Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅକ୍ଟୋବର ୧୭ ରେ ପିଏମ କିଷାନ ସମ୍ମାନ ସମ୍ମେଳନ- ୨୦୨୨କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଅକ୍ଟୋବର ୧୭ ରେ ପିଏମ କିଷାନ ସମ୍ମାନ ସମ୍ମେଳନ- ୨୦୨୨କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

October 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କାର୍ଯ୍ୟକ୍ରମ ‘‘ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨’’କୁ ଉଦଘାଟନ କରିବେ। ଅକ୍ଟୋବର ୧୭ ତାରିଖ ପୂର୍ବାହ୍ନ ୧୧ ଟା ୩୦ ମିନିଟ୍‌ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୧୩ ହଜାର ୫୦୦ରୁ ଅଧିକ ଚାଷୀ ଏବଂ ପାଖାପାଖି ୧୫ଶହ କୃଷି ଷ୍ଟାର୍ଟଅପ୍ସ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ବିଭିନ୍ନ ପ୍ରତିଷ୍ଠାନ ଜରିଆରେ ସାରା ଦେଶରୁ ୧ କୋଟିରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିବେ। ଏହି ସମ୍ମେଳନରେ ଗବେଷକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ। ଏହି ଯୋଜନା ଅଧୀନରେ, ସାରା ଦେଶରେ ଥିବା ଖୁଚୁରା ସାର ବିକ୍ରୟ କେନ୍ଦ୍ରଗୁଡ଼ିକୁ ପର୍ଯ୍ୟାୟକ୍ରମେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ପରିଣତ କରାଯିବ। ଏସବୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଚାଷୀଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବ ଏବଂ ସେମାନଙ୍କୁ କୃଷି ଇନପୁଟ୍‌ (ସାର, ବିହନ, ଉପକରଣ) ପ୍ରଦାନ କରିବ; ମୃତ୍ତିକା ପରୀକ୍ଷା, ବିହନ, ସାର ପାଇଁ ସୁବିଧା ଦେବ; ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ; ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେବ ଏବଂ ବ୍ଲକ/ଜିଲ୍ଲାସ୍ତରୀୟ କେନ୍ଦ୍ରଗୁଡ଼ିକରେ ରିଟେଲରମାନଙ୍କର ନିୟମିତ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବ। ଦେଶର ବିଭିନ୍ନ ସ୍ଥାନରେ ଥିବା ୩.୩ ଲକ୍ଷରୁ ଅଧିକ ଖୁଚୁରା ସାର ଦୋକାନକୁ ପିଏମକେଏସକେ ରୂପରେ ପରିବର୍ତ୍ତିତ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭାରତୀୟ ଜନ ଉର୍ବରକ ପରିଯୋଜନା – ଏକ ରାଷ୍ଟ୍ର ଏକ ସାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅଧୀନରେ, ଭାରତ ୟୁରିଆ ବ୍ୟାଗକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ଏହା ବିକ୍ରେତାମାନଙ୍କୁ ଗୋଟିଏ ବ୍ରାଣ୍ଡ ନାମ ‘‘ଭାରତ’’ ଅଧୀନରେ ସାର ବିକ୍ରି କରିବା ଲାଗି ସହାୟକ ହେବ।

ଚାଷୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାର ପ୍ରତିଫଳନ ସ୍ବରୂପ, ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ଦ୍ବାଦଶ କିସ୍ତି ଆକାରରେ ୧୬ ହଜାର କୋଟି ଟଙ୍କା ଜାରି କରିବେ। ଏହି ଅର୍ଥ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଚାଷୀଙ୍କୁ ଯୋଗାଇ ଦିଆଯିବ। ପିଏମ-କିସାନ ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରମାନଙ୍କୁ ବାର୍ଷିକ ୬ହଜାର ଟଙ୍କାର ସହାୟତା ଦିଆଯାଏ। ୨ହଜାର ଟଙ୍କା ଲେଖାଏଁ ୩ଟି କିସ୍ତି ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯାଏ। ବର୍ତ୍ତମାନ ସୁଦ୍ଧା, ଯୋଗ୍ୟ ଚାଷୀ ପରିବାରମାନେ ପିଏମ କିସାନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କାର ଲାଭ ପାଇସାରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟ କୃଷି ଷ୍ଟାର୍ଟଅପ୍‌ କନକ୍ଲେଭ ଓ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଏଥିରେ ୩୦୦ରୁ ଅଧିକ ଷ୍ଟାର୍ଟଅପ ସଂସ୍ଥା ମୂଲ୍ୟ ଆଧାରିତ କୃଷି, ଅମଳ ପରବର୍ତ୍ତୀ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ସମାଧାନ, ଆନୁସଙ୍ଗିକ କୃଷି, ବର୍ଜ୍ୟରୁ ସମ୍ପଦ, କ୍ଷୁଦ୍ର ଚାଷୀଙ୍କ ପାଇଁ ଯାନ୍ତ୍ରିକୀକରଣ, ଯୋଗାଣ ଶୃଙ୍ଖଳା ପରିଚାଳନା, କୃଷି-ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଦିଗ ସହ ଜଡ଼ିତ ସେମାନଙ୍କର ଅଭିନବ ସମାଧାନ ପ୍ରଦର୍ଶିତ କରିବେ। ଚାଷୀ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), କୃଷି ବିଶେଷଜ୍ଞ, କର୍ପୋରେଟ୍‌ ସଂସ୍ଥା ଆଦିଙ୍କ ସହ ଆଲୋଚନା କରିବା ଲାଗି ମଧ୍ୟ ଏହି ପ୍ଲାଟଫର୍ମ ସୁବିଧା ଯୋଗାଇ ଦେବ। ଷ୍ଟାର୍ଟଅପ୍ସଗୁଡ଼ିକ ସେମାନଙ୍କର ଅନୁଭୂତି ବାଣ୍ଟିବେ ଏବଂ ବୈଷୟିକ ଅଧିବେଶନରେ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବେ।

କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ‘ଇଣ୍ଡିଆନ ଏଜ୍’ର ଶୁଭାରମ୍ଭ କରିବେ। ଏହା ହେଉଛି ସାର ଉପରେ ଆଧାରିତ ଏକ ଇ-ପତ୍ରିକା। ଏହା ଘରୋଇ ଏବଂ ଅନ୍ତର୍ଜାତୀୟ ସାର ପରିଦୃଶ୍ୟ ସମେତ ସଦ୍ୟତମ ଘଟଣାକ୍ରମ, ମୂଲ୍ୟ ସ୍ଥିତିର ବିଶ୍ଳେଷଣ, ଉପଲବ୍ଧତା ଓ ବ୍ୟୟ, ଚାଷୀଙ୍କ ସଫଳତା କାହାଣୀ ଆଦି ବିଷୟରେ ସୂଚନା ଯୋଗାଇ ଦେବ।

ଅକ୍ଟୋବର ୧୭ ତାରିଖ ନରେନ୍ଦ୍ର ମୋଦୀ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026
Latest News

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026

ଶ୍ରୀଶ୍ରୀ ବାବା ପ୍ରତାପେଶ୍ବର ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

May 18, 2026

ପ୍ରଧାନମନ୍ତ୍ରୀଙ୍କ ଆଫସ୍ଲୁଇଟଡିଜକ୍ ଡ୍ୟାମ୍ ପରିଦର୍ଶନ

May 18, 2026

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କେରଳ କ୍ୟାବିନେଟ ଘୋଷଣା

May 17, 2026

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.