ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ନବୀନ ପଟ୍ଟନାୟକଙ୍କ ନୂଆ ‘ନବରତ୍ନ’ ମନ୍ତ୍ରୀ

Published: Jun 5, 2022, 2:02 pm IST

ଭୁବନେଶ୍ବର: ବହୁ ଚର୍ଚ୍ଚା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିଛନ୍ତି। ସମସ୍ତେ ଶପଥ ମଧ୍ୟ ନେଇଛନ୍ତି। ତେବେ ଏଥର ନବୀନ କିଛି ମନ୍ତ୍ରୀଙ୍କୁ ବାଦ ଦେଇଥିବା ବେଳେ ନଅ ଜଣ ମନ୍ତ୍ରୀଙ୍କୁ ପୁଣି ଥରେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ନୂଆ ମନ୍ତ୍ରୀ ମଣ୍ଡଳରେ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରତାପ ଜେନା ପରି ଟାଣୁଆ ନେତାଙ୍କୁ ବାଦ ଦେଇଛନ୍ତି। ହେଲେ ଆଉ ନଅ ଜଣ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଛନ୍ତି। ସେମାନେ ହେଲେ

  • ନିରଞ୍ଜନ ପୂଜାରୀ,
  • ରଣେନ୍ଦ୍ର ପ୍ରତାପ ସ୍ବାଇଁ,
  • ପ୍ରଫୁଲ କୁମାର ମଲ୍ଲିକ
  • ନବ କିଶୋର ଦାସ
  • ଅଶୋକ ଚନ୍ଦ୍ର ପଣ୍ଡା
  • ଟୁକୁନି ସାହୁ ଟିଟିଲାଗଡ ବିଧାୟିକା
  • ସମୀର ରଂଜନ ଦାସ
  • ତୁଷାରକାନ୍ତି ବେହେରା
  • ଜଗନ୍ନାଥ ସାରକା

ଏମାନେ ବର୍ତ୍ତମାନ ନବୀନ ମନ୍ତ୍ରୀ ମଣ୍ଡଳରେ ନବରତ୍ନ ବୋଲି କୁହାଯିବ। ଏମାନଙ୍କ ମଧ୍ୟରୁ ଜଗନ୍ନାଥ ସାରକାଙ୍କ ପଦନ୍ନୋତି ଘଟିଛି। କାରଣ ସେ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରିକି ସେ ପ୍ରଥମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପୂର୍ବପରି ସମୀର ରଂଜନ ଦାସ ଏବଂ ତୁଷାରକାନ୍ତି ବେହେରାଙ୍କୁ ନବୀନ ସେହି ରାଷ୍ଟ୍ରମନ୍ତ୍ରୀରେ ରଖିଛନ୍ତି। ନଅ ଜଣଙ୍କ ମଧ୍ୟରୁ ଏହି ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Related posts