Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରିଲା ପୌର ଭୋଟ ଗ୍ରହଣ, ଷ୍ଟ୍ରଙ୍ଗ ରୁମରେ କିପରି ରହିଛି ଇଭିଏମ ତାହା ଜାଣିବା ନିହାତି ଦରକାର
ବିଶେଷ ଖବର

ସରିଲା ପୌର ଭୋଟ ଗ୍ରହଣ, ଷ୍ଟ୍ରଙ୍ଗ ରୁମରେ କିପରି ରହିଛି ଇଭିଏମ ତାହା ଜାଣିବା ନିହାତି ଦରକାର

March 25, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସରିଲା ପୌର ଭୋଟ ଗ୍ରହଣ, ଷ୍ଟ୍ରଙ୍ଗ ରୁମରେ କିପରି ରହିଛି ଇଭିଏମ ତାହା ଜାଣିବା ନିହାତି ଦରକାର

ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଗାଇଡ ଲାଇନ ଜାରୀ କରିଛନ୍ତି। ମୁଖ୍ୟତଃ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ଓ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଏହି ଏସ୍‌ଓପି ଜାରୀ କରିଛନ୍ତି। ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ସଠିକ ଭାବେ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ପୌର ପରିଷଦ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରିବେ। କାଉନ୍‌ସିଲର ବା କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ରଖିବା ପାଇଁ ଗୋଟିଏ ଷ୍ଟ୍ରଙ୍ଗରୁମ୍‌, ଅଧ୍ୟକ୍ଷ ବା ମେୟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ରଖିବା ପାଇଁ ଗୋଟିଏ ଏବଂ ସଂରକ୍ଷିତ ଇଭିଏମ୍‌ ରଖିବା ନିମନ୍ତେ ଅନ୍ୟ ଗୋଟିଏ, ଏହିପରି ତିନିଗୋଟି ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ କରାଯିବ।

ଯଦି ଗୋଟିଏ ପ୍ରକାରର ଷ୍ଟ୍ରଙ୍ଗରୁମ୍‌ରେ ସମସ୍ତ ଇଭିଏମ୍‌କୁ ରଖିବା ପାଇଁ ସ୍ଥାନ ଅଭାବ ଦେଖା ଯାଏ, ତାହେଲେ ପାଖରେ ଥିବା ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ ଓ ସେହି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ଦ୍ୱାରରେ ସଠିକ ଭାବେ ଚିହ୍ନଟ କରାଯିବ। ପ୍ରତ୍ୟେକ ଷ୍ଟ୍ରଙ୍ଗରୁମ୍‌କୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର ବା ପ୍ରବେଶ ପଥ ରହିବ। ଯଦି ଷ୍ଟ୍ରଙ୍ଗରୁମ୍‌ରେ ପୂର୍ବରୁ ଝରକା କିମ୍ବା ଅନ୍ୟ ଏକ ଦ୍ୱାର ଥାଏ, ତାହାହେଲେ ସେଗୁଡ଼ିକୁ ଇଟା ଦ୍ୱାରା ସଠିକ୍‌ ଭାବେ ସିଲ୍‌ କରି ଦିଆଯିବ। ଷ୍ଟ୍ରଙ୍ଗରୁମ୍‌ ଭିତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ଷ୍ଟ୍ରଙ୍ଗରୁମ୍‌ ବାହାରେ ମେନ୍‌ସୁଇଚ୍‌ ଲଗାଯିବ।

ଷ୍ଟ୍ରଙ୍ଗରୁମ୍‌ ଭିତର ସଂପୂର୍ଣ୍ଣ ଭାବେ ଶୁଖିଲା ହୋଇଥିବା ସହ ଅନିଷ୍ଟକାରୀ କୀଟ ପତଙ୍ଗ କିମ୍ବା ମୂଷା ପ୍ରଭୃତି ଜୀବ ଷ୍ଟ୍ରଙ୍ଗରୁମ୍‌ ଭିତରେ ରହୁ ନ ଥିବେ । ସନ୍ତସନ୍ତିଆ ବା ଜଳ ଜମୁଥିବା ସ୍ଥାନ ବା ଦୁର୍ବଳ କାନ୍ଥ ଥିବା ଘର, ଘରେ ପାଣି ଗଳୁ ନ ଥିବା ଓ ଭଙ୍ଗା ଝରକା ଇତ୍ୟାଦିରୁ ଷ୍ଟ୍ରଙ୍ଗରୁମ୍‌ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇଥିବା ଆବଶ୍ୟକ। ଷ୍ଟ୍ରଙ୍ଗରୁମ୍‌ ଭିତରକୁ ପବନ ଚଳାଚଳ ନିମନ୍ତେ ଦରକାର ହେଲେ ଏକଜିଟ ଫ୍ୟାନ ଷ୍ଟ୍ରଙ୍ଗରୁମ୍‌ର ସାମ୍‌ନା ପଟ ଉପରକୁ ଲାଗଯାଇ ପାରେ। ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ବାଚନ ସାମଗ୍ରୀ ଓ ଦସ୍ତାବିଜ୍‌ ମତଦାନ ସଂଗୃହୀତ ହୋଇଥିବା ଇଭିଏମ୍‌ ସହ ଷ୍ଟ୍ରଙ୍ଗରୁମ୍‌ରେ ରହିବ।

ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ଗଚ୍ଛିତ କରି ରଖିବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ନିର୍ମାଣ କରିଥିବା କର୍ତ୍ତୃପକ୍ଷଙ୍କଠାରୁ ଷ୍ଟ୍ରଙ୍ଗରୁମ୍‌ର ସ୍ଥାୟିତ୍ୱ ଓ ଗୁଣବତ୍ତା ସଂପର୍କିତ ଏକ ପ୍ରମାଣ ପତ୍ର ଆଣି ନିଜ ପାଖରେ ରଖିବେ। ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକର ସୁରକ୍ଷା ଓ ନିରା ପତ୍ତା ନିମନ୍ତେ ଡବଲ ଲକ୍‌ ବ୍ୟବସ୍ଥା କରାଯାଇ ଦୁଇଟି ଚାବିକୁ ଅଲଗା ଅଲଗା ଦୁଇଜଣ ଅଧିକାରୀଙ୍କ ଦାୟିତ୍ୱରେ ରଖାଯିବ। ଗୋଟିଏ ଚାବି ନିର୍ବାଚନ ଅଧିକାରୀ ଏବଂ ଅନ୍ୟଟି ଜିଲ୍ଲା କୋଷାଗାର ଅଧିକାରୀ କିମ୍ବା ଉପକୋଷାଗାର ଅଧିକାରୀ କିମ୍ବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ରଖାଯିବ।

ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ସଶସ୍ତ୍ର ପୋଲିସ ଫୋର୍ସ ଦ୍ୱାରା ୨୪ ଘଣ୍ଟିଆ ସୁରକ୍ଷା ଦିଆଯିବ। ଇଭିଏମ୍‌ କମିଶନିଂ ଦିନଠାରୁ ଭୋଟଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକରେ ସିସିଟିଭି ସହ ଡିଜିଟାଳ୍‌ ଭିଡ଼ିଓ ରେକର୍ଡର ଲାଗଯିବ। ଷ୍ଟ୍ରଙ୍ଗରୁମ୍‌ ଭିତରକୁ ପ୍ରତି ପ୍ରବେଶ ବା ପ୍ରସ୍ଥାନ ନିମନ୍ତେ ଏକ ଲଗ୍‌ବୁକ୍‌ରେ ଉଲ୍ଲେଖ କରାଯିବ ଓ ଷ୍ଟ୍ରଙ୍ଗରୁମ୍‌କୁ ବନ୍ଦ ଓ ଖୋଲିବାବେଳର ଭିଡ଼ିଓ ରେକର୍ଡିଂ କରାଯିବ। ଷ୍ଟ୍ରଙ୍ଗରୁମ୍‌ର ଉଭୟ ଭିତର ଓ ବାହାର ପାଶ୍ୱର୍ରେ ଅଗ୍ନିନିର୍ବାପକ ଯନ୍ତ୍ର ରହିବାର ବ୍ୟବସ୍ଥା କରାଯିବ।

ଷ୍ଟ୍ରଙ୍ଗରୁମ୍‌ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ତରଫରୁ କେତେଗୋଟି ନିୟମ କରାଯାଇଛି। ତାହାହେଲା, ଇଭିଏମ୍‌ ଥିବା ଷ୍ଟ୍ରଙ୍ଗରୁମ୍‌କୁ ଖୋଲିବା ବା ବନ୍ଦ କରିବାର ୨୪ ଘଣ୍ଟା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ବା ବନ୍ଦ କରିବା ସମୟ ଓ ତାରିଖ ସଂପର୍କରେ ଜଣାଇ ଦିଆଯିବ। ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମ୍‌ ଖୋଲିବା ବା ବନ୍ଦ କରିବା ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଦେବା ସହ ଏହାର ସଂପୂର୍ଣ୍ଣ ଭିଡ଼ିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଇଭିଏମ୍‌ଗୁଡ଼ିକୁ କମିଶନିଂ କରିବା ପୂର୍ବରୁ ଲିଖିତ ଭାବେ କମିଶନିଂର ସ୍ଥାନ, ସମୟ ଓ ତାରିଖ ସଂପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯିବ। ଯାହାଫଳରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିମାନେ ଇଭିଏମ୍‌ କମିଶନିଂ ସମୟରେ ଉପସ୍ଥିତ ରହିବେ। ଇଭିଏମ୍‌ଗୁଡ଼ିକର କମିଶନିଂ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବାଲାଟ୍‌ ୟୁନିଟ୍‌ ଓ କଣ୍ଟ୍ରୋଲ ୟୁନିଟ୍‌କୁ ସଂଯୋଗ କରି ନିର୍ଦ୍ଧାରିତ ବୁଥ୍‌ ପାଇଁ ଷ୍ଟ୍ରଙ୍ଗରୁମ୍‌ରେ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇଭିଏମ୍‌ଗୁଡ଼ିକୁ ଦୁଇଟି ଅଲଗା ଅଲଗା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ ବା ମୁନିସିପାଲିଟିର କାଉନ୍‌ସିଲର ଓ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ ଏବଂ ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ନିମନ୍ତେ ଅନ୍ୟ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ।

କେଉଁ ଷ୍ଟ୍ରଙ୍ଗରୁମ୍‌ରେ କେଉଁ ପ୍ରାର୍ଥୀମାନଙ୍କ ପାଇଁ ଇଭିଏମ୍‌ ରହିଛି, ଷ୍ଟ୍ରଙ୍ଗରୁମ୍‌ ବାହାରେ ସଠିକ୍‌ ଭାବେ ଚିହ୍ନିତ କରାଯିବ। ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବହୃତ ଓ ଖରା ପ ହୋଇଥିବା ଇଭିଏମ୍‌ଗୁଡ଼ିକୁ ଅନ୍ୟ ଗୋଟିଏ ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍‌ ବାହାରେ ସଠିକ୍‌ ଭାବେ ଚିହ୍ନିତ କରାଯିବ। ଭୋଟଗ୍ରହଣ ପରେ ଇଭିଏମ୍‌ (ବାଲାଟ୍‌ ୟୁନିଟ୍‌ ଓ କଣ୍ଟ୍ରୋଲ ୟୁନିଟ୍‌)ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ଷ୍ଟ୍ରଙ୍ଗରୁମ୍‌ ଭିତରେ କ୍ରମିକ ସଂଖ୍ୟାନୁସାରେ ନିର୍ଦ୍ଦିଷ୍ଟ ବୁଥ୍‌ ନିମନ୍ତେ ଚିହ୍ନଟ ହୋଇଥିବା ବର୍ଗାକାର ମଧ୍ୟରେ ରଖାଯିବ।

ମତଦାନ ସରିବା ପରେ କାଉନ୍‌ସିଲର ବା କର୍ପୋରେଟର ପ୍ରାର୍ଥୀମାନଙ୍କ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ଗୁଡ଼ିକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ ଓ ଅଧ୍ୟକ୍ଷ ବା ମେୟର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍‌ଗୁଡ଼ିକୁ ପୂର୍ବରୁ ନିରୁପିତ ହୋଇଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ।

ନିର୍ବାଚନରେ ବ୍ୟବହୃତ ହୋଇନଥିବା ଇଭିଏମ୍‌, ଯେଉଁଗୁଡ଼ିକ ସେକଫର ଅଧିକାରୀଙ୍କ ପାଖରେ ଥିବ, ନିର୍ବାଚନ ପରେ ସେସବୁ ଇଭିଏମ୍‌କୁ ‘ସଂରକ୍ଷିତ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌’ରେ ରଖାଯିବ। ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିବାର ୨୪ ଘଣ୍ଟା ପୂର୍ବରୁ ଷ୍ଟ୍ରଙ୍ଗରୁମ୍‌ ନିମନ୍ତେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିମାନଙ୍କୁ ଆଗୁଆ ଜଣାଇ ଦିଆଯିବ ଓ ସେମାନଙ୍କୁ ଷ୍ଟ୍ରଙ୍ଗରୁମ୍‌ ବାହାରେ ବ୍ୟବସ୍ଥା ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ରହିବାକୁ ଅନୁମତି ଦିଆଯବ।

ଯଦି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ପଥ ଦୃଶ୍ୟମାନ ହେଉନଥିବ, ତାହାହେଲେ ସିସିଟିଭିର ବ୍ୟବସ୍ଥା କରାଯିବ। ଭୋଟଗଣତି ଶେଷ ହେବା ପରେ କଣ୍ଟ୍ରୋଲ ୟୁନିଟ୍‌କୁ ସିଲ୍‌ କରି କୋଷାଗାର ବା ଉପକୋଷାଗାରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ। କଣ୍ଟ୍ରୋଲ ୟୁନିଟ୍‌ଗୁଡ଼ିକୁ ନିର୍ବାଚନ ପିଟିସନ୍‌ ସମୟ ଅର୍ଥାତ୍‌ ଭୋଟଗଣତି ଓ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବରେ ରଖିବା ନିମନ୍ତେ ନିର୍ବାଚନ କମିଶନ ସମସ୍ତ ଜିଲ୍ଲା ପାଳଙ୍କୁ ନର୍ଦ୍ଦେଶ ଦେଇଛନ୍ତି।

ଓଡିଶା ପୌର ନିର୍ବାଚନ ପୌର ନିର୍ବାଚନ ଷ୍ଟ୍ରଙ୍ଗ୍ ରୁମ୍
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.