Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିବ ଜମି, ଖୋର୍ଦ୍ଧା ବରୁଣେଇରେ ଦିଆଯିବ ୯.୬୮ ଏକର ଜମି
ଜାତୀୟ ଖବର

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିବ ଜମି, ଖୋର୍ଦ୍ଧା ବରୁଣେଇରେ ଦିଆଯିବ ୯.୬୮ ଏକର ଜମି

July 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଶେଷରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯିବ । ଏଥିପାଇଁ ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ପୂର୍ବରୁ ଏହି ଜମି ଯୋଗାଇ ଦିଆଯାଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଅଭିଯୋଗ କରାଯାଉଥିଲା। ରାଜ୍ୟ ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗାଇ ଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ। ହେଲେ ତାହା ବିଭିନ୍ନ କାରଣରୁ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ବର୍ତ୍ତମାନ ଏହି ଜମିକୁ ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ହସ୍ତାନ୍ତର କରିବେ।

ଆଜି ରାଜ୍ୟ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗୃହକୁ ଅବଗତ କରାଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକ ସ୍ମାରକୀ ଜମି ଆବଣ୍ଟନ ସହିତ ରାୟଗଡା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବ ବୋଲି ନିଷ୍ପତି ହୋଇଛି । କାରଣ ସେଠାରେ ଯେପରି ଝାଡାବାନ୍ତି ରୋଗ ବ୍ୟାପିବାରେ ଲାଗିଛି ଏହି ପ୍ରକଳ୍ପର ଅବଶ୍ୟକତାକୁ ଉପଲବ୍ଧ କରି କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ରାୟଗଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡାର ୨ଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୫ ହଜାର ୪୦୪ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ସେହିପରି ଶ୍ରଦ୍ଧାଳଙ୍କ ପାଇଁ ପୁରୀ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ୧୩୫ କୋଟି ୬୦ ଲକ୍ଷ ଟଙ୍କାକୁ କ୍ୟାବିନେଟ ସ୍ବୀକୃତି ଦେଇଛନ୍ତି । ଏଥିରେ ଅବଢା ପରିଯୋଜନାରେ ଭକ୍ତଙ୍କ ପାଇଁ କମ ମୂଲ୍ୟର ରହଣି ସୁବିଧା କରାଯିବ। ବିଶେଷ ଭାବରେ ବରିଷ୍ଠ ନାଗରିକ ଏହା ଦ୍ବାରା ବେଶ୍ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ନିଷ୍ପତି ହୋଇଛି।

ସେହିପରି ନୂତନ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ନିତି 2022 କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

cabinet meeting Odisha Cabinet Meeting କ୍ୟାବିନେଟ ବୈଠକ ଖୋର୍ଦ୍ଧା ବରୁଣେଇ ନବୀନ ପଟ୍ଟନାୟକ ପାଇକ ବିଦ୍ରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026
Latest News

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

May 29, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026

ବାରଙ୍ଗରୁ ହଟିଲା ରାସ୍ତା ଅବରୋଧ

May 29, 2026

ଜିଏମୟୁ ଇତିହାସ ବିଭାଗ ପକ୍ଷରୁ ଭୀମ ମଣ୍ଡଳୀକୁ ଶିକ୍ଷାଗତ ଐତିହ୍ୟ ପରିଦର୍ଶନ

May 29, 2026

ଯୌତୁକ ନିର୍ଯାତନା ମାମଲାରେ କଡ଼ା ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

May 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.