Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଏସ୍‌ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ବୋଧନ
ଅନ୍ତରାଷ୍ଟ୍ରୀୟ

ଏସ୍‌ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ବୋଧନ

September 16, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‌ସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ସେ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ସଂପୂର୍ଣ୍ଣ ଭାଷଣ…..

ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ଭଳି ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାରେ ଲାଗିଛି, ସେଥିରେ ଏସ୍‌ସିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏସ୍‌ସିଓର ସଦସ୍ୟ ଦେଶ ବିଶ୍ୱ ସ୍ତରୀୟ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ ଦେଉଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ମଧ୍ୟ ଏସ୍‌ସିଓ ଦେଶ ଗୁଡିକରେ ଅବସ୍ଥାନ କରୁଛନ୍ତି । ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସକୁ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯେଉଁ କାରଣରୁ ସମଗ୍ର ବିଶ୍ୱ ଅତ୍ୟଧିକ ପରିମାଣରେ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛି। ଆମ କ୍ଷେତ୍ରରେ ଏସ୍‌ସିଓକୁ ବିଶ୍ୱସ୍ତ, ନମନୀୟ ଏବଂ ବିବିଧତାପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ନିମନ୍ତେ ଚେଷ୍ଟା କରିବା ଜରୁରୀ। ଏଥି ପାଇଁ ଉନ୍ନତ ମାନର ସଂଯୋଗର ଆବଶ୍ୟକତା ନିଶ୍ଚିତ ରୂପରେ ଆବଶ୍ୟକ ହେବ, ଏହା ସହିତ ଏହା ମଧ୍ୟ ମହତ୍ୱପୂର୍ଣ୍ଣ ହେବ ଯେ, ଆମେ ସମସ୍ତେ ଯେପରି ପରସ୍ପରର ଗମନାଗମନକୁ ସମ୍ପୂର୍ଣ୍ଣ ଅଧିକାର ଦେବା।

ଆମେ ଭାରତକୁ ଏକ ଉତ୍ପାଦନ କେନ୍ଦ୍ର କରିବା ଲକ୍ଷ୍ୟ ନେଇ ପ୍ରଗତି ପଥରେ ଆଗେଇ ଚାଲିଛୁ। ଭାରତର ଯୁବ ଏବଂ ପ୍ରତିଭାଶାଳୀ କାର୍ଯ୍ୟବଳ ଆମକୁ ସ୍ୱାଭାବିକ ରୂପରେ ପ୍ରତିଯୋଗୀତାମୂଳକ କରିବାରେ ଲାଗିଛନ୍ତି। ଚଳିତ ବର୍ଷ ଭାରତର ଅର୍ଥ ବ୍ୟବସ୍ଥାରେ ୭.୫ ପ୍ରତିଶତ ଅଭିବୃଦ୍ଧି ହେବାର ଆଶା ରହିଛି, ଯାହା ବିଶ୍ୱର ବୃହତ୍ ଅର୍ଥନୀତି ଗୁଡିକ ଭିତରେ ସବୁଠାରୁ ଅଧିକ ହେବ । ଆମର ଜନ – କେନ୍ଦ୍ରିତ ବିକାଶ ମଡେଲ୍‌ରେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ଉପରେ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ କରା ଯାଉଛି। ଆମେ ପ୍ରତ୍ୟେକ କ୍ଷେତ୍ରରେ ନୂତନତ୍ୱ / ନବସୃଜନକୁ ସମର୍ଥନ କରୁଛୁ । ଆଜି ଭାରତରେ ୭୦,୦୦୦ରୁ ଅଧିକ ଷ୍ଟାର୍ଟ – ଅପ୍ ରହିଛି, ଯେଉଁ ଗୁଡିକ ମଧ୍ୟରୁ ପ୍ରାୟ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଶ୍ରେଣୀର। ଆମର ଏହି ଅଭିଜ୍ଞତା ଅନ୍ୟ ଏସ୍‌ସିଓ ସଦସ୍ୟ ମାନଙ୍କର କାର୍ଯ୍ୟରେ ମଧ୍ୟ ଆସି ପାରିବ। ଏହି ଉଦ୍ଦେଶ୍ୟରେ ଆମେ ଷ୍ଟାର୍ଟ – ଅପ୍ ଏବଂ ନବସୃଜନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀର ସ୍ଥାପନା କରି ଏସ୍‌ସିଓର ସଦସ୍ୟ ଦେଶ ମାନଙ୍କ ସହିତ ଆମର ଅଭିଜ୍ଞତାକୁ ବାଂଟିବା ନିମନ୍ତେ ପ୍ରସ୍ତୁତ ଅଛୁ।

ବିଶ୍ୱ ଆଜି ଆଉ ଏକ ବଡ ଆହ୍ୱାନର ସମ୍ମୁଖୀନ ହେଉଛି – ଏବଂ ତାହା ହେଉଛି ଆମର ନାଗରିକ ମାନଙ୍କର  ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା। ଏହି ସମସ୍ୟାର ସମ୍ଭାବ୍ୟ ସମାଧାନ ହେଉଛି ବାଜରା ଭଳି ଶସ୍ୟର ଉତ୍ପାଦନ କରିବା ଏବଂ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ବାଜରା ଏମିତି ଏକ ଚମତ୍କାର ଖାଦ୍ୟ ଅଟେ, ଯାହା କେବଳ ଏସ୍‌ସିଓ ଦେଶ ଗୁଡିକରେ ନୁହେଁ, ବିଶ୍ୱର ଅନେକ ଅଂଚଳରେ ହଜାର ହଜାର ବର୍ଷ ଧରି ଉତ୍ପାଦିତ ହେଉଛି ଏବଂ ଖାଦ୍ୟ ସଙ୍କଟ ଭଳି ଆହ୍ୱାନକୁ ମୁକାବିଲା କରିବା ନିମନ୍ତେ ଏକ ପାରମ୍ପରିକ, ପୁଷ୍ଟିକର ଏବଂ କମ୍ ଖର୍ଚ୍ଚ ହେଉଥିବା ଖାଦ୍ୟର ବିକଳ୍ପ। ୨୦୨୩ ବର୍ଷକୁ ଜାତିିସଂଘ ଅନ୍ତର୍ଜାତୀୟ ବାଜରା ବର୍ଷ (ୟୁଏନ୍ ଇଂଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ୍ସ) ରୂପେ ପାଳନ କରାଯିବ। ଆମେ ଏସ୍‌ସିଓ ଅଧୀନରେ ଏକ ବାଜରା ଖାଦ୍ୟ ଉତ୍ସବ (ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍‌) ଆୟୋଜନ କରିବା ଉପରେ ବିଚାର କରିବା ଉଚିତ୍।

ଭାରତ ଆଜି ବିଶ୍ୱରେ ଚିକିତ୍ସା ଏବଂ କଲ୍ୟାଣ ପର୍ଯ୍ୟଟନ (ମେଡିକାଲ୍ ଏବଂ ୱେଲନେସ୍ ଟୁରିଜିମ୍‌) ନିମନ୍ତେ ସବୁଠାରୁ ଶସ୍ତା ଲକ୍ଷ୍ୟସ୍ଥଳୀ ମଧ୍ୟରୁ ଗୋଟିଏ ହୋଇ ପାରିଛି। ଏପ୍ରିଲ୍ ୨୦୨୨ରେ ଗୁଜରାଟରେ ପାରମ୍ପରିକ ଔଷଧ ନିମନ୍ତେ ଡବ୍ଲ୍ୟୁଏଚ୍‌ଓ ଅନ୍ତର୍ଜାତୀୟ କେନ୍ଦ୍ର (ଡବ୍ଲ୍ୟୁଏଚ୍‌ଓ ଗ୍ଲୋବାଲ ସେଂଟର ଫର୍ ଟ୍ରାଡିସନାଲ୍ ମେଡିସିନ୍‌)ର ଉଦ୍‌ଘାଟନ କରା ଯାଇଛି।  ପାରମ୍ପରିକ ଚିକିତ୍ସା ନିମନ୍ତେ ଏହା ଡବ୍ଲ୍ୟୁଏଚ୍‌ଓର ପ୍ରଥମ ଏବଂ ଏକମାତ୍ର ଅନ୍ତର୍ଜାତୀୟ କେନ୍ଦ୍ର ହେବ । ଆମକୁ ଏସ୍‌ସିଓ ଦେଶ ଗୁଡିକ ମଧ୍ୟରେ ପାରମ୍ପରିକ ଔଷଧ ନିମନ୍ତେ ପରସ୍ପର ମଧ୍ୟରେ ସହଯୋଗକୁ ବୃଦ୍ଧି କରିବା ଆବଶ୍ୟକ ଅଟେ। ଏଥି ପାଇଁ ଭାରତ ପାରମ୍ପରିକ ଔଷଧ କ୍ଷେତ୍ରରେ ଏକ ନୂତନ ଏସ୍‌ସିଓ କାର୍ଯ୍ୟ ଗୋଷ୍ଠୀ ସ୍ଥାପନ ନିମନ୍ତେ ପଦକ୍ଷେପ ନେବ।

ମୋର ବକ୍ତବ୍ୟ ସମାପ୍ତ କରିବା ପୂର୍ବରୁ ମୁଁ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ଆଜିର ବୈଠକର ଉଚ୍ଚକୋଟୀର ସଂଚାଳନ ନିମନ୍ତେ ଏବଂ ତାଙ୍କର ସାଦର ଅଭ୍ୟର୍ଥନା ପାଇଁ ପୁଣି ଥରେ ଧନ୍ୟବାଦ ପ୍ରଦାନ କରୁଛି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.