Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ଲାଇଫ ମୁଭମେଣ୍ଟ’ ବୈଶ୍ୱିକ ପ୍ରୟାସ
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ଲାଇଫ ମୁଭମେଣ୍ଟ’ ବୈଶ୍ୱିକ ପ୍ରୟାସ

June 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ (ଲାଇଫ)ର ଶୁଭାରମ୍ଭ କରିବେ। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ” ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ”ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ। ବିଶେଷକରି ଶିକ୍ଷାବିତ୍‌, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ। ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା। ଆସନ୍ତାକାଲିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ବିଲ୍ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ , ଲର୍ଡ ନିକୋଲାସ ଷ୍ଟର୍ଣ୍ଣ, ଜଳବାୟୁ ଅର୍ଥ ଶାସ୍ତ୍ରୀ ପ୍ରଫେସର କାସ୍ ସନ୍‌ଷ୍ଟେନ, ଲେଖକ ନଜ୍ ଥିଓରୀ, ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଅଧ୍ୟକ୍ଷ ଅନିରୁଦ୍ଧ ଦାସଗୁପ୍ତ, ୟୁଏନ୍‌ଇପିର ବୈଶ୍ୱିକ ମୁଖ୍ୟ ଇଙ୍ଗର ଆଣ୍ଡରସନ୍‌, ୟୁଏନଡିପିର ବୈଶ୍ୱିକ ମୁଖ୍ୟ ମିଷ୍ଟର ଅଚିମ ଷ୍ଟେନର, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଷ୍ଟର ଡେଭିଡ ମାଲପାସ୍‌ଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଗତବର୍ଷ ଗ୍ଲାସଗୋରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୬ତମ ସମ୍ମିଳନୀ (କୋପ-୨୬)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଲାଇଫ’ର ବିଚାର ଓ ଧାରଣ ଉପସ୍ଥାପନ କରିଥିଲେ। ଏଥିରେ ପରିବେଶ ସଚେତନ ଜୀବନ ଶୈଳୀ ଗୁରୁତ୍ୱ ପାଇଛି। ପ୍ରାକୃତିକ ସମ୍ପଦର ଅବିଚାରିତ ଓ ଧ୍ୱଂସକାରୀ ଉପଯୋଗ ନ’ କରି ବୁଝିବିଚାରି ନିଜର ଆବଶ୍ୟକତା ଅନୁସାରେ ତାହାର ବିନିଯୋଗ କରିବା ବିଚାରକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Latest News

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.