Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂଘାତିକ ହେବାରେ ଲାଗିଛି ବାତ୍ୟା ପରର ସ୍ଥିତି, ଶନିବାର ସୁଦ୍ଧା ଭୁବନେଶ୍ବରରେ ସଂପୂର୍ଣ୍ଣ ବିଦ୍ୟୁତ ସଂଯୋଗ ଆଶା, ସବୁ କାମରେ ବାଧକ ସାଜିଛି ଟେଲିଫୋନ ଲାଇନ ଅଚଳ
ବିଶେଷ ଖବର

ସାଂଘାତିକ ହେବାରେ ଲାଗିଛି ବାତ୍ୟା ପରର ସ୍ଥିତି, ଶନିବାର ସୁଦ୍ଧା ଭୁବନେଶ୍ବରରେ ସଂପୂର୍ଣ୍ଣ ବିଦ୍ୟୁତ ସଂଯୋଗ ଆଶା, ସବୁ କାମରେ ବାଧକ ସାଜିଛି ଟେଲିଫୋନ ଲାଇନ ଅଚଳ

May 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bad situation in Odisha after Fani
Bad situation in Odisha after Fani

ସମୀକ୍ଷା ବ୍ୟୁରୋ

ବର୍ତ୍ତମାନ ଯାହା ଜଣାପଡୁଛି ଭୁବନେଶ୍ବରରେ ଆସନ୍ତା ଶନିବାର ସୁଦ୍ଧା ବିଦ୍ୟୁତ ସଂଯୋଗ ହେବାର ସମ୍ଭାବନା ନାହିଁ। କାରଣ ଭୁବନେଶ୍ବରକୁ ସଂଯୋଗ କରୁଥିବା କେଭି ଲାଇନର ଅବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି। ଶକ୍ତି ବିଭାଗର କର୍ମଚାରୀ ଏବଂ ଆନ୍ଧ୍ରରୁ ଆସିଥିବା କର୍ମଚାରୀ ପ୍ରଥମେ କେଭି ଲାଇନ ସଜାଡିବାରେ ବ୍ୟସ୍ତ ରହିଛନ୍ତି। ଫଳରେ ଭୁବନେଶ୍ବରର ସହରରେ ପଡିଥିବା ଖୁଣ୍ଟଗୁଡିକ ଏ ପର୍ଯ୍ୟନ୍ତ ସଜଡା ହୋଇପାରି ନାହିଁ। ବର୍ତ୍ତମାନ ଓଡିଶା ଏବଂ ଆନ୍ଧ୍ର ସରକାରଙ୍କ ପ୍ରାୟ 40 ହଜାର କର୍ମଚାରୀ କେବଳ ବିଦ୍ୟୁତ ସଜଡା କାମରେ ଲାଗିଛନ୍ତି ବୋଲି ଜଣାପଡିଛି। ଶକ୍ତି ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ପାଇଁ ଭୁବନେଶ୍ବରର ସହରର ଜରୁରୀ ସ୍ଥାନରେ ବିଦ୍ୟୁତ ସଂଯୋଗ ଦିଆସରିଛି। କ୍ୟାପିଟାଲ ହସପିଟାଲଠାରୁ ଆରମ୍ଭ କରି ସଚିବାଳୟ ଏବଂ ରାଜଭବନକୁ ବିଦ୍ୟୁତ ସଂଯୋଗ ସରିଛି। ହେଲେ ମୁଖ୍ୟ ରାସ୍ତା ଏବଂ ଘରୋଇ ବିଦ୍ୟୁତ ସଂଯୋଗ ଡେରି ହୋଇପାରି ବୋଲି କୁହାଯାଇଛି। ରାଜଧାନୀରେ ବିଭିନ୍ନ ଛକ ସ୍ଥାନରେ ଜରୁରୀ କାଳୀନ ଭାବେ ଆସ୍କ ଲାଇଟ ସଂଯୋଗ ପ୍ରଦାନ କରାଯାଇଛି। ଛକରେ ଗାଡି ଦୁର୍ଘଟଣାକୁ ରୋକିବା ପାଇଁ ଜେନେରେଟର ଦ୍ବାରା ପରିଚାଳିତ ଏହି ଲାଇଟ ଲାଗିଛି। ଏଜି ଛକରୁ କ୍ୟାପିଟାଲ ହସପିଟାଲ ପରି କେତେକ ରାସ୍ତାରେ ସୋଲାର ଷ୍ଟ୍ରିଟ ଲାଇଟ ଲଗାଯାଇଛି। ହେଲେ ଅନ୍ୟ 90 ଭାଗ ରାସ୍ତା ବର୍ତ୍ତମାନ ସୁଦ୍ଧା ଅନ୍ଧାର ଭିତରେ ରହିଛି।

ଶକ୍ତି ସଚିବ ହେମନ୍ତ ଶର୍ମା ସଚିବାଳୟରେ ସାମ୍ବାଦିକଙ୍କୁ ଦେଇଥିବା ବିବୃତି ଅନୁସାରେ ବର୍ତ୍ତମାନ ଫନି ବାତ୍ୟାରେ ଭୁବନେଶ୍ବରର ଶକ୍ତି ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଥମ ପର୍ଯ୍ୟାୟ ଆକଳନ ଅନୁସାରେ କେବଳ ଶକ୍ତି ବିଭାଗର 12 ଶହ କୋଟି ଟଙ୍କାର କ୍ଷତି ଘଟିଛି। ସଂପୂର୍ଣ୍ଣ ରିପୋର୍ଟ ଆସିଲେ ଏହି କ୍ଷତି ପରିମାଣ ତିନିଗୁଣା ହୋଇପାରେ ବୋଲି ଜଣାପଡିଛି। ପ୍ରାରମ୍ଭିକ ଆକଳନ ଅନୁସାରେ ଶକ୍ତି ବିଭାଗର ପ୍ରାୟ ଏକ ଲକ୍ଷ 56 ହଜାର ପୋଲ ଭାଙ୍ଗିଛି। ଚନ୍ଦକା, ମଞ୍ଚେଶ୍ବର ପରି ବଡବଡ ପାୱାର ହାଉସ ଭାଙ୍ଗି ଚୁରମାର ହୋଇଯାଇଛି। ମୁଖ୍ୟତଃ ଭୁବନେଶ୍ବର ଏବଂ ପୁରୀରେ ଶକ୍ତି ବିଭାଗର ବ୍ୟାପକ କ୍ଷତି ଘଟିଛି। ପୁରୀରେ ବିଦ୍ୟୁତ ସଂଯୋଗ ଆହୁରି ଡେରି ହେବ ବୋଲି ଜଣାପଡିଛି। ଶକ୍ତି ବିଭାଗର ଆକଳନ ଅନୁସାରେ ପୁରୀରେ ଯେଉଁ କ୍ଷତି ହୋଇଛି ତାହା ଆଉ ଥରେ ସଜାଡା ହେବାର ସ୍ଥିତିରେ ନାହିଁ। ପୁରୀରେ ପୁଣି ଥରେ ନୂଆ କାମ କରାଯିବ ବୋଲି ଶକ୍ତି ସଚିବ କହିଛନ୍ତି। ଏହି ଦୁଇଟି ସହର ଛାଡି ଦେଲେ ଅନ୍ୟ ସ୍ଥାନରେ କିଛି କିଛି କ୍ଷତି ହୋଇଛି। କଟକ, ଯାଜପୁର, ଭଦ୍ରଖ, ବାଲେଶ୍ବର ପରି କେତେକ ସହରରେ ମଧ୍ୟ ଆଂଶିକ କ୍ଷୟକ୍ଷତି ଘଟିଛି। ତେବେ କଟକରେ ବିଦ୍ୟୁତ ସଂଯୋଗ ଡେରି ହୋଇପାରେ। ହେଲେ ଅନ୍ୟ ସହରରେ ଦୁଇଦିନ ମଧ୍ୟରେ ସଂପୂର୍ଣ୍ଣ ସଂଯୋଗ କରାଯିବ ବୋଲି ଶକ୍ତି ବିଭାଗ କହିଛି।

ବିଦ୍ୟୁତ ସଂଯୋଗ ନ ହେବା ଦ୍ବାରା ବର୍ତ୍ତମାନ ପାଣି ପାଇଁ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ସେଥିପାଇଁ ମୁଖ୍ୟତଃ ମୁଣ୍ଡଳିରେ ଥିବା ପାଣିଟାଙ୍କିର ଜେନେରେଟର ଖରାପ ହେବାରୁ ବିଭାଗ ତରଫରୁ ହେଲିକାପ୍ଟରେ ଆଉ ଏକ ଜେନେରଟର ପଠାଯାଇ ଜଳ ଯୋଗାଣ କରାଯାଇଛି। ହେଲେ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ସପ୍ଲାଇ ପାଣି ବନ୍ଦ ଯୋଗୁଁ ଏହି ସମସ୍ୟା ବଢିବାରେ ଲାଗିଛି। ଟ୍ୟାଙ୍କରରେ ପାଣି ଯୋଗାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ସେଠାରେ ବାଡିଆପିଟା ପରି ପରିସ୍ଥିତି ଉପୁଜିବାରେ ଲାଗିଛି। ବାତ୍ୟା ସମୟରେ ଲୋକଙ୍କୁ ସ୍ଥାନାନ୍ତର କରି ମୃତାହତ ସଂଖ୍ୟା କମାଇ ଦେଲେ ସତ ହେଲେ ବାତ୍ୟା ପରର ପରିସ୍ଥିତି ବର୍ତ୍ତମାନ ଅଣଆୟତ ହେବାରେ ଲାଗିଛି।

afterfani
Share. Facebook Twitter LinkedIn Email WhatsApp Copy Link

Related Posts

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ  କାର୍ଯ୍ୟକ୍ରମ ସମୀକ୍ଷା କଲେ ଅନୁ ଗର୍ଗ

October 11, 2025

Nuapada ByElection: ଜୟ ଢୋଲକିଆ ବିଜେପିରେ ମିଶିବା ପରେ କଣ କହିଲା ବିଜେଡି ଜାଣନ୍ତି ?

October 11, 2025

ନୂଆପଡା ଉପନିର୍ବାଚନର ନୂଆ ମୋଡ, ବିଜେପିରେ ମିଶିଲେ ଜୟ ଢୋଲକିଆ, ‘ଦ ସମୀକ୍ଷା’ ର ଆକଳନ ହେଲା ସତ

October 11, 2025
Latest News

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025

ଆଇନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ଲେଷଣାତ୍ମକ ଓ ସୂକ୍ଷ୍ମଦର୍ଶୀ ହେବା ଆବଶ୍ୟକ: ନ୍ୟାୟମୂର୍ତ୍ତି କ୍ରିଷ୍ଣା ଶ୍ରୀପଦ ଦୀକ୍ଷିତ

October 11, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025

ସମୁଦ୍ରରେ ବୁଡି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଦୁଇ ଗୃହରକ୍ଷୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.