Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଥର ଆଦିବାସୀ ମେଳାରେ ରହିଛି ଭୂମିଜ ଜନଜାତିଙ୍କ ଖଜୁରୀପତ୍ର କଳାକୃତିର ଚାହିଦା
ବିଶେଷ ଖବର

ଏଥର ଆଦିବାସୀ ମେଳାରେ ରହିଛି ଭୂମିଜ ଜନଜାତିଙ୍କ ଖଜୁରୀପତ୍ର କଳାକୃତିର ଚାହିଦା

April 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀ ମେଳାର ପଞ୍ଚମ ଦିବସ: ଭୂମିଜ ଜନଜାତିଙ୍କ ଖଜୁରୀପତ୍ର କଳାକୃତିର ଚାହିଦା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ପଞ୍ଚମ ଦିବସରେ ପହଞ୍ଚିଛି। ଖରାର କୋପ ସତ୍ତେ୍ୱ ଆଦିବାସୀ ମେଳାରେ ଲୋକଭିଡ଼ ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା।

କିଣାବିକାର ମାହୋଲ ସହ ଜନଜାତି କଳାସାମଗ୍ରୀ ମେଳାରେ ଜନଜାତି କାରିଗରମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ପରଖୁଥିଲେ। କାରିଗରମାନଙ୍କ ସହ କଳାସାମଗ୍ରୀ ପ୍ରସ୍ତୁତି କୌଶଳ ଉପରେ ଆଲୋଚନା କରୁଥିଲେ।

ସବୁଠାରୁ ଆକର୍ଷଣୀୟ ଥିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଶାଳବଣୀରୁ ଆସିଥିବା ଭୂମିଜ ଜନଜାତିର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କଅଁଳ ଖଜୁରୀ ପତ୍ର ଓ ଶିଆଳି ପତ୍ରର ବିଭିନ୍ନ ସୌଖୀନ ସାମଗ୍ରୀ। ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତ ଉପରେ ଦର୍ଶକଙ୍କ ନଜର ଲାଗି ରହିଥିଲା। କଅଁଳ ଖଜୁରୀ ପତ୍ରକୁ ସୁନ୍ଦର ଭାବେ ସଜାଇ ଫୁଲଦାନୀ ପାଇଁ ଫୁଲ, ଫାସିଆ, ଝାଲର, କାନ୍ଥରେ ଝୁଲାଇବାର ଭିନ୍ନ ଭିନ୍ନ ଆକୃତିର ସୌଖୀନ ସାମଗ୍ରୀ ବେଶ ମନଲୋଭା ହୋଇଛି।

ଶିଆଳି ପତ୍ରର ଟୋପି, ଖରାରୁ ରକ୍ଷା ପାଇବା ପାଇଁ ଏକ ପରିବେଶ ଉପଯୋଗୀ ଓ ସୌଖୀନ ହୋଇଥିବାରୁ ଏହା ପ୍ରତି ସମସ୍ତଙ୍କର ଆଗ୍ରହ ରହୁଥିଲା। ଏହି ସାମଗ୍ରୀଗୁଡ଼ିକ ବର୍ଷ ବର୍ଷ ଧରି ଅତୁଟ ରହୁଥିବାରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ବେଶ୍‌ ଭଲ ଥିବାର ଭୂମିଜ କାରିଗରମାନେ କହନ୍ତି।

ଆଜି ଅପରାହ୍ନରେ ମୁଖ୍ୟ ମଂଚରେ ବାଲିଗୁଡ଼ା ଅଞ୍ଚଳରୁ ଆସିଥିବା କନ୍ଧମାନଙ୍କ ପାରମ୍ପରିକ ନୃତ୍ୟ, କପ୍ତିପଦା ଅଞ୍ଚଳର ହୋ ଜନଜାତିମାନଙ୍କ ବା ପରବ ନୃତ୍ୟ, ପାନପୋଷ ସବ୍‌ଡିଭିଜନ୍‌ରୁ ଆସିଥିବା ଓରାଓଁମାନଙ୍କ କରମା, ମୁଣ୍ଡା ଜନଜାତି ମାନଙ୍କ ବଡ଼କାରାମ, କପ୍ତିପଦା ଅଞ୍ଚଳର ସାନ୍ତାଳ ନୃତ୍ୟ ଏବଂ ପାନପୋଷ ଅଞ୍ଚଳର କିସାନମାନଙ୍କ ନୃତ୍ୟ ବିଚିତ୍ରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମେଳାକୁ ଆସିଥିବା ଦର୍ଶକମାନେ କିଣାକିଣିର ଭରପୂର ଆନନ୍ଦ ନେଇଥିଲେ।

ଆଦିବାସୀ ମେଳା ଜନଜାତି
Share. Facebook Twitter LinkedIn Email WhatsApp Copy Link

Related Posts

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟ ଅଗ୍ରଗତି ସମୀକ୍ଷା

August 26, 2026
Latest News

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.