Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବହୁ ପ୍ରକଳ୍ପର ଉଦଘାଟନ ସହ ଦେଖିବେ ରଥଯାତ୍ରା
ଜାତୀୟ ଖବର

ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବହୁ ପ୍ରକଳ୍ପର ଉଦଘାଟନ ସହ ଦେଖିବେ ରଥଯାତ୍ରା

June 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବହୁ ପ୍ରକଳ୍ପର ଉଦଘାଟନ ସହ ଦେଖିବେ ରଥଯାତ୍ରା

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନ ର ଶୁଭାରମ୍ଭ କରାଇବେ।

ଏହା ସହିତ ମହିପୁର ଷ୍ଟେସନ ଠାରୁ ସେ 08429/08430 ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ କରାଇବା ସହିତ ବୋଲଗଡ ପାସେଞ୍ଜର ହଲଟ ଠାରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ।

ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ନୂତନ ଷ୍ଟେସନ ବିଲଡିଂର ଉଦଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସର LHB କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରାଇବେ। ଏହା ବ୍ୟତୀତ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀ ବିହାର ପାସେଞ୍ଜର ହଲଟର ନୂତନ ବିଲ୍ଡିଂର ଉଦଘାଟନ କରିବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ।

ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଏବଂ ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂଆଗାଁ ରୋଡ ଷ୍ଟେସନ ଠାରେ ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ ରେ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଗୁଡିକର ଶୁଭାରମ୍ଭ କରିବେ | ଏହି ସୁବିଧା ଗୁଡିକ ମଧ୍ୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍, ପନ୍ଦର ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଚ୍ଛାଦିତ ଆଶ୍ରୟସ୍ଥଳ, ଏକଜୁକେଟିଭ ଲାଉଞ୍ଜ, ମୋବାଇଲ୍ ଟିକେଟ୍ ସୁବିଧା, ବରିଷ୍ଠ ନାଗରିକ (ବୃଦ୍ଧ) / ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ସୁବିଧା, ଫୁଡ କୋର୍ଟ ଏବଂ ନିରାଶ୍ରୟ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି।

ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.