Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Train Accident Cause: ଭୟାବହ ଦୁର୍ଘଟଣାର କାରଣ ସଂପର୍କରେ କହିଲେ ରେଳମନ୍ତ୍ରୀ
ବିଶେଷ ଖବର

Train Accident Cause: ଭୟାବହ ଦୁର୍ଘଟଣାର କାରଣ ସଂପର୍କରେ କହିଲେ ରେଳମନ୍ତ୍ରୀ

June 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
TrainAccident
Train Accident Cause: ଭୟାବହ ଦୁର୍ଘଟଣାର କାରଣ ସଂପର୍କରେ କହିଲେ ରେଳମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ବାହାନଗାଠାରେ ହୋଇଥିବା ଭୟାବହ ଦୁର୍ଘଟଣା କିପରି ହେଲା ସେ ନେଇ ସାରା ବିଶ୍ବବାସୀ ଅନାଇ ରହିଛନ୍ତି। କାରଣ ତିନୋଟି ଟ୍ରେନ ମଧ୍ୟରେ ଧକ୍କା ସହିତ ଶହଶହ ଯାତ୍ରୀଙ୍କ ଜୀବନ ହାନି ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଚାରିଆଡେ ଚର୍ଚ୍ଚା ଏପରି ଏକ ବଡ ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ ଦାୟୀ କିଏ ?  ଏହି ପ୍ରଶ୍ନ ବର୍ତ୍ତମାନ ଚାରିଆଡେ ଘୁରି ବୁଲୁଛି।

ଏପରି କ୍ଷେତ୍ରରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ରେଳ ଦୁର୍ଘଟଣାର ଏକ ପ୍ରମୁଖ କାରଣ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଇଲୋଟ୍ରୋନିକ ଇଣ୍ଟରଲିକିଂ ର ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଲା। ତେବେ ଏଥିପାଇଁ ଯିଏ ଦାୟୀ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏ ନେଇ ଅଧିକ ପଚରାଉଚୁରା କରାଯାଉଛି। ଖୁବ ଶିଘ୍ର ଏ ନେଇ ରିପୋର୍ଟ ଆସିବ ବୋଲି ରେଳମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏ ନେଇ ରେଲବାଇ ପକ୍ଷରୁ ଯେଉଁ ତଦନ୍ତ ଚାଲିଥିଲା ତାହା ମଧ୍ୟ ଶେଷ ହୋଇଛି। ଏ ନେଇ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ପ୍ରକାଶ ପାଇବ। ସେଥିରେ ଜଣାପଡିବ ଯେ, ପ୍ରକୃତରେ ଏହି ଦୁର୍ଘଟଣାର କାରଣ କଣ। ଏଥିସହିତ ରେଳ କବଚ କଥା ଯାହା କୁହାଯାଉଛି ତାହା ସହିତ ଏହି ଦୁର୍ଘଟଣାର କୌଣସି ସଂପର୍କ ନାହିଁ।

ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ବର୍ତ୍ତମାନ ବାଲେଶ୍ବରରେ କ୍ୟାମ୍ପ କରି ରହିଛନ୍ତି। ସେଠାରେ ସେ ଯାତ୍ରୀ ଉଦ୍ଧାର କାର୍ଯ୍ୟ ସହିତ ବଗି ଉଠାଯିବା କାର୍ଯ୍ୟ ନିଜେ ତଦାରଖ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ ଚାଲିଛି। ଦିନରାତି କର୍ମଚାରୀମାନେ ମରାମତି କାମରେ ଲାଗିଛନ୍ତି। ଖୁବ ଶିଘ୍ର ଏହି ମରାମତି କାମ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମସ୍ତଙ୍କ ପାଇଁ ବଡ ସମସ୍ୟା ହୋଇଯାଇଛି। ଆଜି ଭୁବନେଶ୍ୱରକୁ ୧୬୦ଟି ମୃତଦେହକୁ ସ୍ଥାନାନ୍ତରିତ କରାଯାଇଛି। ଏମ୍ସ ସମେତ ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଏହି ମୃତଦେହ ରଖାଯିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ପରିଚୟ ମିଳିନଥିବା ମୃତକଙ୍କ ଡିଏନଏ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

trainaccident ରେଳମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.