Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟ କାର୍ଯ୍ୟାଳୟରେ ‘ଅଭିଯୋଗ’ ଶୁଣିଲେ କେନ୍ଦ୍ରମନ୍ତ୍ରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ସକାଳେ କଟକ ସଦର ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ପହଂଚି ଥିଲେ।

ଏହାପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ରେଳ କ୍ରୀୟାନୁଷ୍ଠାନ କମିଟି, କାର୍ଯ୍ୟକର୍ତାଙ୍କଠାରୁ ‘ଅଭିଯୋଗ’ ଶୁଣିଲେ। ରେଳ, ଟେଲିକମ୍‌, ଆଇଟି ଆଦି ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଏବଂ ନୂତନ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିବା ସହ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଯୋଜନା ଓ କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ।

ଏଥିସହିତ ସେଗୁଡିକର ନିରାକରଣ ଏବଂ ତ୍ୱରିତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରତିବର୍ଷ ୨ କୋଟି ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ହାସଲ ହେବା ଦେଖାଯାଉଛି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ କହିଛନ୍ତି ଯେ, ଦେଶର ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ହୋଇଛି। ବିଗତ ଦଶନ୍ଧି ମଧ୍ୟରେ ଦେଶର ଉତ୍ପାଦନ ହ୍ରାସ ପାଇଥିଲା, କିନ୍ତୁ ମେକ୍ ଇନ୍ ଇଣ୍ଡିଆର ଶୁଭାରମ୍ଭ ମୋଡ଼ ବଦଳାଇଲା। ମେକ୍ ଇନ୍ ଇଣ୍ଡିଆକୁ ବିରୋଧୀ ବିରୋଧ କରିଥିଲେ, କିନ୍ତୁ ବର୍ତ୍ତମାନ ଏହାର ଭଲ ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି। ଆମେ ଖୁବ୍ ଶୀଘ୍ର ଏକ ଟ୍ରିଲିୟନ୍ ଡଲାର୍ ରପ୍ତାନି କରିବୁ। ରପ୍ତାନି ହେଉଛି ୭୬୨ବିଲିୟନ ଡଲାର। ଉତ୍ପାଦ ରପ୍ତାନି ହେଉଛି ୪୫୩ ବିଲିୟନ ଡଲାର ଯାହା ସେବା ତୁଳନାରେ ଅଧିକ। ଉତ୍ପାଦନ ରପ୍ତାନି ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିଥାଏ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆମେରିକା ଏବଂ ଜର୍ମାନୀ ଭଳି ଦେଶରେ ଉତ୍ପାଦନ କମ୍ ଆୟରୁ ଉଚ୍ଚ ଆୟକୁ ଆସିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗ୍ରାମାଞ୍ଚଳର ଲୋକମାନେ ଉତ୍ପାଦନ ଅଭିବୃଦ୍ଧିରୁ ଉପକୃତ ହୁଅନ୍ତି। ଯଦି ଆମେ ପ୍ରୋଭିଡେଣ୍ଟ ଫଣ୍ଡ (PF) ର ତଥ୍ୟକୁ ଦେଖିବା, ତେବେ ଏହା ଏକ ବର୍ଷରେ ୭୦ ଲକ୍ଷରୁ ୧ କୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଛି। ବାର୍ଷିକ ଦୁଇ କୋଟି ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ହାସଲ ହୋଇଥିବା ଜଣାପଡିଛି।

ସେ କହିଥିଲେ ଯେ, ପୂର୍ବରୁ ପେଟ୍ରୋଲ ଅଧିକ ରପ୍ତାନି ହେଉଥିଲା, କିନ୍ତୁ ଆଜି ଫାର୍ମାସ୍ୟୁଟିକାଲ୍ସ, ଲୁହା ୧୩ ଲକ୍ଷ କୋଟି ଏବଂ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ମୋବାଇଲ୍ ଫୋନ୍ ରପ୍ତାନି ଗତ ବର୍ଷ ୯୦ ହଜାର କୋଟିରୁ ୪ ଲକ୍ଷ କୋଟିକୁ ବୃଦ୍ଧି ପାଇବ। ଖେଳନା ରପ୍ତାନି ମଧ୍ୟ ଚାରି ହଜାର କୋଟିରେ ପହଞ୍ଚିଛି, ପୂର୍ବରୁ ସବୁ ଆମଦାନୀ ହେଉଥିଲା। ୨୦୨୫-୨୬ ସୁଦ୍ଧା ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଯିବା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଲୋକସଭା ପ୍ରାର୍ଥୀ ହେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!! ଖୋଜା ଚାଲିଛି ଜିତିବା ପରି ଆସନ

ନୂଆଦିଲ୍ଲୀ: ଓଡିଶାରୁ ଏଥର ଲୋକସଭା ନିର୍ବାଚନ ଲଢେଇ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ଯେଉଁମାନେ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି ସେମାନେ ସବୁ ଲୋକସଭା ଜିତି ଆସିବାକୁ କୁହାଯାଇଛି। ଏହି ନିଷ୍ପତି କୁଆଡେ ଆରଏସଏସ ନେଇଛି ବୋଲି ଜଣାପଡିଛି।

ଫଳରେ ଅଶ୍ବିନୀଙ୍କ ପରି ଯେତେ ରାଜ୍ୟସଭା ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ନଚେତ ୨୦୨୪ ରେ ସେମାନେ ଆଉ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦଳ ତରଫରୁ କୁଆଡେ ରୋକଠୋକ ଜଣାଇ ଦିଆଯାଇଛି। ଫଳରେ ଅଶ୍ବିନୀଙ୍କ ପରି ପ୍ରାୟ ୨୮ ଜଣ ରାଜ୍ୟସଭା ସଦସ୍ୟ ଏଥର ନିର୍ବାଚନ ଲଢିବାକୁ ବାଧ୍ୟ।

ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପିୟୁସ ଗୋଏଲ, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡଭିଆ, ଅଶ୍ବିନୀ ବୈଷ୍ଣବ, ହରଦୀପ ପୁରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ। ଏମାନଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀ ଥିବା ବେଳେ ୧୮ ଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏପରି ଅଘୋଷିତ ନିର୍ଦ୍ଦେଶନାମା ଜାରୀ ପରେ ଏହି ସୁବିଧାବାଦୀ ନେତାଙ୍କ ମୁଣ୍ଡବଥା ଆରମ୍ଭ ହୋଇଯାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ଉଭୟ ଓଡିଶାରୁ ଲୋକସଭା ପାଇଁ ଲଢେଇ କରିବେ। ତେବେ ପୂର୍ବରୁ ଧର୍ମେନ୍ଦ୍ର ଓଡିଶାରୁ ଛିଡା ହେବେ ବୋଲି ସ୍ପଷ୍ଟ ହୋଇସାରିଛି। ସେ ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଛିଡା ହେବେ ବୋଲି ସେଠାରେ ଏବେଠାରୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଅଡୁଆ ହେବ ନାହିଁ। ହେଲେ ଅଶ୍ବିନୀ ବୈଷ୍ଣବ ଯଦି ଛିଡା ହେବେ ସେ କେଉଁଠାରୁ ପ୍ରାର୍ଥୀ ହେବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସେ ଓଡିଶା ଲୋକ ନୁହଁନ୍ତି। ହେଲେ ଓଡିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଥିଲେ। ତେଣୁ ତାଙ୍କ ପାଇଁ କେଉଁ ସ୍ଥାନଟି ଜିତିବା ପାଇଁ ସୁବିଧା ହେବ ସେ ନେଇ ଦଳ ତରଫରୁ ଆସନ ଖୋଜା ଚାଲିଛି। ଏ ନେଇ କେନ୍ଦ୍ରକୁ ଜଣାଇବା ପାଇଁ କୁଆଡେ ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident Cause: ଭୟାବହ ଦୁର୍ଘଟଣାର କାରଣ ସଂପର୍କରେ କହିଲେ ରେଳମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟାବହ ଦୁର୍ଘଟଣା କିପରି ହେଲା ସେ ନେଇ ସାରା ବିଶ୍ବବାସୀ ଅନାଇ ରହିଛନ୍ତି। କାରଣ ତିନୋଟି ଟ୍ରେନ ମଧ୍ୟରେ ଧକ୍କା ସହିତ ଶହଶହ ଯାତ୍ରୀଙ୍କ ଜୀବନ ହାନି ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଚାରିଆଡେ ଚର୍ଚ୍ଚା ଏପରି ଏକ ବଡ ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ ଦାୟୀ କିଏ ?  ଏହି ପ୍ରଶ୍ନ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି।

ଏପରି କ୍ଷେତ୍ରରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ରେଳ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଇଲୋଟ୍ରୋନିକ ଇଣ୍ଟରଲିକିଂ ର ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଲା। ତେବେ ଏଥିପାଇଁ ଯିଏ ଦାୟୀ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏ ନେଇ ଅଧିକ ପଚରାଉଚୁରା କରାଯାଉଛି। ଖୁବ ଶିଘ୍ର ଏ ନେଇ ରିପୋର୍ଟ ଆସିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏ ନେଇ ରେଲବାଇ ପକ୍ଷରୁ ଯେଉଁ ତଦନ୍ତ ଚାଲିଥିଲା ତାହା ମଧ୍ୟ ଶେଷ ହୋଇଛି। ଏ ନେଇ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ପ୍ରକାଶ ପାଇବ। ସେଥିରେ ଜଣାପଡିବ ଯେ, ପ୍ରକୃତରେ ଏହି ଦୁର୍ଘଟଣାର କାରଣ କଣ। ଏଥିସହିତ ରେଳ କବଚ କଥା ଯାହା କୁହାଯାଉଛି ତାହା ସହିତ ଏହି ଦୁର୍ଘଟଣାର କୌଣସି ସଂପର୍କ ନାହିଁ।

ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ବର୍ତ୍ତମାନ ବାଲେଶ୍ବରରେ କ୍ୟାମ୍ପ କରି ରହିଛନ୍ତି। ସେଠାରେ ସେ ଯାତ୍ରୀ ଉଦ୍ଧାର କାର୍ଯ୍ୟ ସହିତ ବଗି ଉଠାଯିବା କାର୍ଯ୍ୟ ନିଜେ ତଦାରଖ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ ଚାଲିଛି। ଦିନରାତି କର୍ମଚାରୀମାନେ ମରାମତି କାମରେ ଲାଗିଛନ୍ତି। ଖୁବ ଶିଘ୍ର ଏହି ମରାମତି କାମ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମସ୍ତଙ୍କ ପାଇଁ ବଡ ସମସ୍ୟା ହୋଇଯାଇଛି। ଆଜି ଭୁବନେଶ୍ୱରକୁ ୧୬୦ଟି ମୃତଦେହକୁ ସ୍ଥାନାନ୍ତରିତ କରାଯାଇଛି। ଏମ୍ସ ସମେତ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଏହି ମୃତଦେହ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ପରିଚୟ ମିଳିନଥିବା ମୃତକଙ୍କ ଡିଏନଏ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

Categories
ଜାତୀୟ ଖବର ବିଶେଷ ଖବର

ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ପାଇବ ଓଡ଼ିଶା: ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଆଜି ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ। ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ପରେ ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୨ ରେ ଅଂଶଗ୍ରହଣ କରିଥିଲେ ଏବଂ ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ଇତ୍ୟାଦି ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ୨୦୧୪ ପୂର୍ବରୁ ଓଡିଶାକୁ କେବଳ ୮୩୦ କୋଟି ବଜେଟ୍ ଆବଣ୍ଟନ ମିଳୁଥିଲା। ଚଳିତ ବର୍ଷ ଓଡିଶା ପ୍ରାୟ ୧୦ ହଜାର କୋଟି ବଜେଟ୍ ଆବଣ୍ଟନ ପାଇଛି, ଯାହା ଆଶା ଠାରୁ ବହୁତ ଅଧିକ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୦୧୪ ପୂର୍ବରୁ ରାଜ୍ୟରେ ମାତ୍ର ୨୦ ରୁ ୨୫ କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା। ଗତ ବର୍ଷ ରାଜ୍ୟରେ ପ୍ରାୟ ୧୮୦ କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ ୫୫୦ କିଲୋମିଟର ରେଳ ଲାଇନ ବିକଶିତ କରାଯିବ। ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରେ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ୨୮ ଟି ଷ୍ଟେସନ୍ କୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି। ଖୁବ ଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଖୁବ୍ ଶୀଘ୍ର ରାଜ୍ୟରେ ୫-ଜି କନେକ୍ଟିଭିଟି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, ଆଣିଲା କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ

ଭୁବନେଶ୍ୱର : ଆଜି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମନ୍ତ୍ରୀ ରିତା ସାହୁଙ୍କ ଚିଠିର ଜବାବ ଦେଇ ରାଜ୍ୟ ସରକାର ପଦମପୁର ବରଗଡ ରେଳପଥ ନ ହେବାରେ ଦାୟୀ। ଏହି ଖବର ଆସିବା ପରେ ରେଳମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍‍ ୨୦୧୮ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍‍ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ ସର୍ଭେ କରିବାକୁ କହିଛି। ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ ଓଆରଆଇଡିଏଲ୍‍ ଏକ କମ୍ପାନୀ ଏବଂ ଏହା ବ୍ୟାଙ୍କଗୁଡିକରୁ ଟଙ୍କା ସଂଗ୍ରହ କରି ପ୍ରକଳ୍ପଗୁଡିକ କରିପାରିବ।

ଏହି ପ୍ରକଳ୍ପ ଲାଭଦାୟକ ନୁହେଁ ଏହା କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ୨୦୧୯ ରେଳବାଇ ଯେଉଁ ଚିଠି ଲେଖିଥିଲା ତାହାକୁ ଦେଖିବା ପରେ କେଉଁ ବ୍ୟାଙ୍କ ଟଙ୍କା ଦେବ? ବ୍ୟାଙ୍କଗୁଡିକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପାଣ୍ଠି ଯୋଗାନ୍ତି ଯେତେବେଳେ ବିନିଯୋଗରୁ ଲାଭ ମିଳିବାର ଥାଏ। ଯେହେତୁ ରେଳ ମନ୍ତ୍ରଣାଳୟର ଚିଠିରେ ଦର୍ଶାଯାଇଛି ଯେ ପଦମପୁର ରେଳଲାଇନ ଅସମ୍ଭବ, ତେଣୁ କୌଣସି ବ୍ୟାଙ୍କ ଓଆରଆଇଡିଏଲ୍‍ ପରି କମ୍ପାନୀକୁ ଏହି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବେ ନାହିଁ। ରେଳବାଇ କାହିଁକି ପଦମପୁରର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଉ ନାହିଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନାହିଁ। ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ ବୋଲି ଡକ୍ଟର ପାତ୍ର କହିବା ସହିତ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ରେଳଲାଇନ୍‍କୁ ମଞ୍ଜୁରୀ ମିଳିଥିବା ଭଳି ସୂଚନା ଦେଇ ରେଳବାଇ ଯେଭଳି ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

ରେଳବାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ନେଇଥିବା ୧ ଲକ୍ଷ କୋଟିର ୨୦% ମଧ୍ୟ ଦେଇନାହାନ୍ତି । ସମୟ ଆସିଛି, ଓଡିଶା ରେଳବାଇରୁ ତାହାର ଉପଯୁକ୍ତ ଅଂଶ ପାଇବା ଉଚିତ ଯେଉଁଥିରେ ଓଡିଶାର ଢେର ଯୋଗଦାନ ରହିଛି।

ବିଜେଡିର ଆନ୍ଦୋଳନ ଏବଂ ଚାପ ପରେ କେନ୍ଦ୍ର ବରଗଡ ଏବଂ ପଦମପୁରର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ କରିଛି। ବିଜେପି କ’ଣ ଚାହୁଁଛକି ପଦମପୁରବାସୀଙ୍କ ସ୍ୱାର୍ଥ ପାଇଁ ପଦମପୁର ରେଳ ପ୍ରକଳ୍ପ ମଞ୍ଜୁର କରିବାକୁ ବିଜୁ ଜନତା ଦଳ ପୁନର୍ବାର ଆନ୍ଦୋଳନ ଆରମ୍ଭ କରୁ? ପଦମପୁର ଏବଂ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର କାହିଁକି ଏଭଳି ଅବହେଳା ମନୋଭାବ ପୋଷଣ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବହୁ ପ୍ରକଳ୍ପର ଉଦଘାଟନ ସହ ଦେଖିବେ ରଥଯାତ୍ରା

ଭୁବନେଶ୍ବର: ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଞ୍ଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନ ର ଶୁଭାରମ୍ଭ କରାଇବେ।

ଏହା ସହିତ ମହିପୁର ଷ୍ଟେସନ ଠାରୁ ସେ 08429/08430 ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ କରାଇବା ସହିତ ବୋଲଗଡ ପାସେଞ୍ଜର ହଲଟ ଠାରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ।

ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ନୂତନ ଷ୍ଟେସନ ବିଲଡିଂର ଉଦଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସର LHB କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରାଇବେ। ଏହା ବ୍ୟତୀତ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀ ବିହାର ପାସେଞ୍ଜର ହଲଟର ନୂତନ ବିଲ୍ଡିଂର ଉଦଘାଟନ କରିବେ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ।

ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଏବଂ ଶ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂଆଗାଁ ରୋଡ ଷ୍ଟେସନ ଠାରେ ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ ରେ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଗୁଡିକର ଶୁଭାରମ୍ଭ କରିବେ | ଏହି ସୁବିଧା ଗୁଡିକ ମଧ୍ୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍, ପନ୍ଦର ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଚ୍ଛାଦିତ ଆଶ୍ରୟସ୍ଥଳ, ଏକଜୁକେଟିଭ ଲାଉଞ୍ଜ, ମୋବାଇଲ୍ ଟିକେଟ୍ ସୁବିଧା, ବରିଷ୍ଠ ନାଗରିକ (ବୃଦ୍ଧ) / ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ସୁବିଧା, ଫୁଡ କୋର୍ଟ ଏବଂ ନିରାଶ୍ରୟ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନ ଦୁର୍ଘଟଣାସ୍ଥଳ ତଦାରଖ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୃତ ସଂଖ୍ୟା ବୃଦ୍ଧି

କୋଲକାତା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଶ୍ଚିମବଙ୍ଗର ନୂତନ ଡୋମହାନି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଗତକାଲି ସଂଧ୍ୟାରେ ସେଠାରେ ଗୌହାଟୀ ବିକାନେର ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ମନ୍ତ୍ରୀ ଆହତ ଯାତ୍ରୀମାନଙ୍କୁ ଦେଖିବା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ।

ଜିଲ୍ଲା ମାଜିଷ୍ଟ୍ରେଟ ମୋଲମିତା ଗୋଦାରା ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ୟ 40 ଜଣ ଆହତ ହୋଇଛନ୍ତି। ଏହି ସମୟରେ ଏକ ଉଚ୍ଚ ସ୍ତରୀୟ ରେଳ ସୁରକ୍ଷା କମିଟକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କଟକ ଆଉ ବାଲେଶ୍ବରରେ ରହିଛି କାର୍ଯ୍ୟକ୍ରମ, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧରେ ସମୀକ୍ଷା କରିବେ ।

ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନ କୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ କୋଚ, ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ସହିତ ରାଜଧାନୀ କୋଚ ଚଳାଚଳକୁ ଭିଡିଓ କାନଫରେନସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଚଳ କରାଇ ଅଛି | ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ କହିଥିଲେ ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଏବଂ ହାତୀଆ ଠାରେ ଜନପ୍ରତିନିଧି ମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି ଅବସରରେ ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାରେ ରେଳ ପ୍ରକଳ୍ପ ସମ୍ପାଦନ ପାଇଁ ପାଣ୍ଠିର ଅଭାବ ନାହିଁ ଏବଂ କୌଣସି ପ୍ରକଳ୍ପ ପାଣ୍ଠିର ପ୍ରତିବନ୍ଧକ ପାଇଁ ବିଳମ୍ବ ହେବ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେବ। ସେ ମଧ୍ୟ ଖୋର୍ଦ୍ଧା ରୋଡ଼ -ବାଲାଙ୍ଗୀର ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ପ୍ରାରମ୍ଭିକ ଭାଷଣ ଓ ଧନ୍ଯବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପ୍ରଚାରକୁ ଆସିଲେ ନାହିଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅଛି କିଛି ଭିତିରି କାରଣ

ଭୁବନେଶ୍ବର: ଶେଷ ହେଲା ପିପିଲି ଉପନିର୍ବାଚନ। ଫଳାଫଳ କଣ ହେବ ତାହା ଭିନ୍ନ କଥା। ହେଲେ ଏହି ଉପନିର୍ବାଚନ ରାଜ୍ୟ ରାଜନୀତିରେ କେତେକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସେଥିରୁ ଗୋଟିଏ ହେଲା ଦେଶର ବଳିଷ୍ଠ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପିପିଲି ପ୍ରଚାରରେ ସାମିଲ ନ ହେବା।

ଅଶ୍ବିନୀ ନୂଆ ମନ୍ତ୍ରୀ ହେବା ପରେ ଏହି ପିପିଲି ଉପନିର୍ବାଚନ ଥିଲା ତାଙ୍କ ପାଇଁ ପ୍ରଥମ। ସେଥିପାଇଁ ତାଙ୍କ ନାମ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଥିଲା। ଏଥିସହିତ ଓଡିଶାର ଆଉ ଦୁଇମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ଥିଲା। ସେଥିରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ହେଲେ ଏହି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯାହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।

ଯେତେବେଳେ ବିଜେପିର ଷ୍ଟାର ପ୍ରଚାରକ ତାଲିକା ବାହାରିଲା ସେତେବେଳେ ଅଶ୍ବିନୀଙ୍କ ନାମକୁ ଦେଖି ପିପିଲିର ବିଜେପି କର୍ମୀ ବେଶ୍ ଉତ୍ସାହିତ ହୋଇପଡିଥିଲେ। କାରଣ ଥିଲା ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅପେକ୍ଷା ଲୋକେ ଅଶ୍ବିନୀ ବୈଷ୍ଣବଙ୍କୁ ଅଧିକ ପସନ୍ଦ କରୁଛନ୍ତି। ସେ ଆସିଲେ ପ୍ରଚାରର ନିଶ୍ଚିତ ଗୁରୁତ୍ବ ବଢିବ ବୋଲି କର୍ମୀମାନେ ଆଶା ରଖିଥିଲେ। ହେଲେ ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ତାହା ସମ୍ଭବ ହେଲା ନାହିଁ।

ଅଶ୍ବିନୀ ବୈଷ୍ଣବ ପିପିଲି ଉପନିର୍ବାଚନ ନ ଆସିବା ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ଆଲୋଚନା ଚାଲିଛି। ହେଲେ ପ୍ରକୃତ କଥା ହେଲା ଯେ ସେ ପ୍ରଚାରକୁ ଆସିଲେ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ବିରୋଧ କରିପାରିବେ ନାହିଁ। ଏପରି ଏକ ଅଡୁଆ ପରିସ୍ଥିତିରେ ପଡି ସେ ଏହି ପ୍ରଚାରକୁ ଆସିପାରିଲେ ନାହିଁ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଅଶ୍ବିନୀଙ୍କ ପାଇଁ ଆଉ ଏକ ଅସୁବିଧା ହେଲା ଯଦି କୌଣସି ଚାପରେ ଯଦି ସେ ପ୍ରଚାରରେ ଆସି ବିଜେଡି ବିରୋଧରେ କହିଥାଆନ୍ତେ ତେବେ ତାହାକୁ ଲୋକେ ଗ୍ରହଣ କରି ନ ଥାଆନ୍ତେ। କାରଣ ନବୀନଙ୍କ ଆର୍ଶିବାଦରେ ସେ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଛନ୍ତି। ତାଙ୍କ ବିରୋଧରେ କହିଥିଲେ ଲୋକେ ତାଙ୍କୁ ନିଶ୍ଚିତ ବିଶ୍ବାସଘାତକ ବୋଲି କହିବାକୁ ପଛେଇ ନଥାନ୍ତେ।

ଏସବୁ କାରଣ ନେଇ ଅଶ୍ବିନୀ ପିପିଲି ପ୍ରଚାରରୁ ନିଜକୁ ଦୂରେଇ ରଖିଲେ। ତେବେ ପ୍ରଶ୍ନ ଉଠୁଛି ଯେ, ସେ କେତେଦିନ ଏପରି ନିଜକୁ ଦୂରେଇ ରଖିବେ। କାରଣ ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଆସୁଛି। ଏପରି କ୍ଷେତ୍ରରେ ବିଜେପି କର୍ମି ଅଶ୍ବିନୀ ବୈଷ୍ଣବ ପ୍ରଚାର କରନ୍ତୁ ବୋଲି ଚାହିଁବେ। ସେତେବେଳେ ସେ କେତେ ଲୁଚି ରହିବେ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନ

ଭୁବନେଶ୍ବର, ଆଜି ହେଉଛି କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଜନ୍ମଦିନ। ସେ ରାଜସ୍ଥାନର ଯୋଧପୁରରେ 1970 ମସିହା ଜୁଲାଇ 18 ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ତେବେ ମୋଦି ମନ୍ତ୍ରୀମଣ୍ଡଳରେ ତିନୋଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବା ପରେ ସେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି।

1994 ବ୍ୟାଚ ଓଡିଶା କ୍ୟାଡରର ଏହି ଆଇଏଏସ ଅଧିକାରୀ ଓଡିଶାରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଭାବେ ପରିଚିତ ଅଶ୍ବିନୀ ଅଟଳବିହାରୀ ବାଜେପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଏହାପରେ ଆଇଏଏସ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇ କରର୍ପୋରେଟ ସେକ୍ଟରରେ କାମ କରୁଥିଲେ। ବର୍ତ୍ତମାନ ସେ ଦେଶରେ ଜଣେ ଶକ୍ତିଶାଳୀ ମନ୍ତ୍ରୀ ଭାବେ ପରିଚିତ ହୋଇପାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ରେଳ ପ୍ରକଳ୍ପ ସମୀକ୍ଷା କରି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ, ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଆଜି ରାତି 12 ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଛନ୍ତି। ବିଶେଷ କରି ଓଡିଶାର 25ଟି ରେଳ ପ୍ରକଳ୍ପ ଉପରେ ଏହି ସମୀକ୍ଷା ବୈଠକ କରିଥିଲେ।

ଆଜି ବିଭାଗୀୟ ଅଧିକାରୀଙ୍କୁ ଓଡିଶାର ରେଳ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଅଧିକାରୀମାନେ ସମସ୍ତ ରେକର୍ଡ ନେଇ ତାଙ୍କ ଅଫିସରେ ହାଜର ହୋଇଥିଲେ। ତେବେ ଏହି ସମୀକ୍ଷା ଶେଷ ହେବା ବେଳକୁ ରାତି 12 ବାଜି ଯାଇଥିଲା।