Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫନି ରିଲିଫ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାନ କଲେ ଗୋଟିଏ ବର୍ଷର ଦରମା,ସୃଷ୍ଟି କଲେ ଏକ ଉଦାହରଣ
ବିଶେଷ ଖବର

ଫନି ରିଲିଫ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାନ କଲେ ଗୋଟିଏ ବର୍ଷର ଦରମା,ସୃଷ୍ଟି କଲେ ଏକ ଉଦାହରଣ

May 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha cm donate one year salary to cyclone victim
Odisha cm donate one year salary to cyclone victim

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସରକାରୀ ସ୍ତରରେ ବହୁ ବଡବଡ ନିଷ୍ପତି ନେଇ ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ଫନି ବାତ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରି ଜୀବନ ବଞ୍ଚାଇବା କାର୍ଯ୍ୟ କରି ବିଦେଶରୁ ପ୍ରସଂଶା ହାସଲ କରିଛନ୍ତି। ହେଲେ ବର୍ତ୍ତମାନ ବ୍ୟକ୍ତିଗତ ଭାବେ ଏକ ନିଷ୍ପତି କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ। ତାହା ହେଉଛି ମୁଖ୍ୟମନ୍ତ୍ରୀ ତାଙ୍କର ଗୋଟିଏ ବର୍ଷର ଦରମା ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ ସହାୟତା ଦେବା ପାଇଁ ଘୋଷଣା କରିବା। ଆଜି ପ୍ରଧାନ ମନ୍ତ୍ରୀ ଏକ ହଜାର କୋଟି କେନ୍ଦ୍ରୀୟ ସହାୟତା ଘୋଷଣା କରିବାର କିଛି ଘଣ୍ଟା ପରେ ନବୀନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଏକ ବର୍ଷର ଦରମା ଯାହା ହେବ ସେସବୁ ରିଲିଫ ଫଣ୍ଡକୁ ଦାନ କରିବେ। ଏପରି ଘୋଷଣା ପରେ ସାରା ରାଜ୍ୟ କାହିଁକି ଦେଶରେ ମଧ୍ୟ ନୂଆ ଉଦାହରଣ ସୃଷ୍ଟି କରିଛି। କାରଣ ପ୍ରାୟତଃ ସାଂସଦ ହୁଅନ୍ତୁ କିମ୍ବା ବଡ ବଡ ନେତା, ସେମାନେ ଏକ ମାସର ଦରମା ଏହି ବିପର୍ଯ୍ୟୟ ସମୟରେ ଦାନ କରିଥାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଥରକେ ଗୋଟିଏ ବର୍ଷର ଦରମା ପ୍ରଦାନ କରିବା ଜାତୀୟ ରାଜନୀତିରେ ଏକ ଉଦାହରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

cyclone naveen
Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Latest News

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.