Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ-ଆମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ଜାରି ହେଲା ପ୍ରେସ୍‌ ବିବୃତ୍ତି
ବିଶେଷ ଖବର

ଭାରତ-ଆମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ଜାରି ହେଲା ପ୍ରେସ୍‌ ବିବୃତ୍ତି

April 12, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଭାରତ-ଆମେରିକା ମଧ୍ୟରେ ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ହୋଇଛି। ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପକ୍ଷରୁ ପ୍ରେସ୍‌ ବିବୃତ୍ତି ଜାରି କରାଯାଇଛି।  ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆମ ଦୁଇ ଦେଶ ମଧ୍ୟରେ ଅତି ଅର୍ଥପୂର୍ଣ୍ଣ ଏବଂ ଗଭୀର ଆଲୋଚନା ଅନୁଷ୍ଠିତ ହୋଇଛି। ଏହା ଭାରତ-ଆମେରିକା ସମ୍ପର୍କର ବେଗକୁ ବଜାୟ ରଖିବା ଏବଂ ଆମର କାର୍ଯ୍ୟାବଳୀକୁ ଆହୁରି ଆଗକୁ ଆଗେଇ ନେବା ଦିଗରେ ସହାୟକ ହେବ। ଆମର ଦୁଇ ମହାନ ରାଷ୍ଟ୍ର ସଦାବେଳେ ପରସ୍ପରର ସ୍ୱାର୍ଥର ପରିପୂରକ ଭାବେ ରହିଆସିଛନ୍ତି ଏବଂ ପାରସ୍ପରିକ ଲକ୍ଷ୍ୟ ହାସଲ କରିବା ଦିଗରେ ଆମେ ଏଥିରେ ସହଭାଗୀ ହେବା ସକାଶେ ଆଗ୍ରହୀ।

ଆମେ ଆଜି  ଅନେକ ଦ୍ୱିପାକ୍ଷିକ, ପ୍ରତିରକ୍ଷା ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ମୋତେ ଏକଥା ପ୍ରକାଶ କରିବାରେ ଖୁସି ଲାଗୁଛି ଯେ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଏହିସବୁ ପ୍ରସଙ୍ଗ ଉପରେ ଆମ ଦୁଇ ରାଷ୍ଟ୍ରଙ୍କ ମତରେ ସାଦୃଶ୍ୟ ରହିଛି। ଉଭୟ ଭାରତ ଏବଂ ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରସଙ୍ଗରେ ମୁକ୍ତ, ଅବାଧ, ସମାବେଶୀ ଏବଂ ନୀତି ଆଧାରିତ କାର୍ଯ୍ୟପନ୍ଥାରେ ବିଶ୍ୱାସୀ। ଆମର ସହଭାଗୀତା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭାରତ ମହାସାଗର କ୍ଷେତ୍ର ନିମନ୍ତେ ଅତୀବ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ବହନ କରେ।

ଏହି ଆଲୋଚନା ଅବସରରେ ଆମେ ଆମର ପ୍ରତିବେଶୀକ କ୍ଷେତ୍ର ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ସ୍ଥିତି ସମ୍ପର୍କରେ ମଧ୍ୟ ଆମେ ନିଜ ନିଜର ମତ ପୋଷଣ କରିଛୁ। ଆତଙ୍କବାଦକୁ ଭାରତ ବିରୋଧରେ ରାଷ୍ଟ୍ରର ଅସ୍ତ୍ର ଭାବେ ଉପଯୋଗ କରାଯାଉଥିବା ପ୍ରସଙ୍ଗ ମଧ୍ୟ ଏହି କଥାବାର୍ତ୍ତା ବେଳେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ହେଉଥିବା ବିସ୍ତୃତ ଆଲୋଚନାରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସୁଫଳ ମିଳିପାରିଛି। ସେଥି ମଧ୍ୟରୁ କେତେଗୋଟି ପ୍ରସଙ୍ଗ ହେଲା ‘ସ୍ପେସ୍‌ ସିଚୁଏସନାଲ ଆୱେରନେସ୍‌ ଏଗ୍ରିମେଣ୍ଟ’ ଯାହା ଭାରତର ମହାକାଶ ବିଭାଗ ଏବଂ ଆମେରିକାର ପ୍ରତିରକ୍ଷା ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ନିକଟ ଭବିଷ୍ୟତରେ ପ୍ରତିରକ୍ଷା ମହାକାଶ ଏବଂ ପ୍ରତିରକ୍ଷା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହେବ। ସେହିଭଳି ଅନ୍ୟାନ୍ୟ ଉପକ୍ରମଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପରିଲକ୍ଷିତ ହୋଇଛି ଏବଂ ଏଥିଘେନି ରାଜିନାମା ସ୍ୱାକ୍ଷରିତ ହୋଇଛି ଓ କଥାବାର୍ତ୍ତା ଚାଲିଛି। ଉଭୟ ରାଷ୍ଟ୍ର ମଧ୍ୟରେ ସାମରିକ ଅଭ୍ୟାସର ସୁଯୋଗ ଏବଂ ଏ ଦିଗରେ ଥିବା ସମସ୍ୟାବଳୀକୁ ଦୂର କରିବା ନିମନ୍ତେ ମଧ୍ୟ ଉଭୟ ପକ୍ଷ ସେମାନଙ୍କର ଇଚ୍ଛା ପ୍ରକଟ କରିଛନ୍ତି।

କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ସାମରିକ ସହଯୋଗ ଜାରି ରହିଛି । ଆମେ ମଧ୍ୟ ଖୁସି ଯେ ଭାରତ ବାହାରିନସ୍ଥିତ ବିବିଧ ସମନ୍ୱିତ ସାମୁଦ୍ରିକ ଫୋର୍ସ (ସିଏମଏଫ)ରେ ଏକ ସହଯୋଗୀ ସଦସ୍ୟ ଭାବେ ଭାରତ ସାମିଲ ହୋଇଛି । ଭାରତ ମହାସାଗରର ପଶ୍ଚିମ କ୍ଷେତ୍ରରେ ଏହା କ୍ଷେତ୍ରୀୟ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସହଯୋଗକୁ ଆହୁରି ମଜଭୁତ କରିବ। ଆମେ  COMCASAକୁ ସକ୍ରିୟ ଭାବେ ପ୍ରବର୍ତ୍ତନ କରିବା ଦିଗରେ ପ୍ରୟାସୀ ଏବଂ  BECA କୁ ମଧ୍ୟ ସଂପୂର୍ଣ୍ଣ ରୂପେ ରୂପାୟନ କରାଯିବ।

ପ୍ରତିରକ୍ଷା, ସାଇବର, ସ୍ୱତନ୍ତ୍ର ଫୋର୍ସ  କ୍ଷେତ୍ରରେ ଆମର ସହଯୋଗର କ୍ଷେତ୍ରକୁ ସମ୍ପ୍ରସାରିତ କରିବା ସକାଶେ ଥିବା ସମ୍ଭାବନା ଖୋଜିବାକୁ ଆମେ ସହମତ ହୋଇଛୁ ଏବଂ  LEMOA ଅଧୀନରେ ଲଜିଷ୍ଟିକ୍ସ ସହଯୋଗର ବ୍ୟବସ୍ଥାକୁ ଆହୁରି ସମ୍ପ୍ରସାରିତ କରିବାକୁ ଇଚ୍ଛୁକ ଏବଂ ମିଳିତ ସମରାଭ୍ୟାସ ବେଳେ ଏହି କାର୍ଯ୍ୟ ସଂପାଦନ କରାଯିବ।

ପ୍ରତିରକ୍ଷା ପ୍ରଯୁକ୍ତି ଏବଂ ବାଣିଜ୍ୟ ପ୍ରୟାସ (ଡିଟିଟିଆଇ)କୁ ପୁନଃସକ୍ରିୟ କରିବାର ଆବଶ୍ୟକତା ନିମନ୍ତେ ଉଭୟ ପକ୍ଷ ରାଜି ହୋଇଛି ଏବଂ ଏହା ଫଳରେ ଅତ୍ୟାଧୁନିକ ଏବଂ ନୂଆ ନୂଆ ତଥା ଜଟିଳ ସାମରିକ ପ୍ରଯୁକ୍ତି ନିମନ୍ତେ କାର୍ଯ୍ୟକାରୀ ହେଉଥିବା ମିଳିତ ପ୍ରକଳ୍ପଗୁଡ଼ିକ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ।

ମୁଁ ଏଠାରେ ଭାରତ ଇଚ୍ଛାକୁ ବ୍ୟକ୍ତ କରି କହିବାକୁ ଚାହେଁ ଯେ ଆମେରିକୀୟ କମ୍ପାନୀମାନଙ୍କ ସହିତ ସହଭାଗୀତାରେ ମିଶି ଆମେ ସହ-ବିକାଶ ଏବଂ ସହ- ଉତ୍ପାଦନ ନିମନ୍ତେ ଆଗ୍ରହୀ। ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ମାର୍କିନ୍‌ ପ୍ରତିରକ୍ଷା କମ୍ପାନୀମାନେ ସେମାନଙ୍କର ପୁଂଜି ନିବେଶ ବୃଦ୍ଧି କରିବା ପାଇଁ ଇଚ୍ଛୁକ। ଭାରତର “ଆତ୍ମନିର୍ଭର ଭାରତ” ଅଭିଯାନକୁ ସଫଳ କରିବା ଦିଗରେ ଭାରତ ସହ ଆମେରିକୀୟ କମ୍ପାନୀମାନଙ୍କର ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ଏବଂ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ।

ଆଜିର ୨+୨ ଆଲୋଚନା ଭାରତ ଏବଂ ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସହଭାଗୀତାକୁ ସୁଦୃଢ଼ କରିବା ନିମନ୍ତେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ୟ ଅନେକ ପାରସ୍ପରିକ ସ୍ୱାର୍ଥଜଡ଼ିତ କ୍ଷେତ୍ର ପାଇଁ ମଧ୍ୟ ଜରୁରି। ଆମ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ବର୍ଦ୍ଧିଷ୍ଣୁ ସହଯୋଗୀତା ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସକାଶେ ବେଶ ମହତ୍ୱ ବହନ କରେ ଏବଂ ଏହା ବୈଶ୍ୱିକ ସ୍ୱାଭାବିକତା ରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିବ। ମୁଁ ଏହି ଅବସରରେ ମାର୍କିନ ପରରାଷ୍ଟ୍ର ସଚିବ ଅଷ୍ଟିନ୍‌, ସଚିବ ବ୍ଲିଙ୍କେନ୍‌ଙ୍କୁ ପୁଣି ଥରେ ସେମାନଙ୍କର ଭବ୍ୟ ଆତିଥ୍ୟ ନିମନ୍ତେ ଭାରତ- ଆମେରିକା ସହଭାଗୀତାକୁ ଆଗକୁ ଆଗେଇ ନେବା ଦିଗରେ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ଆମେ ଦୁଇ ସଚିବଙ୍କୁ ଉଭୟ ପକ୍ଷଙ୍କ ପାଇଁ ସୁହାଉଥିବା ସମୟରେ ୨+୨ ମନ୍ତ୍ରିସ୍ତରୀୟ ଆଲୋଚନା ଭାରତ ଆସିବା ନିମନ୍ତେ ଆସିବାକୁ ଆମନ୍ତ୍ରଣ ଜଣାଉଛୁ।”

ପ୍ରତିରକ୍ଷା ମନ୍ତ୍ରୀ ପ୍ରେସ୍ ବିବୃତ୍ତି ଭାରତ-ଆମେରିକା ରାଜନାଥ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026

“ସୁନାର କେନ୍ଦୁଝର” ପାଇଁ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ

April 28, 2026

ଶଶ୍ଵର ଘରେ ଜ୍ଵାଇଁଙ୍କୁ ପେଟ୍ରୋଲ ଢାଳି ହତ୍ୟା

April 28, 2026

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.