Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଓଡିଶାକୁ ନବୀନ ଆଣିଲେ ୨୧,୦୦୦ କୋଟି ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍
ଅନ୍ତରାଷ୍ଟ୍ରୀୟ

ଓଡିଶାକୁ ନବୀନ ଆଣିଲେ ୨୧,୦୦୦ କୋଟି ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍

June 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ଓଡିଶାକୁ ଆଣିଲେ ୨୧,୦୦୦ ଟଙ୍କାର ପୁଞ୍ଜି, ସଫଳ ହେଲା ଦୁବାଇ ଇନଭେଷ୍ଟରସ ମିଟ୍

   

ସୁଧାଶ୍ରୀ ଦାସ, ଦୁବାଇ

ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ   ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। ଆଜି ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ଆରବ ଦେଶର ବିଭିନ୍ନ କଂପାନୀ।

ବୁଧବାର ଦୁବାଇର ଓବରାଇ ହୋଟେଲରେ ଉଦଘାଟିତ ହୋଇଥିବା ଓଡିଶା ଇନଭେଷ୍ଟର ମିଟରେ କମ୍ପାନୀଗୁଡିକ ଭିତ୍ତିଭୂମି, ଆତିଥ୍ୟ, ଲଜିଷ୍ଟିକ୍ସ, ରାସାୟନିକ ପଦାର୍ଥ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକରେ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ କଂପାନୀଗୁଡିକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଦୁବାଇର ଏହି ବୈଠକରେ ପ୍ରାୟ ୧୫୦ ରୁ ଅଧିକ ବଡ କମ୍ପାନୀର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ଗତ ଦୁଇ ବର୍ଷ କୋଭିଡ ପରି ମହାମାରି ସତ୍ବେ ଓଡିଶାରେ ୫୦ ବିଲିୟନ ଡଲାର ମୂଲ୍ୟର ପୁଞ୍ଜି ବିନିଯୋଗ ହୋଇପାରିଛି। ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (FDI) ପାଇଁ ରାଜ୍ୟ ଏକ ଆକର୍ଷଣୀୟ ସ୍ଥାନ ଅଟେ।

ଏହି ବୈଠକରେ ଖଣିଜ ପଦାର୍ଥ, ଧାତୁ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ, ଭାରୀ ଶିଳ୍ପ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ବୈଦ୍ୟୁତିକ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଲଜିଷ୍ଟିକ୍ସ ଏବଂ ଗୋଦାମ ଘର, ରିଅଲ୍ ଇଷ୍ଟେଟ୍ ଏବଂ ଆତିଥ୍ୟ ପ୍ରଭୃତି କ୍ଷେତ୍ରର କଂପାନୀ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ।

ନବୀନଙ୍କ ବ୍ୟତୀତ ଓଡିଶାର ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧୀ ଦଳ, FICCI ଏବଂ ୟୁଏଇରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ଏହି ସଭାରେ ଯୋଗ ଦେଇଥିଲେ। ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ସୁନଜୟ ସୁଧୀର ମଧ୍ୟ ଏହି ଉତ୍ସବରେ ଆଗ୍ରହ ପ୍ରକାଶ କରିଛନ୍ତି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା “ଓଡିଶାର ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ୍” ଉପରେ ଏକ ଉପସ୍ଥାପନା କରି ରାଜ୍ୟରେ ବିପୁଳ ପୁଞ୍ଜି ବିନିଯୋଗର ସୁଯୋଗକୁ ଆଲୋକପାତ କରିଛନ୍ତି। ସେହିପରି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଓଡିଶାରର ଭିତ୍ତିଭୂମି ଉପରେ ନିଜର ମତ ରଖିଥିଲେ।

Hemant Sharma Make in Odisha Sudhashree Dash ନବୀନ ପଟ୍ଟନାୟକ ସୁଧାଶ୍ରୀ ଦାସ ହେମନ୍ତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.