Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟିତ
ବିଶେଷ ଖବର

କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟିତ

September 10, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର-ରାଜ୍ୟ ବିଜ୍ଞାନ ବୈଠକକୁ ଅହମ୍ମଦାବାଦଠାରେ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ବୈଠକ ସବକା ପ୍ରୟାସର ଏକ ସ୍ପଷ୍ଟ ଉଦାହରଣ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ହେଉଛି ସେହି ଶକ୍ତି ଯାହା ଏକବିଂଶ ଶତାବ୍ଦୀ ଭାରତର ବିକାଶରେ ସହାୟକ ହେଉଛି ଓ ଏହି ଶକ୍ତି ପ୍ରତ୍ୟେକ ଅଞ୍ଚଳ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛି। ଆଜି ଭାରତ ଯେତେବେଳେ ଚତୁର୍ଥ ଶିଳ୍ପ ବିପ୍ଳବ ଅଭିମୁଖେ ଅଗ୍ରସର ହେଉଛି, ଏହି କ୍ଷେତ୍ରରେ ଏହାର ଜନସାଧାରଣ ଓ ବିଜ୍ଞାନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ନୀତି ପ୍ରସ୍ତୁତି ଦିଗରେ ନିୟୋଜିତ ଜନସାଧାରଣଙ୍କ ଦାୟୀତ୍ୱ ବହୁଳ ଭାବେ ବୃଦ୍ଧି ପାଇଥାଏ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ବିଜ୍ଞାନ ହେଉଛି ସମାଧାନ, ଉତ୍ପତ୍ତି ଓ ନବୋନ୍ମେଷର ଭିତ୍ତିଭୂମୀ। ଏହି ଉତ୍ସାହକୁ ଉପଜୀବ୍ୟ କରି ଆଜି ଭାରତ ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ପଥରେ ଆଗେଇ ଚାଲିଛି।

ଆମେ ଇତିହାସରୁ ଶିକ୍ଷା ଲାଭ କରିଥିବା ବିଷୟ ଗୁଡିକ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟକୁ ସାହାଯ୍ୟ କରିବ। ଆମେ ଯଦି ଗତ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି କଥା ସ୍ମରଣ କରୁ ତେବେ ବିଶ୍ୱ କିପରି ଧ୍ୱଂସ ଓ ଭୟ ମଧ୍ୟରେ ଗତି କରୁଥିଲା ତାହା ଜାଣିପାରିବା। ତେବେ ସେତେବେଳେ ମଧ୍ୟ ସେ ପ୍ରାଚ୍ୟ ହେଉ ବା ପାଶ୍ଚାତ୍ୟ ସବୁଆଡେ ବୈଜ୍ଞାନିକମାନେ ଆବିଷ୍କାରରେ ଲାଗି ପଡିଥିଲେ। ପାଶ୍ଚାତ୍ୟରେ ଆଇନଷ୍ଟାଇନ, ଫେରମୀ, ମ୍ୟାକ୍ସ ପ୍ଲାଙ୍କ, ନିଏଲସ ବୋର ଓ ଟେସଲା ସେମାନଙ୍କ ପରୀକ୍ଷାନିରୀକ୍ଷା ଦ୍ୱାରା ବିଶ୍ୱକୁ ଜାଜ୍ୱଲ୍ୟମାନ କରିଥିଲେ। ସେତିକିବେଳେ ସିଭି ରମଣ, ଜଗଦୀଶ ଚନ୍ଦ୍ର ବୋଷ, ସତ୍ୟେନ୍ଦ୍ର ନାଥ ବୋଷ, ମେଘନାଦ ଶାହା ଓ ଏସ ଚନ୍ଦ୍ରଶେଖର ଭଳି ବୈଜ୍ଞାନିକମାନେ ସେମାନଙ୍କ ନୂତନ ଆବିଷ୍କାରମାନ ଲୋକଲୋଚନକୁ ଆଣିଲେ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ତୁଳନା କରି ଆମେ ଆମ ବୈଜ୍ଞାନିକମାନଙ୍କ କୃତୀକୁ ପ୍ରକୃତ ସ୍ୱୀକୃତି ଦେଉନାହୁଁ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଆମ ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳନ କରୁ ବିଜ୍ଞାନ ଆମ ସମାଜ ଓ ସଂସ୍କୃତିର ଏକ ଅଂଶ ହୋଇଯାଏ। ପ୍ରଧାନମନ୍ତ୍ରୀ ଆମ ଦେଶର ବୈଜ୍ଞାନିକମାନଙ୍କ ସଫଳତାର ଉତ୍ସବ ପାଳିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବୈଜ୍ଞାନିକମାନେ ସେମାନଙ୍କ ଉତ୍ସବ ପାଳନ ପାଇଁ ଅନେକ କିଛି ଦେଇଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କ କରୋନା ଟିକାର ବିକାଶ ଓ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ପାଇଁ ସେ ଭାରତୀୟ ବିଜ୍ଞାନୀମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ସରକାର ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଉପରେ ଆଧାରିତ ବିକାଶ ଦିଗରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। “୨୦୧୪ ମସିହାଠାରୁ ବିଜ୍ଞାନ ଓ ପ୍ରଯୁକ୍ତିଜ୍ଞାନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ଭାରତ ବୈଶ୍ୱିକ ନବୋନ୍ମେଷ ସୂଚୀରେ ୪୬ତମ ସ୍ଥାନରେ ରହିଛି। ମାତ୍ର ୨୦୧୫ରେ ଭାରତ ୮୧ତମ ସ୍ଥାନରେ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ରେକର୍ଡ ସଂଖ୍ୟକ ପେଟେଣ୍ଟ ପଞ୍ଜୀକୃତ ହୋଇଥିବା ସେ ସ୍ୱୀକାର କରିଥିଲେ। ସେ ମଧ୍ୟ ଏକ ନବୋନ୍ମେଷ ବାତାବରଣ ଓ ମଜଭୁତ ଷ୍ଟାର୍ଟଅପ ପ୍ରଣାଳୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବୋନ୍ମେଷ ପ୍ରତି ପ୍ରବୃତ୍ତି ଆମେ ଯୁବପିଢ଼ିର ଡିଏନଏରେ ରହିଛି। ଆମକୁ ସମସ୍ତ ଶକ୍ତି ଘଟାଇ ଏହି ଯୁବପିଢ଼ିକୁ ସମର୍ଥନ ଦେବାକୁ ପଡିବ।” ଆମ ଯୁବପିଢ଼ିର ନବୋନ୍ମେଷ ଉତ୍ସାହ ଦୃଷ୍ଟିରୁ ସେମାନଙ୍କୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ନୂତନ କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ। ସେ ମହାକାଶ ଅଭିଯାନ, ଜାତୀୟ ସୁପର କମ୍ପ୍ୟୁଟିଂ ଅଭିଯାନ, ସେମି କଣ୍ଟକ୍ଟର ଅଭିଯାନ, ମିଶନ ଉଦଯାନ ଓ ଡ୍ରୋନ ପ୍ରଯୁକ୍ତି ଇତ୍ୟାଦିର ଉଦାହରଣ ଦେଇଥିଲେ। ସେହିପରି ନୂତନ ଶିକ୍ଷା ନୀତି ବିଜ୍ଞାନ ଓ ବୈଷୟିକ ଜ୍ଞାନ ଶିକ୍ଷା ମାତୃଭାଷାରେ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅମୃତକାଳରେ ଭାରତକୁ ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ବୈଶ୍ୱିକ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ହେଲେ ଆମକୁ ଅନେକ ଦିଗରେ କାର୍ଯ୍ୟ କରିବାକୁ ହେବ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଆଧାରିତ ଗବେଷଣାକୁ ଆମକୁ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ନେବାକୁ ପଡିବ। ସ୍ଥାନୀୟ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବୋନ୍ମେଷ ଉପରେ ଧ୍ୟାନ ଦେବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଅଧିକରୁ ଅଧିକ ବିଜ୍ଞାନ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ପ୍ରକ୍ରିୟାର ସରଳୀକରଣ ଦ୍ୱାରା ନବୋନ୍ମେଷକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧିକରୁ ଅଧିକ ନବୋନ୍ମେଷ ପରୀକ୍ଷାଗାର ଖୋଲାଯିବା ଆବଶ୍ୟକ। ବିଜ୍ଞାନ, ନବୋନ୍ମେଷ ଓ ପ୍ରଯୁକ୍ତି କ୍ଷେତ୍ରରେ ଆଧୁନିକ ନୀତି ପ୍ରଣୟନ ନିମନ୍ତେ ସେ ପ୍ରତ୍ୟେକ ରାଜ୍ୟକୁ କହିଥିଲେ। “ସରକାର ହିସାବରେ ଆମକୁ ଆମର ବିଜ୍ଞାନୀମାନଙ୍କ ସହ ଅଧିକରୁ ଅଧିକ ସମନ୍ୱୟ ରଖିବାକୁ ପଡିବ ଓ ଏହା ଦ୍ୱାରା ଏକ ଆଧୁନିକ ବୈଜ୍ଞାନିକତା ସୃଷ୍ଟି ହେବ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ରାଜ୍ୟଗୁଡିକ ଅନେକ ଜାତୀୟସ୍ତରୀୟ ବିଜ୍ଞାନ ଅନୁଷ୍ଠାନ ଏବଂ ଜାତୀୟ ପରୀକ୍ଷାଗାର ଗୁଡିକର ସାହାଯ୍ୟ, ସହଯୋଗ ଓ ବିଶେଷଜ୍ଞତାର ଉପଯୋଗ କରିପାରିବେ। ଆମକୁ ବାହାର ରାଜ୍ୟର ବିଜ୍ଞାନ ସମ୍ପର୍କିତ ଅନୁଷ୍ଠାନ ଗୁଡିକରୁ ବିଶେଷଜ୍ଞତା ଓ ଏହାର ସମ୍ପୂର୍ଣ୍ଣ ଉପଯୋଗ ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ତୃଣମୂଳ ସ୍ତରରେ ବିଜ୍ଞାନର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ମଧ୍ୟ ରାଜ୍ୟର ବିଜ୍ଞାନମନ୍ତ୍ରୀମାନଙ୍କୁ ବିଜ୍ଞାନ ପାଠ୍ୟକ୍ରମର ବିଭିନ୍ନ ବିଷୟରେ ଧ୍ୟାନ ଦେବାଲାଗି ପରାମର୍ଶ ଦେଇଥିଲେ।

ଉଦଯାପନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ରାଜ୍ୟ କେନ୍ଦ୍ର ବିଜ୍ଞାନ ବୈଠକରେ ଦେଶରେ ବିଜ୍ଞାନ ପ୍ରଗତି ଦିଗରେ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ମଧ୍ୟ ବିଜ୍ଞାନ ଓ ବୈଷୟିକ ଜ୍ଞାନରୁ ଯେପରି କୌଣସି ସୁଯୋଗ ବାଦ ନପଡେ ତାହା ଦେଖିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ୨୫ ବର୍ଷ ଭାରତ ପାଇଁ ଖୁବ ଉପଯୋଗୀ ବର୍ଷ ଓ ଏହା ଭାରତକୁ ଏକ ନୂତନ ଶକ୍ତି ଓ ପରିଚୟ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶ ଗ୍ରହଣକାରୀମାନଙ୍କୁ ବୈଠକରୁ ଶିକ୍ଷାଲାଭ କରି ତାର ନିର୍ଯ୍ୟାସ ନିଜ ରାଜ୍ୟକୁ ଦେଇ ଦେଶ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅବସରରେ ଉପସ୍ଥିତ ଥିଲେ। ଦେଶରେ ନବୋନ୍ମେଷ ଓ ବୈଦ୍ୟୋଶିକତାର ବିକାଶର ନିମନ୍ତେ ପ୍ରଧାନମନ୍ତ୍ରୀ ଅକ୍ଳାନ୍ତ ଉଦ୍ୟମ ଜାରୀ ରଖିଥିବାବେଳେ, ପ୍ରଥମ ଥର ପାଇଁ ଆୟୋଜିତ ଏଭଳି ବୈଠକ ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ବୃଦ୍ଧି କରିବ। ସଂଘୀୟ ସଦଭାବନା ଉତ୍ସାହର ସହ ଏହା ଦେଶରେ ଏକ ମଜଭୂତ ବିଜ୍ଞାନ, ପ୍ରଯୁକ୍ତି ଓ ନବୋନ୍ମେଷର ବାତାବରଣ ସୃଷ୍ଟିରେ ସହାୟକ ହେବ।

ଏହି ଦୁଇ ଦିନିଆ ବୈଠକ ସେପ୍ଟେମ୍ବର ୧୦-୧୧ ଦୁଇ ଦିନ ଧରି ଅହମ୍ମଦାବାଦର ସାଇନ୍ସ ସିଟିରେ ଆୟୋଜିତ ହେଉଛି। ଏହା ବିଭିନ୍ନ ବିଷୟରେ ଯଥା ଏସଟିଆଇ ଭିଜନ ୨୦୪୭, ଭବିଷ୍ୟତ ଅଭିବୃଦ୍ଧି ରାସ୍ତା ଓ ରାଜ୍ୟରେ ଏସଟିଆଇ ଦୂରଦୃଷ୍ଟି, ସ୍ୱାସ୍ଥ୍ୟ-ଡିଜିଟାଲ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ, ୨୦୩୦ ସୁଦ୍ଧା ଗବେଷଣା ଓ ପରିପାଟୀ କ୍ଷେତ୍ରରେ ବିନିଯୋଗ ଦୁଇଗୁଣ କରିବା, କୃଷି-ଚାଷୀମାନଙ୍କ ଆୟରେ ଉନ୍ନତି ନିମନ୍ତେ କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଜଳ- ପରିବହନକ୍ଷମ ପାନୀୟ ଜଳ ଦିଗରେ ନବୋନ୍ମେଷ-ଶକ୍ତି-ସ୍ୱଚ୍ଛ ଇନ୍ଧନ ଓ ଏସଏଣ୍ଡଟି ଭୂମିକା ହାଇଡ୍ରୋଜେନ ମିଶନ, ଗଭୀର ସମୁଦ୍ର ଅଭିଯାନ ଓ ଦେଶର ଭବିଷ୍ୟତ ଅର୍ଥନୀତିରେ ଏହାର ପ୍ରଭାବ ନେଇ ଆଲୋଚନା ହେବ।

ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିଳ୍ପଦ୍ୟୋଗୀ, ଉଦ୍ୟୋଗପତି, ସ୍ୱେଚ୍ଛାସେବୀ ସଂଗଠନ, ଯୁବ ବିଜ୍ଞାନୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି।

ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.