Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦିଗପହଣ୍ଡିରେ ସୂର୍ଯ୍ୟ ହେଲେ ଅସ୍ତ, ପୌର ନିର୍ବାଚନରେ ପୁତ୍ର ବିପ୍ଲବ ମାରିଲେ ଫେଲ, ଚିନ୍ତାରେ ବାଚସ୍ପତି
ବିଶେଷ ଖବର

ଦିଗପହଣ୍ଡିରେ ସୂର୍ଯ୍ୟ ହେଲେ ଅସ୍ତ, ପୌର ନିର୍ବାଚନରେ ପୁତ୍ର ବିପ୍ଲବ ମାରିଲେ ଫେଲ, ଚିନ୍ତାରେ ବାଚସ୍ପତି

March 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିଗପହଣ୍ଡିରେ ସୂର୍ଯ୍ୟ ହେଲେ ଅସ୍ତ, ପୌର ନିର୍ବାଚନରେ ପୁତ୍ର ବିପ୍ଲବ ମାରିଲେ ଫେଲ, ଚିନ୍ତାରେ ବାଚସ୍ପତି

ବ୍ରହ୍ମପୁର: ପୌର ନିର୍ବାଚନରେ ସାରା ଓଡିଶାରେ ବିଜେଡିର ଏକ ଐତିହାସିକ ସଫଳତା ହାସଲ କରିଛି। ହେଲେ ଦୁଃଖର କଥା ବିଜେଡିର ବରିଷ୍ଠ ନେତା ତଥା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଁ ଏହା ଆଣିଛି ବଡ ଝଟକା। କାରଣ ଦିଗପହଣ୍ଡିରେ ବିଜେଡି ହାରିଯାଇଛି। ଫଳରେ ସେଠାର ରାଜନୀତିରେ ସୂର୍ଯ୍ୟ ଅସ୍ତ ହୋଇଗଲେ ବୋଲି ପ୍ରମାଣିତ ହୋଇଛି।

ଚଳିତ ପୌର ନିର୍ବାଚନରେ ଏହି ଅଞ୍ଚଳର ପୌର ଅଧ୍ୟକ୍ଷ ଆସନ ହାତେଇ ନେଇଛି ହାତ। କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ପଣ୍ଡା ଏଥର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେତିକି ନୁହେଁ, ଦିଗପହଣ୍ଡିର ୧୧ ଟି କାଉନିସଲରୁ ୬ ଟିରେ କଂଗ୍ରେସ ବିଜୟ ଲାଭ କରିଛି। ବିଜେଡ଼ି ୫ ଗୋଟି ଆସନ ଦଖଲ କରିଛି। ଦିଗପହଣ୍ଡିରେ ଅଧ୍ୟକ୍ଷ ପାଇଁ ବିଜେଡିରୁ ଛିଡା ହୋଇଥିଲେ ଭି . ରବିନାରାୟଣ ରାଜୁ। ହେଲେ ତାଙ୍କୁ କଂଗ୍ରେସର ପ୍ରଫୁଲ ପଣ୍ଡା ୧୪୧୨ ଭୋଟରେ ହରାଇ ଦେଇଛନ୍ତି।

ଦୀର୍ଘ ବର୍ଷ ଧରି ଦିଗପହଣ୍ଡିରେ ବିଜେଡିର ଦବଦବା ଚାଲି ଆସିଥିଲା। ମୁଖ୍ୟତଃ ବିଜେଡିର ବରିଷ୍ଠ ନେତା ଡ ସୂର୍ଯ୍ୟନାରାୟଣ ପାତ୍ର ଏହାର ନେତୃତ୍ବ ନେଉଥିଲେ। ହେଲେ ଏଥର ପୁରା ଗଣିତ ଭୁଲଭାଲ ପ୍ରମାଣିତ ହୋଇଯାଇଛି। ଯାହାକୁ ନେଇ ବିଜେଡି ମହଲରେ ବେଶ ଚର୍ଚ୍ଚା ଓ ଆଲୋଚନା ଜାରୀ ରହିଛି।

ତେବେ ମୁଖ୍ୟ କଥା ହେଲା ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ସେହି ଅଞ୍ଚଳର ବିଧାୟକ ଡ ସୂର୍ଯ୍ୟନାରାୟଣ ପାତ୍ର ନିଜକୁ ଦୂରେଇ ରଖିଥିଲେ। ସେ ଏଥର ନିଜର ପୁତ୍ର ବିପ୍ଲବ ପାତ୍ରଙ୍କୁ ସମସ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ବିପ୍ଲବ ତାଙ୍କର ସମସ୍ତ ବଳ ଖର୍ଚ୍ଚ କରି ନିର୍ବାଚନ ପ୍ରଚାର ଜୋରଦାର କରିଥିଲେ। ହେଲେ କଣ ହେଲା କେଜାଣି ତାଙ୍କୁ ସାଧାରଣ ଭୋଟର ଗ୍ରହଣ କରିପାରିଲେ ନାହିଁ। ଫଳରେ ବିଜେଡି ଦୁର୍ଗରେ କଂଗ୍ରେସର ଆଧିପତ୍ୟ ବିସ୍ତାର ହେଲା।

ଆସନ୍ତା ବିଧାନସଭା ନିର୍ବାଚନରେ ସୂର୍ଯ୍ୟନାରାୟଣ ପୁତ୍ର ବିପ୍ଳବଙ୍କୁ ଛିଡା କରିବା ପାଇଁ ମନସ୍ଥ କରିଛନ୍ତି। ବିଜେଡି ସୁପ୍ରିମୋ ମଧ୍ୟ କୁଆଡେ ଏଥିପାଇଁ ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି ବୋଲି କୁହାଯାଉଛି। ସେଥିପାଇଁ ଏଥର ପୌର ନିର୍ବାଚନରେ ସୂର୍ଯ୍ୟବାବୁ ବିପ୍ଲବଙ୍କୁ ଆଗକୁ ଆଣିଥିଲେ। ହେଲେ ବର୍ତ୍ତମାନ ଫଳାଫଳ ପରେ ଉଭୟ ସୂର୍ଯ୍ୟନାରାୟଣ ଏବଂ ବିଜେଡି ଏହାକୁ ନେଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି।

ଡ. ସୂର୍ଯ୍ୟ ନାରାୟଣ ପାତ୍ର ଦିଗପହଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.