓଡିଶାରେ ପୁଣି ଥରେ ବିଜେଡି ବର୍ଷା ହୋଇଛି। ଆଉ ଏହି ବର୍ଷାରେ ଓଡିଶାର ବିରୋଧୀ ଦଳ ପୁରା ଧୋଇ ହୋଇଯିବାର ନିଶ୍ଚିତ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ସଂଧ୍ୟାରେ ଚୁଡାନ୍ତ ଫଳାଫଳ ଆସିଲା ପରେ ଏହି ଚିତ୍ର ସ୍ପଷ୍ଟ ହେବ।

Odisha Panchayat Election Panchayat Election ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ଫଳାଫଳ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ନବ ଯୌବନ ଦର୍ଶନ, ଦିନକ ପରେ ଶ୍ରୀଗୁଣ୍ଡିଚା, ସଜେଇ ହେଲାଣି ବଡ ଦାଣ୍ଡ

July 14, 2026

ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ?: ପଢନ୍ତୁ ସର୍ଜିଓ ଗୋର୍ ଙ୍କ ପ୍ରତିକ୍ରିୟା

July 14, 2026
Latest News

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.