Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନଙ୍କ ଜନ୍ମ ଦିନ, କାହିଁକି ସେ ଅଛନ୍ତି ଚର୍ଚ୍ଚାରେ
ଜୀବନ ଶୈଳୀ

ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନଙ୍କ ଜନ୍ମ ଦିନ, କାହିଁକି ସେ ଅଛନ୍ତି ଚର୍ଚ୍ଚାରେ

May 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନଙ୍କ ଜନ୍ମ ଦିନ, କାହିଁକି ସେ ଅଛନ୍ତି ଚର୍ଚ୍ଚାରେ

ଭୁବନେଶ୍ବର: ଆଜି ଓଡିଶାର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନଙ୍କ ଜନ୍ମ ଦିନ। ସେ ରାଜ୍ୟର ବହୁ ଲୋକପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହିତ ସେ ୫ଟି ସଚିବ ମଧ୍ୟ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ବେଶ ଲୋକପ୍ରିୟଙ୍କ ଭିତରେ ନବୀନ ପଟ୍ଟନାୟକଙ୍କ ପରେ ଭି କେ ପାଣ୍ଡିୟାନଙ୍କ ନାଁ ଆସୁଛି।

ବର୍ତ୍ତମାନ ରାଜ୍ୟରେ ଯେଉଁସବୁ ଜନହୀତକର କାର୍ଯ୍ୟ ଚାଲିଛି ତାହା ପଛରେ ପ୍ରମୁଖ ବିନ୍ଧାଣୀ ହେଉଛନ୍ତି ଭି କେ ପାଣ୍ଡିୟାନ। ହେଲେ ସେ କେବେ କେଉଁଠି ଏହାର ଶ୍ରେୟ ନେବାକୁ ଚାହିଁ ନାହାଁନ୍ତି। ବଡି ଭୋରରୁ ଉଠି ରାତି ଗୋଟାଏ ପର୍ଯ୍ୟନ୍ତ କାମ କରୁଥିବା ଜଣେ ଅଧିକାରୀ ହେଉଛନ୍ତି ଭିକେ ପାଣ୍ଡିୟାନ। ଓଡିଶାର କିପରି ଉନ୍ନତି ହେବ ସେ ନେଇ ସେ ଅହରହ ନିଜର ଉଦ୍ୟମ ଜାରୀ ରଖିଛନ୍ତି।

ଓଡିଶାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ତଦାରଖ କରିବା ପାଇଁ ସେ ଯେତେବେଳେ ଶୀତ କାକରରେ ବଡି ଭୋରରୁ ଯାଇ ପହଞ୍ଚନ୍ତି ସେତେବେଳେ ସମସ୍ତେ ହୁଅନ୍ତି ଆଶ୍ଚର୍ଯ୍ୟ। ଲୋକେ ଶେଜରେ ଶୋଇଥିବା ବେଳେ ଭି କେ ପାଣ୍ଡିୟାନ ଏବଂ ତାଙ୍କ ଅଧିକାରୀ ଶୀତରେ ଥରିଥରି ପ୍ରକଳ୍ପ କାର୍ଯ୍ୟ ତଦାରଖ କରନ୍ତି। ଯାହା କେବେ କେଉଁଠି କେଉଁ ଆଇଏଏସ ଅଧିକାରୀ କରିଥିବାର ନଜରୀ ନାହିଁ।

୨୦୦୦ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ ଅଧିକାରୀ, ପାଣ୍ଡିଆନ୍ ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିବା ପରେ ମେ, ୨୦୧୧ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ। ସେହିଦିନଠାରୁ ଆରମ୍ଭ ହେଲା ତାଙ୍କର ଅଭ୍ୟୁଦୟ। ଯୁବ ବୟସରେ ସେ କିପରି ନବୀନଙ୍କ କାର୍ଯ୍ୟକୁ ସଫଳ ରୂପାୟନ କରିବେ ସେ ନେଇ ଆରମ୍ଭ କଲେ ଉଦ୍ୟମ।

ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ନବୀନ ଧିରେ ଧିରେ ପାଣ୍ଡିୟାନଙ୍କ ଉପରେ ଭରସା କରିବାକୁ ଲାଗିଲେ। ଫଳରେ ଏକଦା ମୁଖ୍ୟମନ୍ତ୍ରୀଙ୍କ ଅତି ଖାସ ଥିବା ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ହ୍ରାସ ହେବାରେ ଲାଗିଲା। ଏପରିକି ଏହି ମେ ୨୯ ତାରିଖରେ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍କୁନ ହିଁ ପାଣ୍ଡିୟାନ ଭାଙ୍ଗି ଚୁରମାର କରିଦେଇଥିଲେ।

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଭି କେ ପାଣ୍ଡିୟାନ ଓଡିଶା ରାଜନୈତିକ ତଥା ପ୍ରଶାସନିକ ଇତିହାସରେ ଏକ ବଡ ଚର୍ଚ୍ଚିତ ବ୍ୟକ୍ତି ଭାବେ ପରିଗଣତି ହୋଇ ଆସିଛନ୍ତି।

ନବୀନ ପଟ୍ଟନାୟକ ଭି.କେ ପାଣ୍ଡିୟାନ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

April 15, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ ଲୋକାର୍ପିତ

April 15, 2026
Latest News

ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

April 15, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ ଲୋକାର୍ପିତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.