Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ୟୁକ୍ରେନ ପରିସ୍ଥିତି ପ୍ରସଂଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅନ୍ତରାଷ୍ଟ୍ରୀୟ

ୟୁକ୍ରେନ ପରିସ୍ଥିତି ପ୍ରସଂଗରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

April 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆମେରିକା ରାଷ୍ଟ୍ରପତିଙ୍କ ସହ ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସହିତ ସୋମବାର ରାତିରେ ଭର୍ଚ୍ୟୁଆଲି ଆଲୋଚନା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବଂ ଆମେରିକା ବିଶ୍ବର ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏହି ଦୁଇ ରାଷ୍ଟ୍ର ପ୍ରାକୃତିକ ଭାବେ ଯୋଡି ହୋଇଛନ୍ତି। ମୋଦୀ କହିଛନ୍ତି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ଯେ, ୟୁକ୍ରେନର ପରିସ୍ଥିତି ଚିନ୍ତାଜନକ ଥିବାବେଳେ ଏହି ଆଲୋଚନା ଚାଲିଛି।

ସେ କହିଛନ୍ତି ଯେ କିଛି ସପ୍ତାହ ପୂର୍ବରୁ ୟୁକ୍ରେନରେ 20 ହଜାରରୁ ଅଧିକ ଭାରତୀୟ ଫସି ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଆମେ ଉଦ୍ଧାର କରିବାରେ ସକ୍ଷମ ହୋଇଛୁ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନରେ ସାଧାରଣ ନାଗରିକଙ୍କ ନିରାପତ୍ତା ତଥା ଔଷଧ ଏବଂ ରିଲିଫ ସାମଗ୍ରୀ ସମେତ ସେମାନଙ୍କୁ ମାନବିକ ସହାୟତା ଯୋଗାଇବାରେ ଭାରତ ଗୁରୁତ୍ୱ ଦେଇଛି। ସେ ସୂଚନା ଦେଇଛନ୍ତି ଯେ ୟୁକ୍ରେନର ଅନୁରୋଧ କ୍ରମେ ଭାରତ ଖୁବ୍ ଶୀଘ୍ର ବିପୁଳ ପରିମାଣର ଔଷଧ ପଠାଇବାକୁ ବନ୍ଦୋବସ୍ତ କରିଛି।

ନିକଟରେ ୟୁକ୍ରେନର ବୁଚା ସହରରେ ନିରୀହ ସାଧାରଣ ନାଗରିକଙ୍କ ହତ୍ୟା ଅତ୍ୟନ୍ତ ଚିନ୍ତାଜନକ ବୋଲି ମୋଦୀ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଭାରତ ଏହାକୁ ନିନ୍ଦା କରିଛି ଏବଂ ଏହାର ଉଚିତ ତଦନ୍ତ ଦାବି କରିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶାନ୍ତି ପାଇଁ ବାଟ ଫିଟିବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ୟୁକ୍ରେନ ଏବଂ ଋଷର ରାଷ୍ଟ୍ରପତିଙ୍କ ସହ ଅନେକ ଥର ଫୋନରେ କଥା ହୋଇଛନ୍ତି ଏବଂ ଶାନ୍ତି ପାଇଁ ନିବେଦନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସଂସଦରେ ୟୁକ୍ରେନର ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରାଯାଇଛି।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ତାଙ୍କ ଉଦବୋଧନରେ କହିଛନ୍ତି ଯେ ଭାରତ ଏବଂ ଆମେରିକା ଦୁଇଟି ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଯାହାକି ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ବାଣ୍ଟିପାରିଛି। ସେ କହିଛନ୍ତି ଯେ ଭାରତ – ଆମେରିକାର ଭାଗିଦାରୀ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ସେସବୁକୁ ଜାରୀ ରଖିବା ପାଇଁ ବିଭିନ୍ନ ସମୟରେ ପରାମର୍ଶ ଏବଂ କଥାବାର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି।

ଏଥିସହିତ କୋଭିଡ19 ମହାମାରୀ, ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାର, ଜଳବାୟୁ, ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଘଟିଥିବା ବିକାଶ ଏବଂ ୟୁକ୍ରେନର ପରିସ୍ଥିତି ଭଳି ଅନେକ ଆଞ୍ଚଳିକ ତଥା ବିଶ୍ବ ସ୍ତରୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ମତ ବିନିମୟ ହୋଇଛି।

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନରେନ୍ଦ୍ର ମୋଦୀ ୟୁକ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026

“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ

August 13, 2026
Latest News

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

‘ହର ଘର ତିରଙ୍ଗା’ ଅଭିଯାନ: ନିଜ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ଅମିତ ଶାହ

August 14, 2026

ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

August 14, 2026

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.