Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜାଣନ୍ତୁ ଦ୍ବିତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ କଣ ଆଲୋଚନା କଲେ ମୋଦି
ଅନ୍ତରାଷ୍ଟ୍ରୀୟ

ଜାଣନ୍ତୁ ଦ୍ବିତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ କଣ ଆଲୋଚନା କଲେ ମୋଦି

May 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାଣନ୍ତୁ ଦ୍ବିତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ କଣ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫେଡିରିକ୍‌ସେନ, ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ କାଟରିନା ଜାକୋବ୍‌ସଡୋଟିର, ନରୱେର ପ୍ରଧାନମନ୍ତ୍ରୀ ଶ୍ରୀ ଜୋନାସ ଗହର ଷ୍ଟୋର, ସ୍ବିଡେନର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଣ୍ଡେଲିନା ଏଣ୍ଡରସନ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ ସନା ମାରିନଙ୍କ ସହିତ ଭାଗ ନେଇଛନ୍ତି।

ଏହି ଶିଖର ସମ୍ମିଳନୀ ୨୦୧୮ ରେ ଷ୍ଟକହୋମରେ ପ୍ରଥମ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ପରେ ଭାରତ-ନୋର୍ଡିକ ସମ୍ବନ୍ଧରେ ହୋଇଥିବା ପ୍ରଗତିର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିଛି। ମହାମାରୀ ପରେ ଆର୍ଥିକ ସୁଧାର (ରିକଭରି), ଜଳବାୟୁ ପରିବର୍ତ୍ତନ, କ୍ରମାଗତ ବିକାଶ, ନୂତନତା, ଡିଜିଟାଲକରଣ ଏବଂ ସବୁଜ ଏବଂ ସ୍ବଚ୍ଛ ବିକାଶ ଆଦି କ୍ଷେତ୍ରରେ ବହୁମୁଖୀ ବିଷୟ ଉପରେ ଆଲୋଚନା ହୋଇଛି।

ସ୍ଥାୟୀ ମହାସାଗର ପରିଚାଳନା ଉପରେ ବିଶେଷ ଧ୍ୟାନ ପ୍ରଦାନ କରି ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀ ନୋର୍ଡିକ୍ କମ୍ପାନୀଗୁଡ଼ିକୁ ବିଶେଷ ଭାବରେ ଭାରତର ସାଗରମାଳା ପ୍ରକଳ୍ପ ସମେତ ଜଳ ସମ୍ପର୍କିତ (ବ୍ଲୁ ଇକୋନୋମି) ଅର୍ଥବ୍ୟବସ୍ଥା କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଛନ୍ତି।

ଆର୍କଟିକ୍ କ୍ଷେତ୍ରରେ ନୋର୍ଡିକ୍ କ୍ଷେତ୍ର ସହିତ ଭାରତର ସହଯୋଗ ଉପରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଆର୍କଟିକ୍ ନୀତି, ଆର୍କଟିକ୍ କ୍ଷେତ୍ରରେ ଭାରତ-ନୋର୍ଡିକ୍ ସହଯୋଗର ସଂପ୍ରସାରଣ ପାଇଁ ଏକ ଉତ୍ତମ ରୂପରେଖ ପ୍ରସ୍ତୁତ କରିବ।

ପ୍ରଧାନମନ୍ତ୍ରୀ ନୋର୍ଡିକ ଦେଶର ସୋଭରେନ ୱେଲଥ ଫଣ୍ଡକୁ ଭାରତରେ ନିବେଶ ପାଇଁ ଆମନ୍ତ୍ରିତ କରିଛନ୍ତି। କ୍ଷେତ୍ରୀୟ ଏବଂ ବିଶ୍ବ ଘଟଣାକ୍ରମରେ ମଧ୍ୟ ଆଲୋଚନା ହୋଇଛି। ଶିଖର ସମ୍ମିଳନୀ ପରେ ଏକ ସଂଯୁକ୍ତ ବକ୍ତବ୍ୟର ଗ୍ରହଣ କରାଯାଇଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026

ମଧ୍ୟାବଧି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ‘ସୁପ୍ରିମ୍’ ଝଟକା: ଅଟକିଲା ଡାକ ଭୋଟ ନିୟମ ପରିବର୍ତ୍ତନ ଯୋଜନା

September 15, 2026

ସେମିକନ୍ ଇଣ୍ଡିଆ ୨୦୨୬: ସେପ୍ଟେମ୍ବର ୧୭ରେ ୫ମ ସଂସ୍କରଣର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

September 15, 2026

ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦିଅର-ଭାଉଜ ମାଡ଼ପିଟ୍‌: ଭାଉଜଙ୍କ ଭାଙ୍ଗିଲା ହାତ, ଦିଅର ଗିରଫ

September 15, 2026
Latest News

UPI ଦେୟ ଉପରେ ଫି’ ଲାଗିବ? ଅର୍ଥ ମନ୍ତ୍ରଣାଳୟର ବଡ଼ ସ୍ପଷ୍ଟୀକରଣ

September 15, 2026

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026

ମଧ୍ୟାବଧି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ‘ସୁପ୍ରିମ୍’ ଝଟକା: ଅଟକିଲା ଡାକ ଭୋଟ ନିୟମ ପରିବର୍ତ୍ତନ ଯୋଜନା

September 15, 2026

ନୌବାଣିଜ୍ୟର ସ୍ମାରକୀ ‘ସାତଭାୟା’ ଓ ‘ତଅପୋଇ’ କାହାଣୀ

September 15, 2026

ଆଇଏଲଏସ୍ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.