Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଠିକା ନିଯୁକ୍ତି ଉଚ୍ଛେଦ ପାଇଁ ବାହାରିଲା ବିଜ୍ଞପ୍ତି, ସମସ୍ତେ ଖୁସ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଠିକା ନିଯୁକ୍ତି ଉଚ୍ଛେଦ ପାଇଁ ବାହାରିଲା ବିଜ୍ଞପ୍ତି, ସମସ୍ତେ ଖୁସ

October 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।  ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଏପରି ଦିନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତି ଭିତ୍ତିକ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ନିଯୁକ୍ତି ଉଚ୍ଛେଦ ନେଇ ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଏହି ଉଚ୍ଥେଦ ହେବା କଥା ଘୋଷଣା କରିଥିବା ବେଳେ ଆଜି ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା। ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରାଯାଇଛି।

ସେ କହିଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ। ଏହା ଦ୍ବାରା ୫୭ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ଏଥିପାଇଁ ହାରାହାରି ୧୩୦୦କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ହେବ। ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ପରିବାର ପାଇଁ ଏହା ଆଗୁଆ ଦୀପାବଳୀ ବୋଲି ମୁଖ୍ୟମନ୍ତ୍ରୀ ଏକ ଅଭିଭାଷଣରେ ପ୍ରକାଶ କରିଥିଲେ।

Naveen Patnaik ନବୀନ ପଟ୍ଟନାୟକ ନବୀନଙ୍କ ଜନ୍ମଦିନ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ପରେ ରେଳ ସେବା: ବାତିଲ ରହିବ ଏହି ସବୁ ଟ୍ରେନ

September 27, 2026

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ

September 27, 2026

କ୍ରିକେଟ ଖେଳ ହେଲା କାଳ, ପଡ଼ିଆରେ ଟଳିପଡ଼ିଲେ ସରକାରୀ କର୍ମଚାରୀ

September 27, 2026

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

September 27, 2026
Latest News

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ପରେ ରେଳ ସେବା: ବାତିଲ ରହିବ ଏହି ସବୁ ଟ୍ରେନ

September 27, 2026

ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସରେ ଜିଲ୍ଲାସ୍ତରୀୟ ପ୍ରୋମୋ ମାରାଥନ ଅନୁଷ୍ଠିତ

September 27, 2026

ଏସୀୟ କ୍ରୀଡ଼ା: ଆସନ୍ତାକାଲି କ୍ୱାର୍ଟରଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ

September 27, 2026

ପିଣ୍ଡଦାନର ପରମ କ୍ଷେତ୍ର ‘ପାଦଗୟା’, ପିତୃପକ୍ଷରେ ବୃକ୍ଷରୋପଣ ଓ ଦାନ-ପୁଣ୍ୟର ମାହାତ୍ମ୍ୟ

September 27, 2026

ବିରୋଧୀଙ୍କ ପ୍ରବଳ ବିରୋଧ ପରେ ପଛକୁ ହଟିଲେ ବିଜୟ ସରକାର!: ପ୍ରତ୍ୟାହାର କଲେ ଏହି ନିଷ୍ପତ୍ତି

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.