
ଭୁବନେଶ୍ବର: ଆସନ୍ତା ସୋମବାର ଦିନ ଶେଷ ହେବ ପୌର ନିର୍ବାଚନର ପ୍ରାର୍ଥୀ ପତ୍ର ଦାଖଲ ପକ୍ରିୟା। ନିର୍ବାଚନ କମିଶନର କାର୍ଯ୍ୟାଳୟ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮୯ ଜଣ ମେୟର ବା ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେହିପରି ବିଭିନ୍ନ ଏନଏସି ବା ମୁନିସପାଲଟିର କର୍ପୋରେଟର ଏବଂ କାଉନସିଲର ପାଇଁ ୧୯୧୮ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
ଏହି ନାମାଙ୍କନ ଦାଖଲ ପକ୍ରିୟା ୨ ମାର୍ଚ୍ଚରୁ ଆରମ୍ଭ ହୋଇଥିଲା। ଏ ନେଇ ଗତ ୨୮ ଫେବୃୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ସେହି ବିଜ୍ଞପ୍ତି ଅନୁସାରେ ଯେଉଁ ଯେଉଁ ତାରିଖରେ ନିର୍ବାଚନ ପକ୍ରିୟାର ବିଭିନ୍ନ କାର୍ଯ୍ୟ ହେବ ତାହା ହେଲା..
ନାମାଙ୍କନ ପତ୍ର ଦାଖଲ : ୨ ମାର୍ଚ୍ଚରୁ ୭ ମାର୍ଚ୍ଚ ୨୦୨୨
ପ୍ରାର୍ଥୀପତ୍ର ଯାଞ୍ଚ : ୯ ମାର୍ଚ୍ଚ ୨୦୨୨
୧୪ ମାର୍ଚ୍ଚ ପର୍ଯ୍ୟନ୍ତ : ପ୍ରାର୍ଥୀପତ୍ର ପ୍ରତ୍ୟାହାର
ଭୋଟଦାନ : ୨୪ ମାର୍ଚ୍ଚ ୨୦୨୨
ଫଳାଫଳ : ୨୬ ମାର୍ଚ୍ଚ ୨୦୨୨
ଉପାଧ୍ୟକ୍ଷ ନିର୍ବାଚନ : ୭ ଏପ୍ରିଲ ୨୦୨୨
ଡେପୁଟି ମେୟର ନିର୍ବାଚନ : ୮ ଏପ୍ରିଲ ୨୦୨୨
ଏଥର ୧୦୬ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ହେବ। ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏ ନେଇ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି। ଏହି ନିର୍ବାଚନରେ ୪୪ ଲକ୍ଷ ଭୋଟର ମତଦାନ କରିବେ।