Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରସଙ୍ଗ ଓ ଟିଭି; ସାମ୍ବାଦିକର ସ୍ଵାଧୀନତା ବନାମ ବିଧାନସଭାର ସ୍ଵାଧିକାର
ବିଶେଷ ଖବର

ପ୍ରସଙ୍ଗ ଓ ଟିଭି; ସାମ୍ବାଦିକର ସ୍ଵାଧୀନତା ବନାମ ବିଧାନସଭାର ସ୍ଵାଧିକାର

November 22, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର –

ପ୍ରଖ୍ୟାତ ଆଇନଜୀବୀ ଫଲି ଏସ ନରିମାନଙ୍କର ଗୋଟେ ଛୋଟିଆ ପ୍ରବନ୍ଧ ଅଛି- ବିଧାନପାଳିକାର ସ୍ଵାଧିକାର ବନାମ ଗଣମାଧ୍ୟମର ସ୍ଵାଧୀନତା। (କୋର୍ଟ ଲେଜିସଲେଚରସ, ମିଡିଆ ଫ୍ରିଡମ, ଏନବିଟି) ଏହି ପ୍ରବନ୍ଧରେ ଶ୍ରୀ ନରିମାନ ବିଧାନପାଳିକାର ସ୍ଵାଧିକାରର ସୀମା ସମ୍ପର୍କରେ ତିନୋଟି ସୁପ୍ରିମ କୋର୍ଟ ରାୟର ତର୍ଜମା କରିଛନ୍ତି।ଭାରତୀୟ ସମ୍ବିଧାନର ଧାରା ୧୦୫(୩) ଓ ୧୯୪(୩) ଅନୁଯାୟୀ  ବିଧାନପାଳିକାର ସ୍ଵାଧିକାରର ସୀମା ଓ ପରିସର କେତେ ସେ ବିଷୟରେ ନିର୍ଣ୍ଣାୟକ ଆଲୋଚନା ହୋଇଛି। ୧୯୫୨, ୧୯୫୮ ଓ ୧୯୬୫ ମସିହାରେ ସୁପ୍ରିମ କୋର୍ଟର ତିନୋଟି ସାମ୍ବିଧାନିକ ବେଞ୍ଚ ଦେଇଥିବା ରାୟର ଆଧାରରେ ଏ କଥା ସ୍ପଷ୍ଟ ଯେ, ବିଧାନପାଳିକାର ସ୍ଵାଧିକାର ଭଙ୍ଗ ପାଇଁ ଦଣ୍ଡ ଦେବାର ଅଧିକାର ରହିଛି, କିନ୍ତୁ ଏହି ଦଣ୍ଡ ବିଧାନର ସମୀକ୍ଷା କରିବାର ଅଧିକାର ମାନ୍ୟବର ନ୍ୟାୟପାଳିକା ପାଖରେ ଅଛି। ଅର୍ଥାତ ବିଧାନପାଳିକାର ଦଣ୍ଡ ବିଧାନ ନିଷ୍ପତ୍ତି ଚୂଡ଼ାନ୍ତ ନୁହେଁ। ବ୍ରିଟିଶ ହାଉସ୍ ଅଫ କମନସ୍ ପରି ଭାରତୀୟ ସଂସଦ ଓ ବିଧାନସଭା ଗୁଡିକର ହାଇକୋର୍ଟ ପରି କ୍ଷମତା ନାହିଁ ବୋଲି ୧୯୬୫ ର କେଶବ ସିଂ ରାୟରେ କୁହାଯାଇଛି। ତେବେ ସ୍ଵାଧିକାର ଭଙ୍ଗ ହେଲେ ଏ ସଙ୍କ୍ରାନ୍ତରେ କାର୍ଯାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ସମ୍ପୃକ୍ତ ବିଧାନପାଳିକା ହାତରେ ରହିଛି। ଓଡ଼ିଶା ବିଧାନସଭାର ନିୟାମକ ପୁସ୍ତିକାର ୧୬ ଅଧ୍ୟାୟରେ ଏ ସମ୍ପର୍କରେ ବିସ୍ତୃତ ନିୟମ ରହିଛି।

ଏହି ପୃଷ୍ଠଭୂମିରେ ନିକଟରେ ଓଡ଼ିଶା ବିଧାନସଭାରେ ଆସିଥିବା ଦୁଇଟି ସ୍ଵାଧିକାର ପ୍ରସ୍ତାବ କଥା ବିଚାର କରାଯାଇପାରେ। ପ୍ରଥମ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ସ୍ତମ୍ଭକାର ଅଭିଜିତ୍ ଆୟାର ମିତ୍ରଙ୍କ ନାଁରେ ଆସିଥିଲା ଓ ସେ ନିଜ କୁମତ ଲାଗି ଗୃହ କମିଟିକୁ କ୍ଷମା ପ୍ରାର୍ଥନା କରିବା ପରେ, ତାଙ୍କୁ ବିଧାନସଭାରେ କ୍ଷମା ଦେବାର ପ୍ରସ୍ତାବ ଗୃହୀତ ହୋଇସାରିଛି। ଦ୍ଵିତୀୟ ପ୍ରସ୍ତାବ ଟି ଆସିଛି ଓଡ଼ିଶାର ପ୍ରତିଷ୍ଠିତ ଟେଲିଭିଜନ ଚାନେଲ ଓ ଟିଭି ବିରୋଧରେ। ତେବେ ଏ ପ୍ରସ୍ତାବ ଆଗତ କରିଛନ୍ତି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ତାଙ୍କ ପ୍ରସ୍ତାବକୁ ବିଧାନସଭାର ବାଚସ୍ପତି ଗ୍ରହଣ କରିବେ କି ନାହିଁ, ସେ କଥା ପରେ ଜଣାପଡ଼ିବ। କିନ୍ତୁ ତାରାଙ୍କ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଗଣମାଧ୍ୟମ ସ୍ଵାଧୀନତାର ବିରୋଧୀ କି, ଏହି ପ୍ରଶ୍ନ ବିଷୟରେ ଆଲୋଚନା ହେବା ଜରୁରୀ। ଏହି ପ୍ରସ୍ତାବ ଯଦି ସରକାରୀ ଦଳ ଆଣିଥାନ୍ତେ, ତାହେଲେ ସରକାର ବିରୋଧୀ ଭାବନା ଯୋଗୁଁ ଏ ପ୍ରକାର ପ୍ରସ୍ତାବ ଆସିଛି ବୋଲି କୁହାଯାଇଥାନ୍ତା। ପ୍ରସ୍ତାବ ଆଣିଛନ୍ତି, ବିରୋଧୀ ଦଳର ଜଣେ ବିଧାୟକ, ଯାହାଙ୍କ ମତ ଓ ପକ୍ଷ କୁ ଓ ଟିଭି ବେଶ ଗୁରୁତ୍ଵ ଦେଇ ଆସୁଛି।

ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଗଣମାଧ୍ୟମକୁ ବିଶେଷ ସ୍ଵାଧୀନତା ଦିଆ ଯାଇନାହିଁ। ମୌଳିକ ଅଧିକାର ଅନ୍ତର୍ଗତ ଧାରା ୧୯ ଓ ୨୧ ଅନୁଯାୟୀ ସାଧାରଣ ନାଗରିକର ସ୍ଵାଧୀନତାର ପରିସର ଯେତିକି ଗଣମାଧ୍ୟମର ସ୍ଵାଧୀନତାର ପରିସର ମଧ୍ୟ ଠିକ୍ ସେତିକି। ତା’ଠୁ ଅଧିକ ବିଶେଷ ଅଧିକାର ଗଣମାଧ୍ୟମର ନାହିଁ। ତେଣୁ ନାଗରିକର ବାକ ସ୍ଵାଧୀନତା କ୍ଷୁଣ୍ଣ ହେଲାବେଳେ ପ୍ରାୟତଃ ନୀରବ ରହୁଥିବା ଗଣମାଧ୍ୟମ, ନିଜ ଲାଗି ଅନେକ ସମୟରେ ବିଶେଷ ଅଧିକାର ଦାବି କରିଥାଏ। ଓ ଟିଭି କ୍ଷେତ୍ରରେ ଏ ପ୍ରକାର ଯୁକ୍ତିର ସ୍ଵତନ୍ତ୍ର ଆଧାର ରହିଛି। ଗତ ୧୮ ବର୍ଷ ଧରି ଏହି ସଂସ୍ଥା ଓଡ଼ିଶା ସରକାରଙ୍କ ଅଘୋଷିତ ମୁଖପାତ୍ର ଭାବରେ କାମ କରି ଆସୁଥିଲା, କାରଣ ଏହାର ପୃଷ୍ଠପୋଷକ ଶାସକ ଦଳର ଜଣେ ପ୍ରଭାବଶାଳୀ ସାଂସଦ ଥିଲେ। ଶାସକ ଦଳରେ ନିଜର ପ୍ରଭାବ ବିସ୍ତାର କରି ନିଜର ପ୍ରତିଯୋଗୀ ଗଣମାଧ୍ୟମ ଗୁଡ଼ିକୁ ବୁଡ଼ାଇଦେବାରେ ଓ ଟିଭି ପ୍ରମୁଖ ଭୂମିକା ନେଇଥିଲା। ଗୋଟେ ସମୟରେ ଶାସକ ଦଳର ମନ୍ତ୍ରୀ ଓ ଅଧିକାରୀ ମାନେ କେବଳ ଓ ଟିଭିର ସାମ୍ବାଦିକଙ୍କୁ ନିଜର ବିଶେଷ ଅନୁଗ୍ରହ ଦେଖାଉଥିଲେ। ଏଇ କିଛି ଦିନ ହେଲା, ଓ ଟିଭିର ଶାସକ ଦଳ ସହ ସମ୍ପର୍କ ତିକ୍ତ ହୋଇଛି, ତାହାର କାରଣ ସଂସ୍ଥାର ପୃଷ୍ଠପୋଷକ ଏବେ ଆଉ ଶାସକ ଦଳରେ ନାହାନ୍ତି। ସ୍ଵାଧୀନ ଭାବରେ ଲୋକଙ୍କ କଥା କହୁଥିବାରୁ  ଓ ଟିଭି କୁ ସରକାର ହଟହଟା କରୁଛନ୍ତି ବୋଲି ଯେତେ କୁହାଗଲେ ମଧ୍ୟ ଏହା ଲୋକଙ୍କ କଥା ତୁଳନାରେ ନିଜ ମାଲିକଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇ ଚାଲିଛି। ତେଣୁ ଏ ପ୍ରସଙ୍ଗରେ ଗଣମାଧ୍ୟମର ସ୍ଵାଧୀନତା କେବଳ ଏକ ଢାଲ ମାତ୍ର।

ତେବେ ଗଣମାଧ୍ୟମର ସ୍ଵାଧୀନତା ସହିତ କୌଣସି ପ୍ରକାର ସାଲିସ୍ କରିବା, ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ। ନିର୍ଦ୍ଦିଷ୍ଟ କାରଣ ପାଇଁ ଯଦି ତାରା ବାହିନୀପତି ତାଙ୍କ ପ୍ରସ୍ତାବ ଆଣିଥିବେ, ତାହେଲେ ତାଙ୍କୁ ଗୃହରେ ସେକଥା ପ୍ରମାଣିତ କରିବାକୁ ପଡିବ। ନଚେତ୍ ପ୍ରସ୍ତାବ ଖାରଜ ହୋଇଯିବ। ଏମିତିରେ ଦେଶରେ ଆସିଥିବା ସଂଖ୍ୟାଧିକ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ପ୍ରତ୍ୟାହୃତ ହୁଏ କିମ୍ବା କାର୍ଯ୍ୟକାରୀ ହୁଏ ନାହିଁ। ତାକୁ ନେଇ ଅଯଥାରେ ଏତେ ହୋ ହଲ୍ଲା କରିବାର କିଛି ମାନେ ନାହିଁ। ଗଣମାଧ୍ୟମର ସ୍ଵାଧୀନତା ଗଣତନ୍ତ୍ର ଲାଗି ଯେତିକି ଗୁରୁତ୍ୱପୂର୍ଣ୍ଣ ବିଧାନପାଳିକାର ସ୍ଵାଧିକାର ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହାର ବିଚାର ବିଧାନସଭା ପରିସରରେ ହେବ। ବିଧାନସଭାର ନିଷ୍ପତ୍ତି ଯଦି ଓ ଟିଭିର ଗ୍ରହଣୀୟ ନହୁଏ, ତାହେଲେ ସେମାନେ ଅଦାଲତ କୁ ଯାଇପାରିବେ। (ବିଜୁଳି ବିଲ୍ ପଇଠ ନହେବା କିମ୍ବା ବ୍ୟାଙ୍କ୍ ଋଣ ନ ଶୁଝିବା ପ୍ରସଙ୍ଗରେ ଏହାର ମାଲିକ ପ୍ରାୟ ସବୁକଥା ସବ୍ ଜୁଡିସ୍ ରହିଛି ବୋଲି ଯୁକ୍ତି ଦର୍ଶାଇଥାନ୍ତି) ଏକ ବୈଧାନିକ ପ୍ରକ୍ରିୟାରେ ଛାତି ବାଡ଼େଇ ନିଜକୁ “ବିନା ଅପରାଧରେ ଦୋଷୀ” ବୋଲି କହି କାନ୍ଦିବାର କୌଣସି କାରଣ ନାହିଁ। ଓ ଟିଭି ନିଜେ ଯେଉଁ ପକ୍ଷପାତି ସାମ୍ବାଦିକତାର ପରମ୍ପରା ଆରମ୍ଭ କରିଥିଲା, ତାର ଶିକାର ଆଜି ସେମାନେ ହେଲାବେଳେ, ଆମେ ଆଦୌ କହିବୁ ନାହିଁ ଯେ, ଯାହା ହେଉଛି ତାହା ଠିକ୍ ହେଉଛି। ଗଣମାଧ୍ୟମର ସ୍ଵାଧୀନତା ବିରୋଧୀ ଯେ କୌଣସି ପଦକ୍ଷେପକୁ ଆମେ ନିନ୍ଦା କରିଛୁ ଓ କରିବୁ, କିନ୍ତୁ ଏ କଥା କହିବାବେଳେ ଆହୁରି ମଧ୍ୟ କହିବୁ ଯେ ଗତକାଲି ଯେତେବେଳେ ଅନ୍ୟମାନଙ୍କ ସ୍ଵାଧୀନତା ଉପରେ ପ୍ରହାର ହେଉଥିଲା, ସେତେବେଳେ ଆପଣମାନେ ନିଦାବିଷ୍ଣୁ ହୋଇ ବସିରହିଥିଲେ!!

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.