Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ ଏହାର କାରଣ କଣ
ଜାତୀୟ ଖବର

ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ ଏହାର କାରଣ କଣ

June 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତରୀ ଜୁନ ୨୦ ଓ ୨୧ରେ କର୍ଣ୍ଣାଟକ ଗସ୍ତ କରିବେ। ଜୁନ ୨୦ ଅପରାହ୍ନ ପ୍ରାୟ ୧୨.୩୦ରେ, ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସସି) ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ସେଣ୍ଟର ଫର ବ୍ରେନ ରିସର୍ଚ୍ଚ (ସିବିଆର)କୁ ଉଦଘାଟନ କରିବେ ଏବଂ ବାଗଚି-ପାର୍ଥସାରଥି ମଲ୍ଟିସ୍ପେସାଲିଟି ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଅପରାହ୍ନ ପ୍ରାୟ ୧.୪୫ରେ ସେ ଡକ୍ଟର ବି.ଆର. ଆମ୍ବେଦକର ସ୍କୁଲ ଅଫ ଇକୋନୋମିକ୍ସ (ବିଏଏସଇ), ବେଙ୍ଗାଲୁରୁ ପରିଦର୍ଶନ କରିବେ, ଯେଉଁଠାରେ ସେ ବିଏଏସଇ ୟୁନିଭର୍ସିଟିର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ ଏବଂ ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ସେ ୧୫୦ ‘ଟେକ୍ନୋଲୋଜି ହବ’କୁ ମଧ୍ୟ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ, ଯାହା କି କର୍ଣ୍ଣାଟକରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)କୁ ପରିବର୍ତ୍ତନ କରାଯାଇ ବିକଶିତ କରାଯାଇଛି ।

ଏହାପରେ ଅପରାହ୍ନ ପ୍ରାୟ ୨.୪୫ରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ କୋମାଘାଟ୍ଟରେ ପହଞ୍ଚିବେ, ଯେଉଁଠି ସେ ୨୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ଅପରାହ୍ନ ପ୍ରାୟ ୫.୩୦ରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ମହାରାଜା କଲେଜ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାରେ ଯୋଗଦେବେ, ଯେଉଁଠାରେ ସେ ନାଗନାହାଲ୍ଲି ରେଳଷ୍ଟେସନରେ କୋଚିଙ୍ଗ ଟର୍ମିନାଲ ନିମନ୍ତେ ଶିଳାନ୍ୟାସ କରିବେ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ସ୍ପିଚ ଆଣ୍ଡ ହିୟରିଙ୍ଗ (ଏଆଇଆଇଏସଏଚ)ଠାରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ ଫର ପର୍ସନସ ୱିଥ କମ୍ୟୁନିକେସନ ଡିସଅର୍ଡର୍ସ’କୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ।

ଏହାପରେ, ସନ୍ଧ୍ୟା ପ୍ରୟା ୭ଟାରେ, ପ୍ରଧାନମନ୍ତ୍ରୀ ମହିସୁରସ୍ଥିତ ଶ୍ରୀ ସୁତ୍ତୁର ମଠ ପରିଦର୍ଶନ କରିବେ ଏବଂ ସନ୍ଧ୍ୟା ପ୍ରାୟ ୭.୪୫ରେ ସେ ମହିସୁରସ୍ଥିତ ଶ୍ରୀ ଚାମୁଣ୍ଡେଶ୍ୱରୀ ମନ୍ଦିର ପରିଦର୍ଶନ କରିବେ । ଜୁନ ୨୧ ସକାଳ ପ୍ରାୟ ୬.୩୦ରେ, ପ୍ରଧାନମନ୍ତ୍ରୀ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପରିପ୍ରେକ୍ଷୀରେ, ମହିସୁର ପ୍ୟାଲେସ ପଡ଼ିଆରେ ଏକ ସାମୂହିକ ଯୋଗ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର

October 7, 2026
Latest News

ଗଣିତଜ୍ଞ ପ୍ରଫେସର ମହେଶ କାକ୍‌ଡେଙ୍କୁ ‘ରାମାନୁଜନ୍’ ପୁରସ୍କାର

October 8, 2026

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ

October 8, 2026

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.