Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ଲାଇଫ ମୁଭମେଣ୍ଟ’ ବୈଶ୍ୱିକ ପ୍ରୟାସ
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ଲାଇଫ ମୁଭମେଣ୍ଟ’ ବୈଶ୍ୱିକ ପ୍ରୟାସ

June 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ (ଲାଇଫ)ର ଶୁଭାରମ୍ଭ କରିବେ। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ” ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ”ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ। ବିଶେଷକରି ଶିକ୍ଷାବିତ୍‌, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ। ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା। ଆସନ୍ତାକାଲିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ , ଲର୍ଡ ନିକୋଲାସ ଷ୍ଟର୍ଣ୍ଣ, ଜଳବାୟୁ ଅର୍ଥ ଶାସ୍ତ୍ରୀ ପ୍ରଫେସର କାସ୍ ସନ୍‌ଷ୍ଟେନ, ଲେଖକ ନଜ୍ ଥିଓରୀ, ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଅନିରୁଦ୍ଧ ଦାସଗୁପ୍ତ, ୟୁଏନ୍‌ଇପିର ବୈଶ୍ୱିକ ମୁଖ୍ୟ ଇଙ୍ଗର ଆଣ୍ଡରସନ୍‌, ୟୁଏନଡିପିର ବୈଶ୍ୱିକ ମୁଖ୍ୟ ମିଷ୍ଟର ଅଚିମ ଷ୍ଟେନର, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଷ୍ଟର ଡେଭିଡ ମାଲପାସ୍‌ଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୬ତମ ସମ୍ମିଳନୀ (କୋପ-୨୬)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଲାଇଫ’ର ବିଚାର ଓ ଧାରଣ ଉପସ୍ଥାପନ କରିଥିଲେ। ଏଥିରେ ପରିବେଶ ସଚେତନ ଜୀବନ ଶୈଳୀ ଗୁରୁତ୍ୱ ପାଇଛି। ପ୍ରାକୃତିକ ସମ୍ପଦର ଅବିଚାରିତ ଓ ଧ୍ୱଂସକାରୀ ଉପଯୋଗ ନ’ କରି ବୁଝିବିଚାରି ନିଜର ଆବଶ୍ୟକତା ଅନୁସାରେ ତାହାର ବିନିଯୋଗ କରିବା ବିଚାରକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

25th SCO Summit: ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ ଜାଣନ୍ତି ?

September 1, 2025

India Mobile Congress 2025 ଆପ୍ଲିକେସନକୁ ଉଦଘାଟନ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

September 1, 2025
Latest News

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

September 1, 2025

କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚକୁ ନେଇ ବ୍ୟାପକ ପ୍ରସ୍ତୁତି

September 1, 2025

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.