Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପଦରେ ପଡିଥିବା ମହିଳାମାନଙ୍କୁ ମାଗଣାରେ ଆଇନ୍ ସହାୟତା ନିମନ୍ତେ ଆରମ୍ଭ ହେଲା କ୍ଳିନିକ୍
ବିଶେଷ ଖବର

ବିପଦରେ ପଡିଥିବା ମହିଳାମାନଙ୍କୁ ମାଗଣାରେ ଆଇନ୍ ସହାୟତା ନିମନ୍ତେ ଆରମ୍ଭ ହେଲା କ୍ଳିନିକ୍

March 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହିଳାମାନଙ୍କ ନିମନ୍ତେ ଆଇନ୍ ସହାୟତାକୁ ଆହୁରି ଅଧିକ ସୁଲଭ କରିବା ନିମନ୍ତେ, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍‌ଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (ଡିଏସ୍‌ଏଲ୍‌ଏସ୍‌ଏ)ର ସହଯୋଗରେ ଏକ ଆଇନ୍ ସହାୟତା କ୍ଲିନିକ୍ ଆରମ୍ଭ କରିଛି, ଯାହା ମହିଳା ମାନଙ୍କର ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ମହିଳାମାନଙ୍କୁ ସିଙ୍ଗଲ୍ ୱିଣ୍ଡୋ/ ଗୋଟିଏ ସ୍ଥାନରେ ମାଗଣାରେ ଆଇନ୍ ସହାୟତା ପ୍ରଦାନ କରି ସୁଚାରୁ ରୂପେ କାର୍ଯ୍ୟ କରିବ।

ରାଷ୍ଟ୍ରୀୟ ମହିଳା ଆୟୋଗ ଅନ୍ୟନ୍ୟ ରାଜ୍ୟ ମହିଳା ମହିଳା ଆୟୋଗ ଗୁଡିକରେ ଏହି ଭଳି ଆଇନ୍ ସେବା କ୍ଲିନିକ୍ ସ୍ଥାପନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଛି। ନୂଆଦିଲ୍ଲୀରେ ରହିଥିବା ଆୟୋଗର କାର୍ଯ୍ୟାଳୟରୁ ଆଇନ୍ ସହାୟତା କ୍ଲିନିକ୍ ସଂଚାଳିତ ହେବ। କୌଣସି ବି ମହିଳା ଏହି କ୍ଲିନିକ୍‌ରେ ନିଃଶୁଳ୍କ ଆଇନ୍ ସେବା ଏବଂ ପରାମର୍ଶ ପାଇବାର ସୁବିଧା ନିମନ୍ତେ ସକ୍ଷମ ହେବେ, ଯେଉଁଠାରେ ଡିଏସ୍‌ଏଲ୍‌ଏସ୍‌ଏର ପ୍ୟାନେଲ୍‌ରେ ଥିବା ଆଇନ୍ ସେବା ଅଧିବକ୍ତା ମହିଳାମାନଙ୍କୁ ପରାମର୍ଶ ଦେଇ ସାହାଯ୍ୟ କରିବେ।

ଆଇନ୍ ସହାୟତା କ୍ଲିନିକ୍‌ର ଶୁଭାରମ୍ଭ ସମାରୋହ ଆଜି ଦିଲ୍ଲୀରେ ଆୟୋଗର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା, ଅତିରିକ୍ତ ସେସନ୍ ଜଜ୍ ଶ୍ରୀ ସୁଶାନ୍ତ ଚଙ୍ଗୋତ୍ରା, ଅତିରିକ୍ତ ସଚିବ, ଡିଏସ୍‌ଏଲ୍‌ଏସ୍‌ଏ, ନମିତା ଅଗ୍ରୱାଲ୍‌, ସ୍ୱତନ୍ତ୍ର ସଚିବ, ଡିଏସ୍‌ଏଲ୍‌ଏସ୍‌ଏ ଏବଂ କନୱଲ୍ ଜିତ୍ ଆରୋରା, ସଦସ୍ୟ ସଚିବ, ଡିଏସ୍‌ଏଲ୍‌ଏସ୍‌ଏ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

ସଭାକୁ ସମ୍ବୋଧିତ କରି ଅଧ୍ୟକ୍ଷା ରେଖା ଶର୍ମା ଏହା କହିଥିଲେ ଯେ, ଆଇନ୍ ସହାୟତା କେନ୍ଦ୍ରର ଉଦ୍ଦେଶ୍ୟ ମହିଳାମାନଙ୍କୁ ମାଗଣାରେ ଆଇନ୍ ପରାମର୍ଶ ଏବଂ ଆଇନ୍ ସେବା ପ୍ରଦାନ କରିବା ଅଟେ। “ଆଜିର ଦିନ ହେଉଛି ଏମିତି ଏକ ଦିନ, ଯାହା ମହିଳା ମାନଙ୍କର ସହାୟତା ନିମନ୍ତେ ଏନ୍‌ସିଡବ୍ଲ୍ୟୁର ନିରନ୍ତର ପ୍ରୟାସ ଗୁଡିକ ମଧ୍ୟରୁ ଗୋଟିଏ,  ଯାହା ଏକ ନୂତନ ଅଧ୍ୟାୟ ଖୋଲୁଛି। ଆଇନ୍ ସହାୟତା କ୍ଲିନିକ୍ ମହିଳା ମାନଙ୍କର ଅଧିକାର ଗୁଡିକର ରକ୍ଷା କରିବା ନିମନ୍ତେ ଏବଂ ସେମାନଙ୍କୁ ଆଇନ୍ ପରାମର୍ଶ ଏବଂ ସହାୟତା ପ୍ରାପ୍ତ କରାଇବା ପାଇଁ ୱାନ୍‌- ଷ୍ଟପ୍ କେନ୍ଦ୍ର ହେବା ଉପରେ ଧ୍ୟାନ କେନ୍ଦ୍ରିତ କରିବ। ମହିଳାମାନେ ଏବେ ଦ୍ୱାର ଦ୍ୱାର ନବୁଲି ଆଇନ୍ ସେବା ସହାୟତା ପ୍ରାପ୍ତ କରିପାରିବେ” ବୋଲି ସେ କହିଥିଲେ।

ନୂତନ ଆଇନ୍ ସହାୟତା କ୍ଲିନିକ୍ ମାଧ୍ୟମରେ ଅଭିଯୋଗକାରିଣୀଙ୍କ ନିମନ୍ତେ ପରାମର୍ଶ ପ୍ରଦାନ କରାଯିବ, ବିପଦରେ ପଡିଥିବା ମହିଳାମାନଙ୍କୁ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ (ଏନ୍‌ଏଏଲ୍‌ଏସ୍‌ଏ) / ଡିଏସ୍‌ଏଲ୍‌ଏସ୍‌ଏର ବିଭିନ୍ନ ଯୋଜନା ଗୁଡିକ ଉପରେ ଆଇନ୍ ସହାୟତା, ପରାମର୍ଶ ଏବଂ ସୂଚନା ପ୍ରଦାନ କରାଯିବ, ମହିଳା ଜନଶୁଣାଣିରେ ସହାୟତା, ମାଗଣା ଆଇନ୍ ସହାୟତା, ବୈବାହିକ ମାମଲାରେ ଶୁଣାଣି ଏବଂ ଆୟୋଗ ସହିତ ପଞ୍ଜୀକୃତ ଅନ୍ୟ ଅଭିଯୋଗ ଗୁଡିକର ଅନ୍ୟ ସେବା  ସହିତ ପ୍ରଦାନ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.