Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୁସ୍ଥ ହେବା ପରେ ଗିରିଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାଣପୁରରେ ୧୪୪ ଧାରା ଜାରୀ
ବିଶେଷ ଖବର

ସୁସ୍ଥ ହେବା ପରେ ଗିରିଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବାଣପୁରରେ ୧୪୪ ଧାରା ଜାରୀ

March 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାୟକ ବର୍ତ୍ତମାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଏହି ଚିକିତ୍ସା କରାଯାଉଛି। ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ମୁକ୍ତ ହେଲେ ତାଙ୍କୁ ଗିରଫ କରାଯିବ ବୋଲି ଆଇଜି କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳ ସେ ଗାଡି ଜବରଦସ୍ତ ନିଷିଧାଞ୍ଚଳ ଭିତରକୁ ପ୍ରବେଶ କରାଇଥିଲେ। ପୋଲିସ ତାଙ୍କୁ ବାରଣ କରିବା ସତ୍ତ୍ୱେ ସେ ମାନି ନ ଥିଲେ। ଯାହା ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହିତ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।

ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମି ଏବଂ ବିଜେପି କର୍ମି ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୯ ଜଣ ପୋଲିସ କର୍ମି ଥିବା ବେଳେ ୧୨ ଜଣ ବିଜେପି କର୍ମି ଅଛନ୍ତି। ସେହିପରି ୨ ଜଣ ସାମ୍ବାଦିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ତେବେ ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବିଜେପି କର୍ମି ଚାରିପଟୁ ଘେରି ଆକ୍ରମଣ କରିଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣପୁରରେ ୧୪୪ ଧାରା ଲାଗୁ କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି। ଏହି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଆଇଜି କହିଛନ୍ତି।

କେନ୍ଦ୍ରାଞ୍ଚଳ ଆଇଜି ଚିଲିକା ବିଧାୟକ ନରସିଂହ ଭୋଳ ପ୍ରଶାନ୍ତ ଜଗଦ୍ଦେବ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026
Latest News

୧୪୫ ନିୟୁତ ଟନ୍ ମାଲ ପରିବହନ ଲକ୍ଷ୍ୟ ହାସଲ କଲା ଭାରତୀୟ ରେଳବାଇ

June 2, 2026

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.