Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ରଜରାଜନଗରରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ
ବିଶେଷ ଖବର

ବ୍ରଜରାଜନଗରରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

May 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରଜରାଜନଗରରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କୁ ଟାର୍ଗେଟ

ବ୍ରଜରାଜନଗର:  ରାଜ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା, ଜଳସେଚନର ବ୍ୟବସ୍ଥା କରିବା ଏବଂ ଦେଶର ବିଭିନ୍ନ ଅଂଚଳକୁ ଆଲୋକିତ କରିବା ପାଇଁ କୋଇଲାରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଅନେକ ଥର ତ୍ୟାଗ ଦେଇଥିବା ବ୍ରଜରାଜନଗର ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହିଛି। ଏଥିପାଇଁ ଓଡିଶାରେ ୨୨ ବର୍ଷ ଧରି ଶାସନରେ ଥିବା ସ୍ଥାଣୁ ସରକାର ଦାୟୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ବ୍ରଜରାଜନଗରରେ ବିଧାୟିକା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ ଏହା କହିଛନ୍ତି । ଲଖନପୁର ବାଗମୁଣ୍ଡା ଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ରଜରାଜନଗର ଅଂଚଳର ଗୋଟିଏ ଐତିହ୍ୟ ଓ ପରମ୍ପରା ଅଛି। ହୀରାକୁଦ ଡ୍ୟାମ ବ୍ରଜରାଜନଗର ଓ ଲଖନପୁର ଅଧିବାସୀ ମାନଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଛି।

ସେମାନଙ୍କ ତ୍ୟାଗ ବଳରେ ମହାନଦୀରେ ଡ୍ୟାମ ନିର୍ମାଣ ହେବାରୁ ଓଡ଼ିଶା ଆଜି ବନ୍ୟାରୁ ସୁରକ୍ଷିତ ହୋଇଛି। ଅନେକ ଅଂଚଳ ଜଳସେଚିତ ହୋଇଛି। ସେମାନଙ୍କ ବଳିଦାନ କାରଣରୁ ଏ ଅଂଚଳରେ କୋଇଲା ଉତ୍ପାଦନ ଯୋଗୁଁ ଓଡ଼ିଶା ଓ ଭାରତବର୍ଷର ଅନେକ ଅଂଚଳ ଆଲୋକିତ ହେଉଛି। ସେହି ତୁଳନାରେ ଏହି ଅଂଚଳର ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ ହୋଇପାରିନାହିଁ । ସ୍ୱାସ୍ଥ୍ୟ ଭିତିଭୂମି ବିପର୍ଯ୍ୟସ୍ତ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ। ସ୍ଥାନୀୟ ଅଂଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକ ତୋରା ସମେତ ବିଭିନ୍ନ ସ୍ଥାନରେ ପ୍ରଚାର ସହ ବେଲପାହାଡ ପୌରାଂଚଳ ଓ ବ୍ରଜରାଜନଗର ପୌରାଂଚଳରେ ରୋଡ ସୋ’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଲଖନପୁର ଓ ବ୍ରଜରାଜନଗର ଅଂଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି। ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଖଣି ସମୃଦ୍ଧ ଅଂଚଳ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କଲେ।

ଝାରସୁଗୁଡାରେ ୫୩୧ କୋଟି ଟଙ୍କାର ଡିଏମଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଏଠାରେ ବିନା ଟେଣ୍ଡରରେ କାମ ହେଉଛି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଂଟା ଯାଉଛି । ବିନା ହାତ ଗୁଞ୍ଜାରେ କାମ ହେଉନାହିଁ । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ଉତମ ସ୍ୱାସ୍ଥ୍ୟ ପାଇବାରୁ ବଂଚିତ ହେଉଛନ୍ତି ।

ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ବ୍ରଜରାଜନଗର ବାସୀନ୍ଧା ଏହାର ଉଚିତ୍ ଜବାବ ଦେବେ। ଗଣତନ୍ତ୍ରରେ ହକ୍‌, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ। ବ୍ରଜରାଜନଗର ଓଡ଼ିଶାରେ ମୋଦି ଶାସନ ଆସିବାର ମୂଳଦୁଆ ପକାଇବା ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ। ଓଡ଼ିଶାରେ ମୋଦି ପଠାଉଥିବା ଟଙ୍କାର ମୁଖର ସ୍ୱର ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ହେବେ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026

ଚାଲ ଗାଁକୁ ଫେରିଯିବା

June 24, 2026

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026
Latest News

ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ଏବଂ ଦଣ୍ଡ…: ଅଯୋଧ୍ୟା ଦାନ ଚୋରି ମାମଲାରେ ଏହି ୪ ଦାବି କଲା ଭିଏଚପି

June 24, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.