Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାରେ ଚିଲିକା ବିଧାୟକ ଗିରଫ ପ୍ରସଂଗ, ରାଜ୍ୟରେ ବିଧାୟକ ଅସୁରକ୍ଷିତ ବୋଲି ଉଠିଲା ପ୍ରଶ୍ନ
ବିଶେଷ ଖବର

ବିଧାନସଭାରେ ଚିଲିକା ବିଧାୟକ ଗିରଫ ପ୍ରସଂଗ, ରାଜ୍ୟରେ ବିଧାୟକ ଅସୁରକ୍ଷିତ ବୋଲି ଉଠିଲା ପ୍ରଶ୍ନ

March 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଧାନସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପ୍ରସଂଗ ଆସିଛି। ଏ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହର ଶୂନ୍ୟକାଳରେ ଏହି ପ୍ରସଂଗକୁ ଉତ୍ଧାପନ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜଣେ ବିଧାୟକଙ୍କୁ ଗିରଫ କଲା ସେ ନିୟମ ଅନୁଯାୟୀ ବିଧାନସଭାକୁ ଜଣାଇବା କଥା। ହେଲେ ସେ ସେପରି କରି ନାହାଁନ୍ତି।

ରାଜ୍ୟର ଜଣେ ବିଧାୟକଙ୍କୁ ଗିରଫ କରିବା ଏବଂ ଗୃହକୁ ଅବଗତ ନ କରାଇବା ବିଧାନସଭାର ସ୍ବାଧୀକାର ଭଂଗ ହୋଇଛି। ଏହା କହି ସେ ଗିରଫ କରିଥିବା ଅଧିକାରୀଙ୍କ ବିରୋଧରେ ସ୍ବାଧୀକାର ଭଂଗ ନୋଟିସ ଆଣିଥିଲେ। ସେ ପୁଣି କହିଥିଲେ ଯେ, ବିଧାୟକଙ୍କୁ ରାଜଧାନୀରୁ ଗିରଫ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଣ ପାଇଁ ଗୃହକୁ ଅନ୍ଧାରରେ ରଖିଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ବିଧାୟକମାନେ ଅସୁରକ୍ଷିତ। ଅଫିସର କିମ୍ବା ପୋଲିସ ବିଧାୟକଙ୍କୁ ଉପଯୁକ୍ତ ମର୍ଯ୍ୟଦା ଦେଉ ନାହାଁନ୍ତି ବୋଲି ନରସିଂହ କହିଥିଲେ।

ତେବେ ଏ ନେଇ ବାଚସ୍ପତି କହିଥିଲେ ଯେ, ତାଙ୍କର ଗିରଫ ସଂପର୍କରେ ବିଧାନସଭାକୁ ଅବଗତ କରାଯାଇଛି। ସେ ଗାଡି ଚଢାଇବା ପରି ଦୁର୍ଘଟଣା କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହେଲେ ବିଧାୟକ ନରସିଂହ ମିଶ୍ର ପୁଣି ପ୍ରଶ୍ନ କରିଥିଲେ ଯେ, ତାଙ୍କ ଗିରଫ ଖବର ବିଧାନସଭାକୁ କେବେ ଦିଆଗଲା।

ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ବିଧାୟକଙ୍କ ଗିରଫ ଖବର ଖୋର୍ଦ୍ଧା ଏସପି 23 ତାରିଖ ଅପରାହ୍ନ 2ଟା 45ରେ ମେଲ ଯୋଗେ ବିଧାନସଭାକୁ ପଠାଇଛନ୍ତି। ତାଙ୍କୁ 22 ତାରିଖ ଅପରାହ୍ନ 3 ଟା 45ରେ ଗିରଫ କରାଯାଇଥିଲା। ତେବେ ସେହି ଦିନ ବାଚସ୍ପତିଙ୍କୁ ଏ ମେଲ ସଂପର୍କରେ କୁହାଯାଇ ନ ଥିଲା। ତାପର ଦିନ ଛୁଟି ଥିଲା। ଫଳରେ ସେ 25 ତାରିଖରେ ଏ ସଂପର୍କରେ ଅବଗତ ହେଲେ ବୋଲି ବାଚସ୍ପତି କହିଥିଲେ।

ସ୍ବୀଧୀକାର ଭଂଗ ନୋଟିସ ସଂପର୍କରେ ବାଚସ୍ପତି ତର୍ଜମା କରି ନିଷ୍ପତି ନେବେ ବୋଲି ଗୃହକୁ ଅବଗତ କରାଇଥିଲେ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.