Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି, ନିର୍ବାଚନ ଅଧିକାରୀ କହିଲେ ଏହି କଡା କଥା
ଜାତୀୟ ଖବର

ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି, ନିର୍ବାଚନ ଅଧିକାରୀ କହିଲେ ଏହି କଡା କଥା

October 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ, ନିର୍ବାଚନ ଅଧିକାରୀ କହିଲେ ଏହି କଡା କଥା

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ କରାଇ ଧାମନଗର ଉପନିର୍ବାଚନ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ।

ଏ ନେଇ ବିଧିବଦ୍ଧ ଗେଜେଟ୍‌ ନୋଟିଫିକେସନ୍‌ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଅକ୍ଟୋବର ୧୪ ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୫ ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଓ ଅକ୍ଟୋବର ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ।

ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇ ନଭେମ୍ବର ୬ ତାରିଖରେ ଭୋଟଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନଭେମ୍ବର ୮ ତାରିଖ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ ହେବ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପନିର୍ବାଚନ ଘୋଷଣା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଭଦ୍ରକ ଜିଲ୍ଲା ସହ ସମଗ୍ର ବିଧାନସଭା ମଣ୍ଡଳୀରେ ସମସ୍ତ ପ୍ରାର୍ଥୀ, ସବୁ ରାଜନୈତିକ ଦଳ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୦୧ ଅକ୍ଟୋବର ୨୦୨୨ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୩୬୦। ତନ୍ମଧ୍ୟରେ ୧,୨୩,୦୧୩ ଜଣ ପୁରୁଷ ଭୋଟର ଓ ୧,୧୫,୩୧୪ ଜଣ ମହିଳା ଭୋଟର ଓ ୩୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏତଦ୍‌ବ୍ୟତୀତ ନିର୍ବାଚନ ମଣ୍ଡଳୀରେ ୪୯୫୬ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ୨୫୩୩ ଜଣ ପୁରୁଷ ଓ ୨୪୨୩ ଜଣ ମହିଳା ଭୋଟର ଅଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୨୦୬ ଜଣ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ମଧ୍ୟରୁ ୩୪୯୫ ଜଣ ପୁରୁଷ ଓ ୩୭୧୧ ଜଣ ମହିଳା ଭୋଟର ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ସର୍ଭିସ୍‌ ଭୋଟରଙ୍କ ସଂଖ୍ୟା ହେଉଛି ୪୫୬। ଗତ ଜାନୁଆରୀ ୨୦୨୨ରେ ପ୍ରକାଶ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଏବେ ମଧ୍ୟ ନବୀକରଣ ହେଉଛି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳରେ ଥିବା ଯୋଗ୍ୟ ନିର୍ବାଚକମାନେ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନାହିଁ ସେମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍‌ ଅକେଫାବର ୧୪ ତାରିଖ ସୁଦ୍ଧା ଭୋଟର ତାଲିକାରେ ନାମ ଦରଜ କରିବା ପାଇଁ ଆବେଦନ କରିବା ସହ ତଥ୍ୟ ସଂଶୋଧନ ପାଇଁ ଆବେଦନ କରିପାରିବେ ଓ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ଟି ବୁଥ୍‌ ରହିଛି। ଉପନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ ମହଜୁଦ୍‌ ରହିଛି ଓ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆସନ୍ତାକାଲିଠାରୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ବର୍ତ୍ତମାନ ୫୦୪ ଗୋଟି ବାଲାଟ୍‌ ୟୁନିଟ୍‌, ୫୦୪ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୫୦୪ ଗୋଟି ଭିଭିପ୍ୟାଟ୍‌ ଜିଲ୍ଲା ପ୍ରଶାସନ ନିକଟରେ ମହଜୁଦ୍‌ ଅଛି, ଯାହାକି ଉପନିର୍ବାଚନରେ ବ୍ୟବହାର କରାଯିବ।

ଉପନିର୍ବାଚନ ସମୟରେ ଯଦି କୋଭିଡ୍‌-୧୯ର ପ୍ରଭାବ ଥାଏ, ତାହାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ୮୦ ବର୍ଷରୁ ଊଦ୍ଧ୍ୱର୍ ଓ ଦିବ୍ୟାଙ୍ଗ ଭୋଟର ଯେଉଁମାନେ ଘରେ ରହି ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଉପନିର୍ବାଚନରେ ମତଦାନ କରିବାକୁ ଚାହିଁବେ ସେମାନେ ପ୍ରଥମେ ୧୨(ଘ) ଫର୍ମ ପୂରଣ କରି ପସନ୍ଦ କରି ସଂପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ।

ସେମାନଙ୍କ ଲାଗି ରିଟର୍ଣ୍ଣିଂ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରି ଭୋଟର ତାଲିକାରେ ଚିହ୍ନଟ କରିବେ ଓ ପରେ ପରେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍‌ ଯୋଗାଇ ଦିଆଯିବ ଓ ସେମାନେ ଘରେ ରହି ମତଦାନ କରିସାରିବା ପରେ ଉପନିର୍ବାଚନ ଧାର୍ଯ୍ୟ ତାରିଖ ପୂର୍ବରୁ ପୋଷ୍ଟାଲଗୁଡ଼ିକୁ ସଂଗ୍ରହ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧପ୍ରବଣ ସଂପର୍କରେ ଅତିକମ୍‌ରେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତିନିଥର ଖବର କାଗଜ ଓ ଟିଭି ମାଧ୍ୟମରେ ପ୍ରଚାର ପ୍ରସାର କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ପ୍ରଦାନ କରିଛନ୍ତି।

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବିଷ୍ଣୁ ସେଠୀ ମୁଖ୍ୟ ନିର୍ବାଚନ ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.