Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଦଳିବେ ବିରୋଧୀ ଦଳ ନେତା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦୌଡରେ ସମ୍ବିତ ପାତ୍ର
ବିଶେଷ ଖବର

ବଦଳିବେ ବିରୋଧୀ ଦଳ ନେତା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦୌଡରେ ସମ୍ବିତ ପାତ୍ର

April 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଦଳିବେ ବିରୋଧୀ ଦଳ ନେତା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଦୌଡରେ ସମ୍ବିତ ପାତ୍ର

ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରାଜ୍ୟ ସଭାପତି ବଦଳିବେ। ଏ ନେଇ ରାଜଧାନୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା। କାରଣ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ସେପରି କିଛି ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଏହି ଦୁଇ ନିର୍ବାଚନ ସଂପୂର୍ଣ୍ଣ ଦାୟିତ୍ବ ମୁଣ୍ଡାଇଥିଲେ ସଭାପତି ସମୀର ମହାନ୍ତି। ହେଲେ ତାଙ୍କ ନେତୃତ୍ବକୁ ରାଜ୍ୟବାସୀ ଗ୍ରହଣ କଲେ ନାହିଁ। ସେଥିପାଇଁ ସଭାପତି ବଦଳାଇବା ପାଇଁ ଦିଲ୍ଲୀ ନେତୃତ୍ବ ଚାହୁଁଛନ୍ତି ବୋଲି ଜଣାପଡିଛି।

ଏପରିକି ଗତ ସପ୍ତାହରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ। ଏମାନଙ୍କର ପ୍ରଦର୍ଶନ ନେଇ କୁଆଡେ ନଡ୍ଡା ମଧ୍ୟ ଅସନ୍ତୁଷ୍ଠ ଅଛନ୍ତି। ସେହିପରି ଏମାନେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ମଧ୍ୟ ସାକ୍ଷାତ କରିଥିଲେ। ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ଜଣାପଡି ନାହିଁ। ସେଠାରେ ମଧ୍ୟ ସମସ୍ତେ ନିଜର ଅସନ୍ତୁଷ୍ଠ ବ୍ୟକ୍ତ କରିଥିଲେ କୁହାଯାଉଛି।

ଏହାପରେ ରାଜ୍ୟ ବିଜେପି ବିଧାୟକମାନେ ମଧ୍ୟ ସମସ୍ତେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ମଧ୍ୟ ସେମାନେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ହେଲେ ବାହାରେ କେହି କିଛି କହି ନ ଥିଲେ ମଧ୍ୟ ସମସ୍ତେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଅସନ୍ତୁଷ୍ଠ ଅଛନ୍ତି। ବର୍ତ୍ତମାନ ରାଜ୍ୟ ବିଜେପି ଯେଉଁ ଷ୍ଟାଟ୍ରେଜିରେ ଯାଉଛି ସେଥିରେ ବିଜେଡିକୁ ମୁକାବିଲା କରିହେବ ନାହିଁ ବୋଲି ସେମାନେ ସଫାସଫା କହିଛନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ କେନ୍ଦ୍ରୀୟ ନେତୃମଣ୍ଡଳ ବିରୋଧୀ ଦଳ ନେତାଙ୍କୁ ପରିବର୍ତ୍ତନ କରିବାକୁ ନିଶ୍ଚିତ କରିଛନ୍ତି। କାରଣ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି। ଫଳରେ ବିଧାନସଭାରେ ବିଜେପି ଠିକରେ ମୁକାବିଲା କରିପାରୁ ନାହିଁ। ସେଥିପାଇଁ ବିରୋଧୀଦଳର ଉପନେତା ବିଷ୍ଣ ସେଠୀ ବିରୋଧୀ ଦଳ ନେତାକୁ ପଦନ୍ନୋତି ପାଇବେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବଦଳି କରାଯିବ। ସେଥିପାଇଁ କିଏ ପରବର୍ତ୍ତି ସଭାପତି ହେବ ସେ ନେଇ ଦିଲ୍ଲୀ ନେତୃମଣ୍ଡଳି କିଛି ନିଷ୍ପତି କରିପାରୁ ନାହାଁନ୍ତି। ବର୍ତ୍ତମାନ ସେମାନଙ୍କ ଦୃଷ୍ଟିରେ ବିଜେଡିକୁ ମୁକାବିଲା କରିପାରିବା ପରି ନେତା ଦେଖାଯାଉ ନାହାଁନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ସମ୍ବିତ ପାତ୍ରଙ୍କୁ କୁଆଡେ ରାଜ୍ୟ ଦାୟିତ୍ବ ଦେବା ପାଇଁ ଚିନ୍ତା କରାଯାଉଛି।ତେବେ ଖୁବ ଶିଘ୍ର ଏହା ଉପରେ ଏକ ବଡ ନିଷ୍ପତି ନିଆଯିବ ବୋଲି ଜଣାପଡିଛି।

ପ୍ରଦୀପ୍ତ ନାୟକ ବିଜେପି ସଭାପତି ସମୀର ମହାନ୍ତି ବିରୋଧୀ ଦଳ ନେତା ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ସିଲଚରରେ ୨୩୫୫୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 14, 2026

ୟୁପିରେ ଏଲପିଜି କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ୧୪୮୩ ଟି ସ୍ଥାନରେ ଚଢାଉ, ଅନେକ ଗିରଫ

March 14, 2026

ବିଶ୍ଵ ସମ୍ମୁଖରେ ପାକିସ୍ତାନ ଲଜ୍ଜିତ: PSL ଛାଡି IPL ରେ ଯୋଗଦେଲେ ଏହି ପ୍ରସିଦ୍ଧ କ୍ରିକେଟର

March 14, 2026

ଶୁଭମନ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର: ଘୋଷଣା କଲା ବିସିସିଆଇ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.