Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୁର୍ଲା ଭିସୁଟ ବିକାଶ ପାଇଁ ଏକ ହଜ଼ାର କୋଟି ଟଙ୍କାର ବ୍ୟୟ ଅଟକଳ, ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ
ଜାତୀୟ ଖବର

ବୁର୍ଲା ଭିସୁଟ ବିକାଶ ପାଇଁ ଏକ ହଜ଼ାର କୋଟି ଟଙ୍କାର ବ୍ୟୟ ଅଟକଳ, ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

August 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୁର୍ଲା ଭିସୁଟ ବିକାଶ ପାଇଁ ଏକ ହଜ଼ାର କୋଟି ଟଙ୍କାର ବ୍ୟୟ ଅଟକଳ, ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।

ଭିସୁଟ ରାଜ୍ୟର ଏକ ଅଗ୍ରଣୀ ଇଂଜିନିୟରିଂ କଲେ ଭାବେ ସାରା ଦେଶରେ ସୁଖ୍ୟାତି ରହିଛି।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଭିସୁଟ ଯାଇ ବିଶ୍ୱବିଦ୍ୟାଳୟର ଏକାଡେମୀ ବ୍ଲକରେ  ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ପ୍ରେକ୍ଷାଳୟ, ପୁଲହ ଓ ବଶିଷ୍ଠ ହଲ ପରିଦର୍ଶନ କରିଥିଲେ। ଏହି ଦଳ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବୁର୍ଲା ଭିସୁଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଏହା ଯେପରି ଦେଶର ଶ୍ରେଷ୍ଠ ଅନୁଷ୍ଠାନ ହେବ ସେହିପରି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିଷ୍ପତି କରାଯାଇଛି।

ଏହି ପରିଦର୍ଶନ ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା ପ୍ରକଳ୍ପ ସବୁ ଉପସ୍ଥାପନା କରିଥିଲେ। ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଶିଳ୍ପ ଭିତକି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ। ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ଲୁଇସ ବାଳିକା ବିଦ୍ୟାଳୟ  ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ଆଲମ୍ୟୁନିଙ୍କ ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।

V K Pandiyan ନବୀନ ପଟ୍ଟନାୟକ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳ ବୁର୍ଲା ଭି.କେ ପାଣ୍ଡିୟାନ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026
Latest News

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.