Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ- ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’
ଜାତୀୟ ଖବର

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୭୫ ଦିନିଆ- ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’

July 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍‌ ୧୫ ଜୁଲାଇ ୨୦୨୨ ଠାରୁ ୭୫ ଦିନିଆ – ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଅନ୍ତର୍ଗତ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ବୁଷ୍ଟର ଡୋଜ୍‌ ଟିକା ଦିଆଯିବ। ଆଜାଦୀ କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶବିଶେଷ ସ୍ୱରୂପ ଏହି ସ୍ୱତନ୍ତ୍ର କୋଭିଡ ଟିକାକରଣ ଅଭିଯାନକୁ ‘ମିଶନ୍‌ ମୋଡ’ରେ କାର୍ଯ୍ୟକାରୀ କରାଯିବ। ସବୁ ଯୋଗ୍ୟ ନାଗରିକମାନଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍‌ ଟିକା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ବିଶେଷ ଅଭିଯାନ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏଥିପାଇଁ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସଚିବ ଏବଂ ଏନଏଚଏମ ଏମଡିମାନଙ୍କୁ ନେଇ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦେବା ଏବଂ ସେମାନଙ୍କୁ ବୁଷ୍ଟର ଡୋଜ୍‌ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ଏକ ବ୍ୟାପକ ଏବଂ ମହତ୍ବାକାଂକ୍ଷୀ ପୂର୍ଣ୍ଣ କୋଭିଡ ୧୯ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିବେଦନ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ୧୮ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ହିତାଧିକାରୀମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ପ୍ରତିଶତ ଖୁବ୍‌ କମ୍‌ (୮%) ରହିଛି। ସେହିପରି ୬୦ ବର୍ଷ ଏବଂ ତଦୁର୍ଦ୍ଧ୍ବ ବୟସର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହା ମାତ୍ର ୨୭% ରହିବା ଚିନ୍ତାର ବିଷୟ। ୧୮ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ୍‌ ଦେବା ଲାଗି ଭାରତ ସରକାର ଏକ ସ୍ୱତନ୍ତ୍ର ଅଭିଯାନ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’ ଆରମ୍ଭ କରିଛନ୍ତି। ଏହି ଅଭିଯାନ ୧୫ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୫ ଦିନ ଧରି ଜାରି ରହିବ। ୧୮ ବର୍ଷରୁ ଅଧିକ ସବୁ ବ୍ୟକ୍ତି ଯେଉଁମାନେ ଦ୍ବିତୀୟ ଡୋଜ୍‌ ଟିକା ନେବାର ୬ ମାସ (୨୬ ସପ୍ତାହ) ପୂରଣ କରିସାରିଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ନେବା ଲାଗି ଯୋଗ୍ୟ ହୋଇପାରିବେ।

୭୫ ଦିନିଆ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’କୁ ଏକ ‘ଜନ ଅଭିଯାନ’ ଆକାରରେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ନିବେଦନ କରାଯାଇଛି। ଏଥିପାଇଁ ବ୍ୟାପକ ଜନ ସଚେତନତା ଏବଂ ଶିବିର ଆୟୋଜନ ଆଭିମୁଖ୍ୟ ନେଇ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଉତ୍ତରାଖଣ୍ଡର ଚାରଧାମ ଯାତ୍ରା, ଜମ୍ମୁ କଶ୍ମୀର ଅମରନାଥ ଯାତ୍ରା, ଉତ୍ତର ଭାରତର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାଉଁରିଆ ଯାତ୍ରା ସହିତ ସବୁ ବଡ଼ ମେଳା ଏବଂ ଜନସମାରୋହ ସ୍ଥଳୀରେ ବିଶେଷ ଟିକାକରଣ ଶିବିର ଆୟୋଜନ ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟାଳୟ ପରିସର (ସରକାରୀ ଏବଂ ଘରୋଇ), ଶିଳ୍ପ ପ୍ରତିଷ୍ଠାନ, ରେଳ ଷ୍ଟେସନ, ଆନ୍ତଃରାଜ୍ୟ ବସ୍‌ ଷ୍ଟାଣ୍ଡ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟସ୍ଥଳୀ ଟିକାକରଣ ଶିବିର ଆୟୋଜନ ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି। ଏପରି ସବୁ ବିଶେଷ ଟିକାକରଣ ଶିବିରରେ କୋୱିନ ଜରିଆରେ ବାଧ୍ୟତାମୂଳକ ଭାବେ ଟିକାକରଣ କରାଯିବ ଏବଂ ଟିକାକରଣ ପ୍ରମାଣପତ୍ର ଯୋଗାଇ ଦିଆଯିବ।

ଏହି ଅଭିଯାନକୁ ସଫଳ କରିବା ଲାଗି ଜିଲ୍ଲା/ବ୍ଲକ/ସିଭିସି ସ୍ତରରେ ମହତ୍ବାକାଂକ୍ଷୀ ଟିକାକରଣ ଅଧିବେଶନ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସବୁ ଯୋଗ୍ୟ ଜନସଂଖ୍ୟାଙ୍କୁ ଯେପରି ବୁଷ୍ଟର ଡୋଜ୍‌ ଟିକା ଦିଆଯିବ ତାହା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଛାପା, ବୈଦ୍ୟୁତିକ, ସାମାଜିକ ଏବଂ ଅନ୍ୟ ଗଣମାଧ୍ୟମ ଜରିଆରେ ଏହି ଅଭିଯାନ ସମ୍ପର୍କରେ ଆଗୁଆ ବ୍ୟାପକ ସଚେନତା ସୃଷ୍ଟି କରିବା ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଛି। ରାଜ୍ୟ ସ୍ତରରେ ଅଭିଯାନର ପ୍ରଗତି ସମ୍ପର୍କରେ ନିୟମିତ ସମୀକ୍ଷା କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ ଅନୁରୋଧ କରାଯାଇଛି।

ଉପଲବ୍ଧ କୋଭିଡ ଟିକାର ଡୋଜ୍‌କୁ ଠିକ୍‌ ସମୟରେ ଉପଯୋଗ କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ସରକାରୀ କିମ୍ବା ଘରୋଇ କେନ୍ଦ୍ରରେ କୋଭିଡ ଟିକା ଯେପରି ନଷ୍ଟ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। କୋଭିଡ ଟିକା ଏକ ଗୁରୁତ୍ବପୂର୍ଣ୍ଣ ଜାତୀୟ ସମ୍ବଳ ହୋଇଥିବାରୁ ୭୫ ଦିନର ସ୍ୱତନ୍ତ୍ର ଅଭିଯାନ ପାଇଁ ଯୋଗ୍ୟ ଜନସଂଖ୍ୟା ସମୂହଙ୍କ ଟିକାକରଣ ଆବଶ୍ୟକତା ଆକଳନ କରିବା ସହିତ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଲାଗି ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି।

ଏହାଫଳରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ସଂଖ୍ୟାରେ କୋଭିଡ ଟିକାର ଡୋଜ୍‌ ଯୋଗାଇ ଦିଆଯାଇ ପାରିବ। ଏହି ଟିକାକରଣ ଅଭିଯାନରେ ପ୍ରଥମ ଏକ୍ସପାଏରୀ, ପ୍ରଥମ ଆଉଟ୍‌ ନୀତି କାର୍ଯ୍ୟକାରୀ କରାଯିବ।

ଅମୃତ ମହୋତ୍ସବ କୋଭିଡ ଟିକାକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026

ସ୍ପିନର ନା ପେସର?: କାହାକୁ ସହାୟକ ହେବ କଲମ୍ବୋ ପିଚ୍ 

August 21, 2026

ରକ୍ଷାବନ୍ଧନରେ ୪ ହଜାର ଟଙ୍କା ପାଇବେ ଚାଷୀ?: ଜାଣନ୍ତୁ ସତ୍ୟତା

August 21, 2026
Latest News

ସ୍ବର୍ଗତ କବି ରମାକାନ୍ତ ରଥଙ୍କ ପତ୍ନୀ ଶାନ୍ତିଲତା ରଥଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

August 21, 2026

ଜିଲ୍ଲାସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

August 21, 2026

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026

କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯ୍ୟାତନା ଅଧିନିୟମ ୨୦୧୩ କର୍ମଶାଳା

August 21, 2026

ରେଢ଼ାଖୋଲରେ ବିଦ୍ୟୁତ ତାର ଚୋରି ରାକେଟର ପର୍ଦ୍ଦାଫାସ: ୧୨ ଗିରଫ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.