Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଏ ସେହି ବର୍ଷିୟାନ ମହିଳା, ଯାହାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାତୀୟ ଖବର

କିଏ ସେହି ବର୍ଷିୟାନ ମହିଳା, ଯାହାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଏ ସେହି ବର୍ଷିୟାନ ମହିଳା, ଯାହାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବର୍ଷିୟାନ ମହିଳାଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ପୁରା ଅଣ୍ଟାକୁ ନବେ ଡିଗ୍ରୀ ଭାଙ୍ଗି ଏହି ନମସ୍କାର କରିଛନ୍ତି। ଏହାର ଫଟୋ ମଧ୍ୟ ନିଜେ ମୋଦୀ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତେବେ ଏହି ମହିଳା ଜଣଙ୍କ କିଏ ତାହାକୁ ନେଇ ବିଭିନ୍ନ ମହଲରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ ପାଇବାରେ ଲାଗିଛି। ସେ ହେଉଛନ୍ତି ନବେ ବର୍ଷ ବୟସର ଉମା ସୁଚେଦେବା। ସେ ସ୍ବର୍ଗତ କର୍ଣ୍ଣେଲ ଏଚ କେ ସୁଚେଦେବାଙ୍କ ଧର୍ମପତ୍ନୀ। କର୍ଣ୍ଣେଲ ସୁଚେଦେବା ହେଉଛନ୍ତି ଜଣେ ପ୍ରତିଷ୍ଠିତ ସାମରିକ ଅଫିସର ଯେ କି ଭାରତ ପାକିସ୍ଥାନ ବିଭାଜନ ବିଭିଷିକା ବେଳେ କାର୍ଯ୍ୟ କରୁଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଧର୍ମପତ୍ନୀଙ୍କୁ ସାକ୍ଷାତ କରିବା ପରେ ସେ ଟୁଇଟ ଯୋଗେ ନିଜର ଖୁସି ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଉମା ସୁଚେଦେବଙ୍କୁ ସାକ୍ଷାତ କରିବା ସହିତ ଏକ ସ୍ମରଣୀୟ କଥାବାର୍ତ୍ତା ହୋଇଥିଲା। ତାଙ୍କୁ 90 ବର୍ଷ ବୟସ ହୋଇଛି ତଥାପି ସେ ବହୁତ ଶକ୍ତିଶାଳୀ ଏବଂ ଆଶାବାଦୀ ମନୋଭାବରେ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି।

ତାଙ୍କ ସ୍ୱାମୀ କର୍ଣ୍ଣେଲ (ଅବସରପ୍ରାପ୍ତ) ଏଚ୍.କେ ସୁଚଦେବ ଜଣେ ବହୁ ସମ୍ମାନିତ ଭେଟେରାନ୍ ଥିଲେ। ଉମା ଜୀ ଜେନେରାଲ ବେଦ ମଲ୍ଲିକଜୀଙ୍କର ମାଉସୀ। “ଉମା ଜୀ ମୋତେ ତାଙ୍କ ସ୍ୱାମୀ ଲେଖିଥିବା ତିନୋଟି ପୁସ୍ତକ ଉପହାର ଦେଇଛନ୍ତି। ସେଥିମଧ୍ୟରୁ ଦୁଇଟି ଗୀତା ସହିତ ଜଡିତ ଥିବା ବେଳେ ତୃତୀୟଟି ହେଉଛି ‘ରକ୍ତ ଏବଂ ଲୁହ’ ଶୀର୍ଷକ ଏକ ପୁସ୍ତକ। ଏହା ଭାରତ ପାକିସ୍ଥାନ ବିଭାଜନର ଆଘାତଜନିତ ଅବସ୍ଥାରେ କର୍ଣ୍ଣେଲ ଏଚ୍.କେ ସୁଚେଦେବଙ୍କ ଅନୁଭୂତି ଏବଂ ତାଙ୍କ ଜୀବନ ଉପରେ ଆଧାରିତ।

ମୋଦୀ ଆହୁରି କହିଛନ୍ତି ଯେ, ଆମେ ଅଗଷ୍ଟ 14 ତାରିଖକୁ ବିଭାଜନରେ ବଳିଦାନ ଦେଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଆଲୋଚନା କରିଥିଲୁ। ଏଥିସହିତ ଦେଶର ପ୍ରଗତି ଉପରେ ମଧ୍ୟ ଆଲୋଚନା କଲୁ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ଦିନରେ ୫୦.୫ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ କରାଯାଇଛି: କେନ୍ଦ୍ର ସରକାର

April 18, 2026

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ଅନୁଗୋଳ ମହୋତ୍ସବ-୨୦୨୬: ୫୫୯ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଜୟଦେବ ଭବନରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ

April 17, 2026
Latest News

ଗୋଟିଏ ଦିନରେ ୫୦.୫ ଲକ୍ଷରୁ ଅଧିକ ସିଲିଣ୍ଡର ବିତରଣ କରାଯାଇଛି: କେନ୍ଦ୍ର ସରକାର

April 18, 2026

କୃଷିଭବନଠାରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକ

April 18, 2026

ଆଜି ଏପ୍ରିଲ ୧୮ ତାରିଖ ଶନିବାରରେ ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

April 18, 2026

ବଲାଙ୍ଗିରରେ ୧୮ରୁ ୨୧ ଯାଏଁ ସ୍କୁଲ, କଲେଜ ଛୁଟି

April 18, 2026

ଟଙ୍କାର ହିସାବ ଦେଇନପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.