Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଥମ ଥର ପାଇଁ ସଡକ ପଥରେ ସ୍ବାଭିମାନ ଅଞ୍ଚଳକୁ ଗଲେ ମୁଖ୍ୟ ଶାସନ ସଚିବ
ବିଶେଷ ଖବର

ପ୍ରଥମ ଥର ପାଇଁ ସଡକ ପଥରେ ସ୍ବାଭିମାନ ଅଞ୍ଚଳକୁ ଗଲେ ମୁଖ୍ୟ ଶାସନ ସଚିବ

April 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ଥର ପାଇଁ ସଡକ ପଥରେ ସ୍ବାଭିମାନ ଅଞ୍ଚଳକୁ ଗଲେ ମୁଖ୍ୟ ଶାସନ ସଚିବ

ମାଲକାନଗିରି/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବ୍ୟାପକ ବିକାଶମୂଳକ ହସ୍ତକ୍ଷେପ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଡ଼କ ପଥ ଦେଇ ଏକଦା ନକ୍ସଲ ଗଡ ଭାବେ ବିବେଚିତ ଚିତ୍ରାକୋଣ୍ଡା ସ୍ବାଭିମାନ ଆଞ୍ଚଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଜି ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନରେ ସେ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବାଭିମାନ ଅଂଚଳ ସ୍ୱତନ୍ତ୍ର ପ୍ୟାକେଜଗୁଡିକର କ୍ଷେତ୍ର ସ୍ତରର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ମୁଖ୍ୟତଃ
ଉଦ୍ୟାନ ଚାଷ, କୃଷି, ମତ୍ସ୍ୟ ଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ସୃଷ୍ଟି, କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମର ଅଭିବୃଦ୍ଧି, ଜଳସେଚନ, ବିଦ୍ୟୁତିକରଣ, ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ ଆଦି ପ୍ରକଳ୍ପର କାର୍ଯ୍ୟନ୍ଵୟନ କୁ ମୁଖ୍ୟ ସଚିବ କ୍ଷେତ୍ର ସ୍ତରରେ ଲକ୍ଷ୍ୟ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ସଘନ କରିବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗର ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ମତ୍ସ୍ୟଚାଷ, ବନବିଭାଗ ଏବଂ ଉଦ୍ୟାନ କୃଷି ଆଦି କାର‌୍ୟ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରୁଛନ୍ତି।

ଏହି ଅଞ୍ଚଳରେ ସାତୋଟି ଟେଲି ଟାୱାର କାର୍ଯ୍ୟ କରୁଛି। ସ୍ବାଭିମାନ ଅଞ୍ଚଳ ୯ ଟି ପଞ୍ଚାୟତରେ ସମସ୍ତ ଘରକୁ ପ୍ରାୟ ୬୦୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବଣ୍ଟନ କରାଯାଇଛି। ପ୍ରାୟ ୯୯ ପ୍ରତିଶତ ଅଞ୍ଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି।

ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରାକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡା ଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପର କାର‌୍ୟ୍ୟ, ପାଇପ୍ ପାନୀୟ ଜଳ ଯୋଗାଣର ଅଗ୍ରଗତି ଏବଂ ୩୩ କେଭି ପାୱାର୍ ସବ୍ ଷ୍ଟେସନ ଆଦି ସ୍ଥାନ ବୁଲିବା ବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ କ୍ୟାମ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ଶାସନ ସଚବଙ୍କୁ ସ୍ଵାଗତ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ।

ଅନେକ ଲୋକ କହିବାର ଶୁଣିବାକୁ ମିଳିଥିଲା ଯେ ସେମାନଙ୍କ ଅଞ୍ଚଳକୁ କୌଣସି ମୁଖ୍ୟ ସଚିବଙ୍କ ଏହା ପ୍ରଥମ ଗସ୍ତ। ଏହାପୂର୍ବରୁ ପ୍ରଥମ ଦିନ ପରିଦର୍ଶନରେ ଶ୍ରୀ ମହାପାତ୍ର ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ମୋଟୁରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଏବଂ ପୋଟେରୁ ଅଞ୍ଚଳରେ ଗଭୀର ବୋରୱେଲ ଜଳସେଚନ କ୍ଲଷ୍ଟରରେ କୃଷି କାର‌୍ୟ୍ୟକଳାପକୁ ଦେଖିଥିଲେ ଜ୍ଝ ସେ ଓଡିଶା ଏବଂ ଛତିଶଗଡକୁ ସଂଯୋଗ କରୁଥିବା ସାବରୀ ନଦୀ ଉପରେ ନିର୍ମାନାଧିନ ସେତୁର ଅଗ୍ରଗତି ମଧ୍ୟ ସମୀକ୍ଷା ମଧ୍ୟ କରିଥିଲେ।

ଶ୍ରୀ ମହାପାତ୍ର ମଧ୍ୟ ମୁଗି ବୋର୍ଡର୍ ପଏଣ୍ଟକୁ ଯାଇ ସେଠାରେ ବିକାଶମୂଳକ କାର‌୍ୟ୍ୟକଳାପର ସମୀକ୍ଷା କରିଥିଲେ। ସେଠାରେ ସ୍ଥାପିତ ଓଡିଶାର ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।  ଏହି ଗସ୍ତ ସମୟରେ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିରାସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଶ୍ରୀ ବାଲମୁକୁନ୍ଦ ଭୁୟାଁ, ବିଭାଗୀୟ ବନ ଅଧିକାରୀ ଶ୍ରୀ ପ୍ରତାପ କୋଟାପାଲି ଏବଂ ମାଲକାନଗିରିର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନବୀନ ପଟ୍ଟନାୟକ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଭିମାନ ଅଞ୍ଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025
Latest News

‘ଏକ୍ସ’ ର ନୂତନ ଫିଚର୍ ରେ ଭାରତରେ ରେକର୍ଡ: ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ଟି ପୋଷ୍ଟ

December 19, 2025

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା

December 19, 2025

୨୦୨୬ ଟି୨୦ ବିଶ୍ୱକପ୍: ଏହି ଦିନ ଘୋଷଣା ହେବ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ୧୫ ଖେଳାଳି

December 19, 2025

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି

December 19, 2025

ସିଆଇଆଇ ପକ୍ଷରୁ ଭାରତର ଶ୍ରେଷ୍ଠ ଇନୋଭେଟରଙ୍କ ମଧ୍ୟରେ ଜିଓ ସାମିଲ 

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.