Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀରେ ୧୫ତମ ଅଧିବେଶନକୁ ସମ୍ବୋଧିତ କଲେ ଭୂପେନ୍ଦ୍ର ଯାଦବ
ବିଶେଷ ଖବର

ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀରେ ୧୫ତମ ଅଧିବେଶନକୁ ସମ୍ବୋଧିତ କଲେ ଭୂପେନ୍ଦ୍ର ଯାଦବ

May 11, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ, ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା। ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ (ୟୁଏନସିସିଡି)ର ୧୫ତମ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଦୃଢ଼ ମତବ୍ୟକ୍ତ କରି କହିଥିଲେ ଯେ ଭୂମି ଅବକ୍ଷୟ ଲଗାତାର ଭାବେ ବଢ଼ି ବଢ଼ି ଚାଲିଛି। ତଥାପି ବିଶ୍ବବାସୀ ଉପଭୋଗ ଆଧାରିତ ଜୀବନଶୈଳୀ ଆପଣାଇଛନ୍ତି ଏବଂ ସେମାନେ ଭୂମିକୁ ଆହୁରି ଶୋଷଣ କରିବା ଲାଗି ଚାହୁଁଛନ୍ତି। ଶ୍ରୀ ଯାଦବ କହିଥିଲେ ଯେ, ‘‘ଆମ ସମସ୍ତଙ୍କୁ ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଦୂରେଇବାକୁ ପଡ଼ିବ। ୟୁଜ୍‌ ଆଣ୍ଡ୍‌ ଥ୍ରୋ (ବ୍ୟବହାର କରି ଫିଙ୍ଗିଦିଅ) ମାନସିକତା ପରିତ୍ୟାଗ କରିବାକୁ ହେବ।

ଭୂମି ଉପରେ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଥିଲେ ଯେ ଉଭୟ ବିଶ୍ବବାସୀ ଏବଂ ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରରେ ବିକଶିତ ରାଷ୍ଟ୍ରମାନଙ୍କୁ ନେତୃତ୍ବ ନେବାକୁ ପଡ଼ିବ। ଐତିହାସିକ ଏବଂ ସାମ୍ପ୍ରତିକ ଦୃଷ୍ଟିରୁ ବିଶ୍ବ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅଧିକ ଉତ୍ତରଦାୟିତ୍ବ ରହିଛି।

ଶ୍ରୀ ଯାଦବ କହିଥିଲେ ଯେ କୋଭିଡ ମହାମାରୀର ପ୍ରଭାବ କାରଣରୁ ବିଶ୍ବ ତାପମାତ୍ରା ବୃଦ୍ଧିର ମୁକାବିଲା ଆହୁରି ଅଧିକ ଜଟିଳ ହୋଇପଡ଼ିଛି। ଆର୍ଥିକ ଚାପ କାରଣରୁ ସାରା ବିଶ୍ବରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ (କ୍ଲାଇମେଟ୍‌ ଆକ୍ସନ) କାର୍ଯ୍ୟ ବିଳମ୍ବିତ ହୋଇଛି। ଅନ୍ୟପଟେ ବିଶ୍ବ ଦ୍ରୁତ ଗତିରେ ଅବଶିଷ୍ଟ ଅଙ୍ଗାରକାମ୍ଳ ବଜେଟ୍‌କୁ ଉପଯୋଗ କରୁଛି, ଆମେ ଖୁବଶୀଘ୍ର ପ୍ୟାରିସ ଚୁକ୍ତିରେ ନିର୍ଦ୍ଧାରିତ ତାପମାତ୍ରା ସୀମାର ନିକଟବର୍ତ୍ତୀ ହୋଇଛୁ ଯାହାକି ତୃତୀୟ କାର୍ଯ୍ୟ ଗୋଷ୍ଠୀର ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି।

୨୦୧୯ ପରଠାରୁ ଭାରତ ସିଓପିର ଅଧ୍ୟକ୍ଷତା କରିବା ପ୍ରସଙ୍ଗରେ ଶ୍ରୀ ଯାଦବ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଭୂମି ସଂରକ୍ଷଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନେଇଛି। ୨୦୩୦ ସୁଦ୍ଧା ୨୬ ନିୟୁତ ହେକ୍ଟର ଅବକ୍ଷୟ ହୋଇଥିବା ଜମିର ପୁନରୁଦ୍ଧାର ଲକ୍ଷ୍ୟ ହାସଲ ଦିଗରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଅନେକ ବୃହତ କାର୍ଯ୍ୟକ୍ରମ ଘୋଷଣା କରାଯିବା ସହିତ ବର୍ତ୍ତମାନ ଜାରି ରହିଥିବା ଯୋଜନାଗୁଡ଼ିକୁ ସୁଦୃଢ଼ କରାଯାଇଛି।

ସାରା ଦେଶରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ମୃତ୍ତିକା ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୦୧୫ରୁ ୨୦୧୯ ମଧ୍ୟରେ ୨୨୯ ନିୟୁତରୁ ଅଧିକ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଚାଷୀମାନଙ୍କୁ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଯୋଗୁ ରାସାୟନିକ ସାର ବ୍ୟବହାର ୮-୧୦% ହ୍ରାସ ପାଇବା ସହିତ ଫସଲ ଉତ୍ପାଦକତା ୫-୬% ବୃଦ୍ଧି ପାଇଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ବିଶ୍ବ ପୁନରୁଦ୍ଧାର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ପରେ ଭାରତ ସରକାର ୬ଟି ଫ୍ଲାଗଶିପ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏସବୁ ଯୋଜନା ମାଧ୍ୟମରେ ୧୨.୫ ନିୟୁତ ହେକ୍ଟର ଅବକ୍ଷୟ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରାଯାଇଛି।

ଶ୍ରୀ ଯାଦବ କହିଥିଲେ ଯେ, ବୃକ୍ଷରୋପଣ ଠାରୁ ଭୂମି ପରିବେଶର ପୁନରୁଦ୍ଧାର ଅଧିକ ଜରୁରି। ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଜନ ଆବଶ୍ୟକତା, ପ୍ରାଥମିକତା, ବିଶେଷଜ୍ଞତାକୁ ସମନ୍ବିତ କରିବା ଏବଂ ସ୍ଥାନୀୟ ଓ ସ୍ବଦେଶୀ ଜ୍ଞାନର ଶକ୍ତିକୁ ଏକୀକୃତ କରିବା ନିମନ୍ତେ ସେ ଆହ୍ବାନ କରିଥିଲେ। ବକ୍ତବ୍ୟ ଶେଷରେ ଭୂମି ସଂରକ୍ଷଣ ପାଇଁ ସାମୂହିକ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଦିଗରେ ସବୁ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ଯାଦବ ଆଶାବ୍ୟକ୍ତ କରିଥିଲେ।

ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀର ୧୫ତମ ଅଧିବେଶନ ୯ରୁ ୨୦ ମେ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଏଥିରେ ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଘରୋଇ କ୍ଷେତ୍ର, ନାଗରିକ ସମାଜର ନେତୃବର୍ଗମାନେ ଯୋଗ ଦେଇଛନ୍ତି। ମରୁଡ଼ି, ଭୂମି ସଂରକ୍ଷଣ, ଜମି ଅଧିକାର, ଲିଙ୍ଗ ସମାନତା, ଯୁବ ସଶକ୍ତିକରଣ ଆଦି ପ୍ରମୁଖ ବିଷୟ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ସିଓପି ୧୫- ୟୁଏନସିସିଡିର ୧୯୭ଟି ପକ୍ଷ ରାଷ୍ଟ୍ର ଏହି ସମ୍ମିଳନୀରେ ବିଚାରବିମର୍ଶ ମାଧ୍ୟମରେ ଭୂମି ପୁନରୁଦ୍ଧାର ଏବଂ ମରୁଡ଼ି ମୁକାବିଲା ପାଇଁ ଦୀର୍ଘସ୍ଥାୟୀ ସମାଧାନ ସନ୍ଧାନ କରିପାରିବେ ବୋଲି ଆଶା କରାଯାଉଛି।

ଭୂପେନ୍ଦ୍ର ଯାଦବ ମିଳିତ ଜାତିସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.