Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

April 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବଭୂଷଣ ହରିଚନ୍ଦନ, ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ତଥା ଓଡିଶା ବିଜେପିର ତୁଙ୍ଗ ନେତା ବିଶ୍ବଭୂଷଣ ହରିଚନ୍ଦନ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତି ବାସଭବନରେ ଏହି ଭେଟଘାଟ ହୋଇଛି। ଏହି ସାକ୍ଷାତ ଏକ ସୌଜନମୂଳକ ଥିଲା। ସାକ୍ଷାତ ବେଳେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ  ତିରୂପତି ବାଲାଜୀଙ୍କ ଫଟୋ ସହ ନୀଳ ଉତ୍ତରୀୟ ଉପହାର ଦେଇଥିଲେ। ତାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରି  ନୀଳ ଉତ୍ତରୀୟ ପିନ୍ଧି ବିଶ୍ବଭୂଷଣଙ୍କ ସହିତ କଥା ହୋଇଥିଲେ।

ଗୋଟିଏ ରାଜ୍ୟର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ରାଜ୍ୟପାଳ କାହିଁକି ବିଶ୍ବଭୂଷଣ ଜଣେ ପୂର୍ବତନ ମନ୍ତ୍ରୀ ଭାବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିବେ। ହେଲେ ଏହି ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ରାଜ୍ୟ ରାଜନୀତିରେ ଏହି ଭିଟଘାଟକୁ ନେଇ ବେଶ୍ କିଛି ଆଲୋଚନା ଚାଲିଛି।

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବଭୂଷଣ ଫୁଲତୋଡା ସହିତ ପ୍ରଭୃ ବାଲାଜୀଙ୍କ ଫଟୋ ଓ ଉତ୍ତରୀୟ ପ୍ରଦାନ ପରେ ଉଭୟ ବସି କିଛି ସମୟ କଥା ହୋଇଥିଲେ। ଏହାହିଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଉଭୟ କଣ ଏବଂ କେଉଁ ବିଷୟରେ କଥା ହେଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଏଥିରେ ଦୁଇ ପ୍ରକାରର ଚର୍ଚ୍ଚା ସାମାନାକୁ ଆସିଛି। ଯାହାକୁ ବିଜେପି ନେତାମାନେ ଖଣ୍ଡନ କରୁଥିଲେ ମଧ୍ୟ ସାଧାରଣରେ ତାହାକୁ କେହି ଅସମ୍ଭବ ବୋଲି କହିପାରୁ ନାହାଁନ୍ତି।

ପ୍ରଥମ ଚର୍ଚ୍ଚା ହେଲା ଯେ, ରାଷ୍ଟ୍ରପତି ନିର୍ବାଚନ ଆଗରେ ଥିବାରୁ ଏହି ଭେଟଘାଟ ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଉଛି। ପ୍ରତିଷ୍ଠିତ ମହଲରେ ଆଲୋଚନା ହେଉଛି ଯେ, ହୁଏତ ବିଶ୍ବଭୂଷଣଙ୍କୁ ମୋଦୀ ରାଷ୍ଟ୍ରପତି ପ୍ରାର୍ଥୀ କରିପାରନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳରୁ ରାଷ୍ଟ୍ରପତି ହୋଇଛନ୍ତି। ସେ ଯେପରି ରାଜଭବନରୁ ରାଷ୍ଟ୍ରପତି ଭବନ ଗଲେ ବିଶ୍ବଭୂଷଣ ମଧ୍ୟ ଯାଇପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ମୋଦୀ ଓଡିଶାର ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ବହୁ ଉଚ୍ଚ ସ୍ଥାନରେ ଅବସ୍ଥାପିତ କରାଇଛନ୍ତି। ପୂର୍ବରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ଜମ୍ମୁକାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ବର୍ତ୍ତମାନର ସିଏଜି ଗିରିଶ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସଚିବ ପିକେ ମିଶ୍ରଙ୍କ ପରି ଅନେକ ବ୍ୟକ୍ତିତ୍ବ ଅଛନ୍ତି। ଏମାନେ ଦେଶର ବହୁ ଉଚ୍ଚପଦବୀରେ ଅବସ୍ଥାପିତ ହୋଇଛନ୍ତି। ତେଣୁ ସେଥିରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇପାରେ ବୋଲି କୁହାଯାଇଛି।

ଚର୍ଚ୍ଚା ନମ୍ବର ଦୁଇରେ ହେଲା ଯେ, ବିଶ୍ବଭୂଷଣ ପୁଣି ଥରେ ଓଡିଶାର ପ୍ରତ୍ୟେକ୍ଷ ରାଜନୀତିକୁ ଆସିପାରନ୍ତି। କାରଣ ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ବିଜେପି ବାରମ୍ବାର ହାରିବାରେ ଲାଗିଛି। ଯେପରି ସଫଳତା ହାସଲ କରିବା କଥା ତାହା ହୋଇପାରୁ ନାହିଁ। ମୋଦୀଶାହା ଧର୍ମେନ୍ଦ୍ରଙ୍କୁ ବେଶ ପାୱାରଫୁଲ କଲେ ମଧ୍ୟ ଓଡିଶା ଲୋକେ ତାଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି। ତାଙ୍କର ବିକଳ୍ପ ଭାବେ ଅପରାଜିତା ଷଡଙ୍ଗୀଙ୍କୁ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ସେ ମଧ୍ୟ ଲୋକପ୍ରିୟତା ହାସଲ କରିପାରୁ ନାହାଁନ୍ତି।

ଏହା ବାଦ ବର୍ତ୍ତମାନ ଓଡିଶା ବିଜେପିରେ ରାଜ୍ୟ ସ୍ତରୀୟ ଚେହେରା ହେବା ପରି କେନ୍ଦ୍ରୀୟ ନେତୃତ୍ୟ ପାଖରେ କେହି ଦେଖା ଯାଉ ନାହାଁନ୍ତି। ଫଳରେ ମୋଦୀ ୨୦୨୪ ରେ ବିଶ୍ବଭୂଷଣଙ୍କୁ ଓଡିଶାର ବିଜେପି ଚେହେରା କରି ପ୍ରତ୍ୟେକ୍ଷ ରାଜନୀତିକୁ ଆଣିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହାକୁ ନେଇ କେହି କିଛି ମନ୍ତବ୍ୟ ଦେଇ ନାହାଁନ୍ତି। ହେଲେ ରାଜନୀତିରେ ଏ ସବୁ କିଛି ଅସମ୍ଭବ ନୁହେଁ ବୋଲି ଅଣ ରାଜନୈତିକ ବ୍ୟକ୍ତିତ୍ବ ମତ ପ୍ରକାଶ କରିଛନ୍ତି।

AndhraPradeshGovernor Biswabhushan Harichandan ବିଶ୍ବଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.