Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନାଇଟ କ୍ଲବରେ ରାହୁଳ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବିଜେପିର ତୁମ୍ବିତୋଫାନ, କଂଗ୍ରେସର ଜବାବ
ଜାତୀୟ ଖବର

ନାଇଟ କ୍ଲବରେ ରାହୁଳ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବିଜେପିର ତୁମ୍ବିତୋଫାନ, କଂଗ୍ରେସର ଜବାବ

May 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାଇଟ କ୍ଲବରେ ରାହୁଳ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ବିଜେପିର ତୁମ୍ବିତୋଫାନ, କଂଗ୍ରେସର ଜବାବ

ନୂଆଦିଲ୍ଲୀ: କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀଙ୍କ ପାର୍ଟିର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାହୁଳ ଗାନ୍ଧୀ ଏକ କ୍ଲବରେ ଛିଡା ହୋଇ ମୋବାଇଲ ଦେଖୁଥିବାର ଦେଖାଯାଇଛି। ତାଙ୍କ ପାଖରେ ଜଣେ ଯୁବତୀ ମଧ୍ୟ ରହିଛନ୍ତି। ସେ ସେହି ଯୁବତୀ ସହିତ କଥାବାର୍ତ୍ତା ମଧ୍ୟ ହେଉଛନ୍ତି।

ଏହି ଭିଡିଓଟି ବିଜେପି ମୁଖପାତ୍ର ଅମିତ ମାଲବୀୟ ତାଙ୍କ ଟୁଇଟରରେ ଦେବା ପରେ ତାହା ଭାଇରାଲ ହେବାରେ ଲାଗିଛି। ଅମିତ ମାଲବ୍ୟ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସ ଯେତେବେଳେ ଦେଶରେ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି, ସେତେବେଳେ ତାହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେପାଳର ନାଇଟ କ୍ଲବରେ ରାତି ବିତାଉଛନ୍ତି। ମାଲବ୍ୟ ଏପରି ଉଲ୍ଲେଖ କରିବା ପରେ ଦଳୀୟ କର୍ମିମାନେ ତାହାକୁ ଭାଇରାଲ କରିବାରେ ଲାଗିଛନ୍ତି। ଏହା ଉପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।

ବଡଖବର: ପ୍ରଧାନମନ୍ତ୍ରୀଙ୍କୁ ବର୍ଲିନରେ ଗେରୁଆ ପତାକାରେ ସ୍ବାଗତ କରିବା ନେଇ ବିବାଦ, ଅଧିକ ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ

ତେବେ ଏହାକୁ ନେଇ କଂଗ୍ରେସ ତରଫରୁ ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଭାଇରାଲ ଭିଡିଓ ବିଷୟରେ ପଚରାଯାଇଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁରଜୱାଲା ସ୍ପଷ୍ଟ କରିଛନ୍ତି ଯେ ରାହୁଲ ଗାନ୍ଧୀ କାଠମାଣ୍ଡୁରେ ଏକ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିନା କାରଣରେ ବିଜେପି କଂଗ୍ରେସ ନେତାଙ୍କ ପଛରେ ପଡିବା ପରିବର୍ତ୍ତେ ମୁଦ୍ରାସ୍ପିତି ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ବିଜେପିକୁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, “ରାହୁଲ ଗାନ୍ଧୀ ତାଙ୍କ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ କାଠମାଣ୍ଡୁ ଯାଇଥିଲେ। ସେ ସେଠାରେ ଏକ ବ୍ୟକ୍ତିଗତ ଗସ୍ତରେ ଯାଇଥିଲେ। ହେଲେ ଦେଶରେ ବିଦ୍ୟୁତ୍ ସଙ୍କଟ, ମୁଦ୍ରାସ୍ଫୀତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ସେମାନେ କାହିଁକି ଦେଉ ନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କିନ୍ତୁ ରାହୁଲ ଗାନ୍ଧୀଙ୍କ ପାଇଁ ସେମାନଙ୍କର ସବୁ ସମୟ ଅଛି ବୋଲି ସୁରଜେୱାଲା କହିଛନ୍ତି।

ସେ କହିଛନ୍ତି ଯେ, ରାହୁଳ ଗାନ୍ଧୀ ତାଙ୍କର ନେପାଳର ଜଣେ ବନ୍ଧୁଙ୍କ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ। ସେଠାରେ ସେ ବାହାଘର ପାର୍ଟିରେ ଯୋଗ ଦେଇଥିଲେ। ଏହି ବାହାଘର ତାଙ୍କର ନେପାଳର ଜଣେ ସାମ୍ବାଦିକ ବନ୍ଧୁଙ୍କର ବୋଲି କଂଗ୍ରେସ କହିଛି। ଜଣେ ବନ୍ଧୁଙ୍କ ବାହାଘର ଉତ୍ସବରେ ଯୋଗ ଦେବା କଣ ଭୁଲ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ଫଟୋ ଦେଖାଇ ସୁରଜୱାଲା ଆହୁରି କହିଛନ୍ତି, “ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ପାକିସ୍ତାନ ଗସ୍ତରେ ଯାଇ ନାହାଁନ୍ତି। ବିନା ନିମନ୍ତ୍ରଣରେ ସେ କାହାର ଜନ୍ମଦିନରେ ଯୋଗଦେଇ ନାହାଁନ୍ତି। ରାହୁଲ ଗାନ୍ଧୀ ଜଣେ ବନ୍ଧୁଙ୍କ ବ୍ୟକ୍ତିଗତ ବିବାହ କାର୍ଯ୍ୟରେ ଭାଗ ନେବାକୁ ନେପାଳକୁ ଯାଇଥିଲେ। ” ଏଥିରେ ସଂଘ ପ୍ରେମୀଙ୍କୁ କାହିଁକି ବାଧୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଅମିତ ମାଲବୀୟ ବିଜେପି ରାହୁଳ ଗାନ୍ଧି ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ଉଡ଼ାଣ ପୂର୍ବରୁ ଆଖି ବୁଜିଲେ ପାଇଲଟ: ଦିଲ୍ଲୀ ହୋଟେଲରୁ ମୃତଦେହ ଉଦ୍ଧାର

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.