Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମଙ୍କ ଦଳରେ କିଏ ଅଛି ଯେ, ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆସିବ?
ବିଶେଷ ଖବର

ଦାମଙ୍କ ଦଳରେ କିଏ ଅଛି ଯେ, ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ପରିବର୍ତ୍ତନ ଆସିବ?

November 24, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ଗୋଟେ ପୁରୁଣା ଦଳ ଥିଲା, ସେ ଦଳରେ ବିଜୁଙ୍କ ନାଁ ଯୋଡ଼ି ଗୋଟେ ନୂଆ ଦଳ ହେଲା ବୋଲି ଘୋଷଣା କରାଗଲା। ଏଥିରେ ଓଡ଼ିଶାର ରାଜନୈତିକ ସମୀକରଣ ବଦଳିଯିବ ବୋଲି ଭାବିବା, ରାଜନୈତିକ ନିର୍ବୋଧତା ଛଡ଼ା ଆଉ କ’ଣ ବା ହୋଇପାରେ। ନୂଆ ଦଳର ନାମ ଘୋଷଣା ବେଳକୁ ଦାମୋଦର ରାଉତଙ୍କ ସାଙ୍ଗରେ ଯେଉଁମାନେ ଥିଲେ, ସେମାନେ ପ୍ରାୟତଃ ଓଡ଼ିଶା ରାଜନୀତିର କ୍ଳାନ୍ତ ଚେହେରା। ବ୍ରଜକିଶୋର ତ୍ରିପାଠୀ ବିଜେଡି ଛାଡ଼ିବା ପରଠୁ ବହୁ ଦଳ ଡେଇଁ, ବାରମ୍ବାର ହାରି ସାରିଛନ୍ତି। ପୁରୀ ରାଜନୀତିରେ ଆଜି ତାଙ୍କର ସେ ପୁରୁଣା ପ୍ରଭାବ ନାହିଁ। ସେହିପରି ଯଜ୍ଞେଶ୍ଵରବାବୁଙ୍କ ନିର୍ବାଚନୀ ରାଜନୀତିରେ ପରାଜୟ ଛଡ଼ା, ଅନ୍ୟ କିଛି ଅଭିଜ୍ଞତା ନାହିଁ। ବାକି ରହିଲେ ଖୋଦ ଦାମବାବୁ, ସେ ନିଜେ କେତେବେଳେ କଣ କହୁଛନ୍ତି, ସେ ନିଜେ ବୁଝି ପାରୁନାହାନ୍ତି। ଗତ ଦୁଇମାସ ଧରି ସେ ଯେଉଁ ମାନଙ୍କୁ ସାଙ୍ଗରେ ନେଇ ସଭା ସମିତି କରୁଥିଲେ, ସେଥିରୁ ଅନେକେ ଏବେ ତାଙ୍କ ହାତ ଛାଡ଼ି ସାରିଲେଣି।

 ଦାମ-ବୈଜୟନ୍ତ ଯୋଡ଼ିର ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା, ସେଥିରେ ବୈଜୟନ୍ତ ପାଣି ଢାଳି ଦେଇଛନ୍ତି। ବୈଜୟନ୍ତ ଏବେ ବିଜେପି ଶିବିରରେ ପ୍ରବେଶ କରିବା ଲାଗି ଦିନ ରାତି ପରିଶ୍ରମ କରୁଛନ୍ତି। ପୂର୍ବରୁ ଡିସେମ୍ବର ପ୍ରଥମ ସପ୍ତାହରେ ବୈଜୟନ୍ତ ବିଜେପିରେ ଯୋଗ ଦେବେ ବୋଲି ଏକ ରକମ ନିଷ୍ପତ୍ତି ସରିଥିଲା। ହେଲେ ସଂସଦର ଶୀତକାଳୀନ ଅଧିବେଶନରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ କରାଇବାକୁ ବିଜେପି ପାଇଁ ରାଜ୍ୟସଭାରେ ବିଜେଡ଼ିର ସମର୍ଥନ ଅନିବାର୍ଯ୍ୟ। ସେହି ଦୃଷ୍ଟିରୁ ବର୍ତ୍ତମାନ ସମୟରେ ବୈଜୟନ୍ତଙ୍କୁ ବିଜେପିକୁ ଆଣି ବିଜେଡି କୁ ଅସନ୍ତୁଷ୍ଟ କରିବାକୁ ଦଳ ଚାହୁଁନାହିଁ। ତେଣୁ ବୈଜୟନ୍ତଙ୍କ ବିଜେପି ପ୍ରବେଶ ଯୋଗ ବିଳମ୍ବିତ ହୋଇ ଚାଲିଛି। ଅପର ପକ୍ଷରେ ଏବେ ଅପରାଜିତା ଷଢ଼ଙ୍ଗୀଙ୍କୁ ନେଇ ବିଜେପି ଗୋଟେ ନୂଆ ବାତାବରଣ ତିଆରି କରିବାକୁ ଚେଷ୍ଟା କରୁଛି। ତେଣୁ, ପୁରୁଣା ମୁହଁ ବୈଜୟନ୍ତଙ୍କୁ ଏବେ ୱେଟିଙ୍ଗ ଲିଷ୍ଟ ରେ ରଖାଯାଇଛି। ଏଣେ ଦାମ ଆଉ ବୈଜୟନ୍ତଙ୍କ ଦେଖା ପାଉନାହାନ୍ତି।

ପୂର୍ବରୁ ପୁରୁଣା ବିଜୁ ସମର୍ଥକଙ୍କୁ ଏକାଠି କରି ଦାମ ନୂଆ ଦଳ ଗଢ଼ିବେ ବୋଲି ଯାହା କହୁଥିଲେ, ସେ ଯୋଜନା ମଧ୍ୟ ଫସର ଫାଟି ଯାଇଛି। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ସୁରେନ୍ଦ୍ରନାଥ ନାୟକ, ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡ଼େଇ ପ୍ରମୁଖ ଦାମଙ୍କୁ ବିଶ୍ଵାସ କୁ ନେଇ ନାହାନ୍ତି। ତେବେ ଏକାକୀ ବିଜେଡି ବିରୋଧରେ ଲଢ଼େଇ ପାଇଁ ବାହାରିଥିବା ଦାମ ଏବେ, କେଉଁ ଦଳ ସହ ଆସନ ବୁଝାମଣା କରିବେ, ତାହା ଦେଖିବାର କଥା। ୨୦୧୪ ନିର୍ବାଚନରେ ବିଜେପି ଓଡ଼ିଶାର ଛୋଟ ଛୋଟ ଦଳଙ୍କ ସହ ନିର୍ବାଚନୀ ବୁଝାମଣା କରିବାକୁ ପ୍ରୟାସ କରିଥିଲା, କିନ୍ତୁ ବିଜେପିର ଦୟା ଓ ଦାନର ସୀମା ଦେଖି ଏ ଦଳ ଗୁଡ଼ିକ ବୁଝାମଣାରୁ ଓହରି ଆସିଥିଲେ। ଆଜି ମଧ୍ୟ ବିଜେପି ସେଇ ରଣନୀତିରେ କାୟମ ରହିବ। କଂଗ୍ରେସ ମଧ୍ୟ ଦାମଙ୍କ ନୂଆ ଦଳକୁ ବହୁତ ଗୁଡ଼ିଏ ଆସନ ଛାଡ଼ି ଦେବାର ସମ୍ଭାବନା ନାଇଁ। ତେଣୁ ଦାମ ଯେଉଁ ୩୦/୪୦ ଆସନ ଜିଣି କିଙ୍ଗ୍ ମେକର ହେବେ ବୋଲି ଭାବୁଛନ୍ତି, ତାହା ଅନ୍ତତଃ ବର୍ତ୍ତମାନ ଲାଗି ଦିବାସ୍ଵପ୍ନ।

ବିଜେଡି କୁ ଘେରିବା ଲାଗି ହେଲେ ସାରା ରାଜ୍ୟରେ ଗୋଟେ ସରକାର ବିରୋଧୀ ବାତାବରଣ ସୃଷ୍ଟି କରିବା ଜରୁରୀ ଓ ଏହା ସହିତ ବିରୋଧୀ ଦଳ ଗୁଡ଼ିକ ଭିତରେ ଏକ ଭିତିରି ସମନ୍ଵୟର ଆବଶ୍ୟକତା ରହିଛି। ଏହି ରଣନୀତିରେ ଦାମଙ୍କ ଦଳ ଅତି ବେଶୀ ରେ ଅଳ୍ପ କିଛି ନିର୍ବାଚନ ମଣ୍ଡଳୀରେ ୧୦୦୦/୨୦୦୦ ଭୋଟ ଏପଟ ସେପଟ କରିବାରେ ସଫଳ ହୋଇପାରେ। ଏହା ବିଜେଡିର ବର୍ତ୍ତମାନ ସ୍ଥିତିରେ ବଡ଼ ପ୍ରଭାବ ପକାଇବ ନାହିଁ। ସମୟକ୍ରମେ ଦାମ ଯଦି କଂଗ୍ରେସର ନିକଟତର ହୁଅନ୍ତି, ତାହେଲେ ବିଜେପି ତାଙ୍କୁ ଦୂରେଇବ ଓ ବିଜେପି ପାଖକୁ ଗଲେ କଂଗ୍ରେସ ତାଙ୍କୁ ପାଖ ପୂରେଇବ ନାହିଁ। ବିରୋଧୀ ଭୋଟର ବିଭାଜନରୁ ବିଜେଡି ସବୁବେଳେ ଲାଭବାନ ହୋଇ ଆସିଛି। ଆଜି ଦାମଯେ ବିଜେଡିର ଗୋଟେ ବଡ଼ ଭାଗ ଭୋଟ ନିଜ ପାଖକୁ ନେଇପାରିବେ, ସେ ଭରସା ତାଙ୍କ ନିଜର ମଧ୍ୟ ନାହିଁ। ଦାମଙ୍କ ତୁଣ୍ଡ ଓ ତାଙ୍କୁ ଭଲ ପାଉଥିବା ଟେଲିଭିଜନ କ୍ୟାମେରା ଛଡ଼ା, ତାଙ୍କ ପାଖରେ ଅଧିକ ତାକତ ନାହିଁ। ତେଣୁ ବିସଦ (ଓ ଟିଭି ଭାଷାରେ) ଯେ ବିଜଦ ର କିଛି ଗୋଟାଏ ବଡ଼ କ୍ଷତି କରିପାରିବ, ସେକଥା ଆଜି ବିଶ୍ୱାସଯୋଗ୍ୟ ମନେ ହେଉନାହିଁ।    

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.