Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କେଉଁ ବିଷୟରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି
ଅନ୍ତରାଷ୍ଟ୍ରୀୟ

ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କେଉଁ ବିଷୟରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

May 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କେଉଁ ବିଷୟରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ଶିଖର ସମ୍ମିଳନୀ ଅବସରରେ କୋପେନହାଗେନ ଠାରେ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ କାତ୍ରିନ ଜାକୋବ୍ସଦତ୍ତିରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।

ଉଭୟ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୦୧୮ରେ ଷ୍ଟକହୋମରେ ହୋଇଥିବା ପ୍ରଥମ ଇଣ୍ଡିଆ- ନର୍ଡିକ ଶିଖର ସମ୍ମିଳନୀରେ ହୋଇଥିବା ସେମାନଙ୍କ ପ୍ରଥମ ବୈଠକକୁ ମନେ ପକାଇଥିଲେ। ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରୁଛନ୍ତି ବୋଲି ଉଭୟ ଉଲ୍ଲେଖ କରିଥିଲେ।

ଉଭୟ ନେତା ଜିଓଥର୍ମାଲ ଶକ୍ତି, ସମୁଦ୍ରଭିତ୍ତିକ ଅର୍ଥନୀତି, ଉତ୍ତର ମେରୁ ସଂକ୍ରାନ୍ତ, ନବୀକରଣ ଯୋଗ୍ୟ ଶକ୍ତି, ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଶିକ୍ଷା ଓ ସଂସ୍କୃତି ଆଦି କ୍ଷେତ୍ରରେ ଆର୍ଥିକ ସହଯୋଗ ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଜିଓଥର୍ମାଲ ଶକ୍ତି କ୍ଷେତ୍ରରେ ଆଇସଲ୍ୟାଣ୍ଡର ବିଶେଷ ଦକ୍ଷତା ରହିଥିବାରୁ ଏହି କ୍ଷେତ୍ରରେ ଦୁଇ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତା ବୃଦ୍ଧି ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ।

ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବାରେ ବ୍ୟକ୍ତିଗତ ପ୍ରଚେଷ୍ଟା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଜାକୋବ୍ସଦତ୍ତିରଙ୍କୁ ପ୍ରଶଂସା କରିବା ସହ ଏହି ପ୍ରସଙ୍ଗରେ ଭାରତର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।

ବୈଠକରେ ଭାରତ-ଇଏଫଟିଏ ବାଣିଜ୍ୟିକ ଆଲୋଚନାକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଞ୍ଚଳିକ ଓ ବୈଶିକ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିବିଏସଇ ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ: ତୀବ୍ର ହେଲା ରାହୁଲ ଗାନ୍ଧୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାକ୍ ଯୁଦ୍ଧ 

May 28, 2026

“ତୁରନ୍ତ ନିଜ ଦେଶକୁ ଫେରିଯାଅ”: ଅନୁପ୍ରବେଶକାରୀଙ୍କୁ ଅମିତ ଶାହଙ୍କ ଚେତାବନୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026
Latest News

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

May 28, 2026

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.