Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ହର ଘର ଦସ୍ତକ ୨.୦ର ପ୍ରଗତି ଓ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

‘ହର ଘର ଦସ୍ତକ ୨.୦ର ପ୍ରଗତି ଓ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

June 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: “କୋଭିଡ ଏବେ ବି ରହିଛି। କେତେକ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାର ଖବର ମଧ୍ୟ ମିଳୁଛି। ଏ ସମୟରେ ସତର୍କ ରହିବା ସହ କୋଭିଡ ମାର୍ଗଦର୍ଶିକା ପାଳନ ଯେପରିକି ମାସ୍କ ବ୍ୟବହାର ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତା ରକ୍ଷା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ”। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଗଣଙ୍କ ସହ ଆଜି ଆଭାସୀ ମାଧ୍ୟମରେ ଟିକାକରଣ ଅଗ୍ରଗତି ଓ ହର ଘର ଦସ୍ତକ ୨.୦ର ଅଭିଯାନର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହା ପ୍ରକାଶ କରିଛନ୍ତି।

କେତେକ ଜିଲ୍ଲା ଓ ରାଜ୍ୟରେ କୋଭିଡ-୧୯ ପଜିଟିଭ ମାମଲା ବୃଦ୍ଧି ଓ ପରୀକ୍ଷା ହ୍ରାସ ଉପରେ ଆଲୋଚନା କରି ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଠିକ ସମୟ ଓ ଅଧିକ ପରୀକ୍ଷା ଦ୍ୱାରା କୋଭିଡ ମାମଲାଗୁଡ଼ିକର ସଅଳ ଚିହ୍ନଟ ହେବା ସହ ମାମଲା ଓ ଗୋଷ୍ଠୀ ସଂକ୍ରମଣ ମଧ୍ୟ ହ୍ରାସ ପାଇବ। ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନୀରିକ୍ଷଣ ବୃଦ୍ଧି ସହ ଦେଶରେ ନୂତନ ପ୍ରଜାତିର ଚିହ୍ନଟ ନିମନ୍ତେ ଜିନୋମ ସିକୁଏନ୍ସିଂ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପାଞ୍ଚସୂତ୍ରୀ ରଣନୀତି ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ପାଳନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଚାଲୁ ରଖିବାକୁ ସେ କହିଥିଲେ। ସେମାନେ ସଂଶୋଧିତ କୋଭିଡ ନୀରିକ୍ଷଣ ରଣନୀତିଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ବିଦେଶାଗତ ପରିଭ୍ରମଣକାରୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରୀକ୍ଷାଗାର ଓ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ସମାଜର ଦୁର୍ବଳ ଶ୍ରେଣୀର କୋଭିଡ ଟିକାକରଣ ଉପରେ ଗୁରୁତ୍ୱାରୋପ କରି ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଜୁନ ପହିଲାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ହର ଘର ଦସ୍ତକ ୨.୦ ଅଭିଯାନକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ “ଚାଲନ୍ତୁ ଆମେ ୧୨-୧୭ ବୟସ ଶ୍ରେଣୀ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମର ଅଭିଯାନକୁ ତ୍ୱରାନ୍ୱିତ କରିବା ପ୍ରଥମ ଓ ଦ୍ୱିତୀୟ ମାତ୍ରା ଦେଇ, ଯାହାଫଳରେ ସେମାନେ ଟିକାର ସୁରକ୍ଷାବଳୟ ମଧ୍ୟରେ ବିଦ୍ୟାଳୟ ଯାଇପାରିବେ।” ସରକାରୀ ଓ ଘରୋଇ/ଅଣ ଆନୁଷ୍ଠାନିକ ବିଦ୍ୟାଳୟ ଯେପରିକି ମଦ୍ରାସା ଦିବସ ଯତ୍ନ ବିଦ୍ୟାଳୟଗୁଡ଼ିକରେ ୧୨ରୁ ୧୭ ବର୍ଷ ବୟସ ଶ୍ରେଣୀ ନିମନ୍ତେ ବିଦ୍ୟାଳୟଭିତ୍ତିକ ଅଭିଯାନ ଓ ବିଦ୍ୟାଳୟ ଯାଉ ନ ଥିବା ପିଲାମାନଙ୍କ ନିମନ୍ତେ ଖରା ଛୁଟିରେ ଟିକାକରଣ ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଦୁର୍ବଳ ଶ୍ରେଣୀରେ ଯାଉଥିବାରୁ ସେମାନେ ପ୍ରତିଷେଧକ ମାତ୍ରା ବଳରେ ସୁରକ୍ଷିତ ରଖିବା ଆବଶ୍ୟକ । “ଆମର ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନେ ଘରକୁ ଘର ବୁଲି ଜନସଂଖ୍ୟାର ଦୁର୍ବଳ ଶ୍ରେଣୀ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେଉଛନ୍ତି” ବୋଲି ସେ କହିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ୧୮-୫୯ ବର୍ଷ ଶ୍ରେଣୀ ହିତାଧିକାରୀମାନଙ୍କୁ ଘରୋଇ ହସ୍ପିଟାଲ ଜରିଆରେ ନିୟମିତ ଟିକାକରଣ ନେଇ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡର ସମ୍ପ୍ରସାରିତ ସୁରକ୍ଷା ପାଇଁ ଆମେ ହର ଘର ଦସ୍ତକ ଅଭିଯାନରୁ ଶିକ୍ଷା ଲାଭ କରିବାକୁ ମଧ୍ୟ ସେ କହିଥିଲେ। “ଦେଶ ବ୍ୟାପୀ ପର୍ଯ୍ୟାପ୍ତ ଟିକା ମାତ୍ରା ଉପଲବ୍ଧ ଅଛି । ଆମେ କୋଭିଡ ଟିକାକରଣକୁ ବ୍ୟାପକ ହର ଘର ଦସ୍ତକର ଦ୍ୱିତୀୟ ପର୍ଯ୍ୟାୟରେ ସୁନିଶ୍ଚିତ କରିବା” ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କୌଣସିମତେ କୋଭିଡ-୧୯ ଟିକା ଯେପରି ନଷ୍ଟ ନ ହୁଏ ତାହା ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପରାମର୍ଶ ଦିଆଯାଇଛି। ଏଗୁଡ଼ିକର ନିରୀକ୍ଷଣକୁ ମଧ୍ୟ ସୁନିଶ୍ଚିତ କରି “ଆମେ ଅବଧି ପୁରୁଥିବା ମାତ୍ରାର ପ୍ରଥମ ବ୍ୟବହାର” ନୀତି ଜରିଆରେ ଯେଉଁ ମାତ୍ରାର ଅବଧି ଶୀଘ୍ର ପୂରଣ ହେବାକୁ ଯାଉଛି ତାହା ଆଗ ବ୍ୟବହାର କରିବା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ହର ଘର ଦସ୍ତକ ୨.୦ ଅଭିଯାନ ଜରିଆରେ କୋଭିଡ ଟିକାକରଣକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସପମ୍ ରଞ୍ଜନ ସିଂ (ମଣିପୁର) ଆଲୋ ଲିବାଂଙ୍ଗ (ଅରୁଣାଚଳ ପ୍ରଦେଶ) ତାଜେରୁ ହରୀଶ ରାଡା (ତେଲେଙ୍ଗାନା), ଅନୀଲ ଭିଗ୍ (ହରିୟାଣା), ଋଷିକେଷ ଗଣେଷ ଭାଇ ପଟେଲ (ଗୁଜରାଟ), ବନ ଗୁପ୍ତା (ଝାଡ଼ଖଣ୍ଡ) ମଙ୍ଗଳ ପାଣ୍ଡେ (ବିହାର), ଡକ୍ଟର ରାଜେଶ ଟୋପେ (ମହାରାଷ୍ଟ୍ର) ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ) ବୈଠକରେ ଉପସ୍ଥିତ ଥିଲେ।

ଡକ୍ଟର ମନୋହର ଅଗନାନୀ, ଅତିରିକ୍ତ ସଚିବ, ରୋଲି ସିଂ, ଅତିରିକ୍ତ ସଚିବ, ଲଭ ଅଗ୍ରୱାଲ, ଯୁଗ୍ମ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଏନଏଚଏମ ମିଶନ ନିର୍ଦେଶକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟାନ୍ୟ ଅଧିକାରୀମାନେ ଏହି ଆଭାସୀ ବୈଠକରେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କୋଭିଡ ମନସୁଖ ମାଣ୍ଡଭିୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ସରକାରରେ ଯୋଗଦେଲେ ୧୯୭ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ମନ୍ତ୍ରୀ ହରିଚନ୍ଦନ ଦେଲେ ଦିଗଦର୍ଶନ

February 18, 2026

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, କାରଣରେ ସେ କହିଲେ…

February 18, 2026
Latest News

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026

ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.