Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିିକି ସାଧାରଣ ଅଭିଯୋଗ କଲେ ଆଉ ୪୫ ଦିନ ନୁହେଁ. ୩୦ ଦିନରେ ହେବ ସମାଧାନ
ଜାତୀୟ ଖବର

ଏଣିିକି ସାଧାରଣ ଅଭିଯୋଗ କଲେ ଆଉ ୪୫ ଦିନ ନୁହେଁ. ୩୦ ଦିନରେ ହେବ ସମାଧାନ

August 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଡକ୍ଟର ଜିତେନ୍ଦ୍ର ସିଂ
ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ , ରାଷ୍ଟ୍ରମନ୍ତ୍ରୀ ଭୂବିଜ୍ଞାନ, ପିଏମଓ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି।

ସର୍ବନିମ୍ନ ସମୟ ମଧ୍ୟରେ ଅଭିଯୋଗକାରୀଙ୍କ ସନ୍ତୋଷ ମୁତାବକ ସମାଧାନ ପାଇଁ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଗୁରୁତ୍ୱକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି)ଙ୍କ ଦ୍ୱାରା ଜାରି ଓଏମ ଅନୁଯାୟୀ ନାଗରିକଙ୍କଠାରୁ ମିଳିଥିବା ଅଭିଯୋଗ ସମାଧାନ ନହେବା ଯାଏଁ ବନ୍ଦ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ବର୍ଷ, ଡିଏଆରପିଜି ସାଧାରଣ ଅଭିଯୋଗ ସମାଧାନର ସମୟସୀମା ସର୍ବାଧିକ ୪୫ ଦିନରୁ ୩୦ ଦିନକୁ ହ୍ରାସ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ ସାଧାରଣ ଅଭିଯୋଗ ସମାଧାନ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ୱୟନ ସହ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପ୍ରଶାସନିକ ସଂସ୍କାର ଆଣି ନାଗରିକ ସନ୍ତୁଷ୍ଟି ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ବିଭିନ୍ନ ମାସିକ ପ୍ରଗତି (ସକ୍ରିୟ ପ୍ରଶାସନ ଓ ସମୟୋଚିତ କାର‌୍ୟ୍ୟାନ୍ୱୟନ) ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନିଜେ ସାଧାରଣ ଅଭିଯୋଗର ସ୍ଥିତି ସମୀକ୍ଷା କରୁଥିବା ମନ୍ତ୍ରୀ କହିଛନ୍ତି।

ଜନ ସନ୍ତୁଷ୍ଟି ଓ ଅଭିଯୋଗର ସମୟୋଚିତ ସମାଧାନ ଏହି ଦୁଇଟି କାରଣ ପାଇଁ ୨୦୧୪ରେ ଏହି ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଅଭିଯୋଗ ମାମଲା ୧୦ ଗୁଣ ବୃଦ୍ଧି ହୋଇଛି ଓ ଏହା ସରକାରଙ୍କ ଉପରେ ନାଗରିକଙ୍କ ଆସ୍ଥାକୁ ପ୍ରତିଫଳିତ କରୁଛି। ୨୦୧୪ରେ ସାଧାରଣ ଅଭିଯୋଗ ସଂଖ୍ୟା ୨ ଲକ୍ଷ ଥିଲା ବେଳେ ୯୫ ପ୍ରତିଶତରୁ ଅଧିକ ମାମଲା ସମାଧାନ ସହ ଏବେ ଏହା ୨୨ ଲକ୍ଷରୁ ଅଧିକରେ ପହଞ୍ଚିଛି। ଧାଡିର ଶେଷରେ ଥିବା ବ୍ୟକ୍ତିଙ୍କ ନିକଟରେ ଜନକଲ୍ୟାଣକାରୀ ଯୋଜନାଗୁଡିକର ସୁଫଳ ପହଞ୍ଚାଇବା ମୋଦୀ ସରକାରଙ୍କ ମୂଳ ମନ୍ତ୍ର ବୋଲି ମନ୍ତ୍ରୀ କହିଛନ୍ତି।

ସଦ୍ୟତମ ଆଦେଶ ଅନୁଯାୟୀ ସିପିଜିଆରଏଏମଏସରେ ପ୍ରାପ୍ତ ଅଭିଯୋଗ ସର୍ବାଧିକ ୩୦ଦିନ ସମୟସୀମା ମଧ୍ୟରେ ସମାଧାନ ହେବ ଓ ମାମଲା ବିଚାରାଧୀନ/ନୀତିଗତ ସମସ୍ୟା ଆଦି କାରଣରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗ ସମାଧାନ ନହେଲେ ନାଗରିକଙ୍କୁ ଅନ୍ତରୀଣ/ଉପଯୁକ୍ତ ଜବାବ ପ୍ରଦାନ କରାଯିବ। ଅଭିଯୋଗଗୁଡିକରଯଥାଶୀଘ୍ର ସମାଧାନ ପାଇଁ ସରକାର ପ୍ରୟାସ ଜାରି ରଖିଥିବାରୁ ନାଗରିକ କୈନ୍ଦ୍ରିକ ପ୍ରଶାସନକୁ ଆଗେଇ ନେବାରେ ଏହା ସହାୟକ ହେବ।

ସିପିଜିଆରଏଏମଏସ ୭.୦ ଦ୍ୱାରା ଅଭିଯୋଗ ସ୍ୱୟଂଚାଳିତ ଭାବେ ଡିଜିଟାଲ ଡ୍ୟାସବୋର୍ଡ ମାଧ୍ୟମରେ ଅଧିକ ତଥ୍ୟ ସହ ବରିଷ୍ଠ ଅଭିଯୋଗ ସମାଧାନ ଅଧିକାରୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବ। ୨୦୨୧ରେ ପ୍ରାୟ ୩୦,୨୩,୮୯୪ ଅଭିଯୋଗ ମିଳିଥିବା ବେଳେ (ସେଥିରୁ ୨୧,୩୫,୯୨୩ ସମାଧାନ ହୋଇଛି) ୨୦୨୦ରେ ୩୩,୪୨,୮୭୩ (୨୩,୧୯,୫୬୯ ସମାଧାନ ହୋଇଛି) ଓ ୨୦୧୯ରେ ୨୭,୧୧,୪୫୫ (୧୬,୩୯,୮୫୨ ସମାଧାନ) ଅଭିଯୋଗ ମିଳିଛି।

ସଦ୍ୟତମ ନିର୍ଦ୍ଦେଶରେ ଡିଏଆରପିଜି ସମସ୍ତ ବିଭାଗରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରି ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ସେମାନଙ୍କୁ କ୍ଷମତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସାଧାରଣ ଅଭିଯୋଗ ସଂଖ୍ୟା ଆଧାରରେ ନୋଡାଲ ଅଭିଯୋଗ ସମାଧାନ ଅଧିକାରୀଙ୍କ ସାମଗ୍ରିକ ତତ୍ତ୍ୱାବଧାନରେ ଆବଶ୍ୟକ ସଂଖ୍ୟକ ଜିଆରଓ ନିଯୁକ୍ତ ହୋଇପାରିବେ। ଅଭିଯୋଗ ସମାଧାନ ପରେ ନାଗରିକମାନେ ସେମାନଙ୍କ ମତାମତ ଦେଇପାରିବେ, ଅପିଲ ଦାଖିଲ କରିପାରିବେ, ସମାଧାନର ଗୁଣବତ୍ତା ସମ୍ପର୍କରେ ମତାମତ ଦେଇପାରିବେ, ବର୍ହିମୁଖୀ କଲସେଣ୍ଟର ଆରମ୍ଭ କରାଯାଇପାରିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ନାଗରିକମାନଙ୍କୁ କଲସେଣ୍ଟର ତରଫରୁ ମତାମତ ପାଇଁ ଯୋଗାଯୋଗ କରାଯିବ।

ଅଭିଯୋଗ ସମାଧାନରେ ସନ୍ତୁଷ୍ଟ ନହେଲେ ନାଗରିକମାନଙ୍କୁ ଅପିଲ ଫାଇଲ କରିବାକୁ ସୁଯୋଗ ପ୍ରଦାନ କରାଯିବ ଓ କଲସେଣ୍ଟର ଦ୍ୱାରା ନାଗରିକମାନଙ୍କ ଠାରୁ ସଂଗୃହୀତ ମତାମତ ମନ୍ତ୍ରାଳୟ କିମ୍ବା ମତାମତ ସହ ସମ୍ପର୍କିତ ବିଭାଗକୁ ଜଣାଇ ଦିଆଯିବ ଓ ବ୍ୟବସ୍ଥାଗତ ଉନ୍ନତି କରାଯିବ।

ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା, ଅଭିଯୋଗ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରାଳୟ/ବିଭାଗୀୟ ସଚିବ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ ଅଭିଯୋଗ ସମାଧାନ ପ୍ରକ୍ରିୟା ସମୀକ୍ଷା କରିବେ ବୋଲି ଡିଏଆରପିଜି ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ମନ୍ତ୍ରାଳୟ/ବିଭାଗଗୁଡିକ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ଅଭିଯୋଗଗୁଡିକୁ ନୀରିକ୍ଷଣ କରିବେ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

କ୍ରିତି ସାନନଙ୍କୁ ସମର୍ଥନ କଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କ’ଣ କହିଲେ କଂଗ୍ରେସ ନେତା?

August 25, 2026

“ସଂଖ୍ୟାଗୁଡ଼ିକ ଚିନ୍ତାଜନକ”: SIR ଉପରେ ପ୍ରଶ୍ନ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

August 25, 2026

ଯୁଦ୍ଧ ସମୟରେ କ୍ଷେପଣାସ୍ତ୍ରର ଅଭାବ ରହିବ ନାହିଁ: ବଡ଼ ନିଷ୍ପତ୍ତି ନେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

August 25, 2026
Latest News

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

August 25, 2026

ସେପ୍ଟେମ୍ବର ୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.