Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଟିଡ଼ିସି ପକ୍ଷରୁ ପୁନଃ ଆରମ୍ଭ ହେଲା ଐତିହ୍ୟସ୍ଥଳୀକୁ ପଦଯାତ୍ରା କାର୍ଯ୍ୟକ୍ରମ
ଜାତୀୟ ଖବର

ଓଟିଡ଼ିସି ପକ୍ଷରୁ ପୁନଃ ଆରମ୍ଭ ହେଲା ଐତିହ୍ୟସ୍ଥଳୀକୁ ପଦଯାତ୍ରା କାର୍ଯ୍ୟକ୍ରମ

October 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଟିଡ଼ିସି ପକ୍ଷରୁ ପୁନଃ ଆରମ୍ଭ ହେଲା ଐତିହ୍ୟସ୍ଥଳୀକୁ ପଦଯାତ୍ରା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ପକ୍ଷରୁ ଓଡ଼ିଶା ଐତିହ୍ୟ ପଦଯାତ୍ରା (ଓଡ଼ିଶା ୱାକ୍ସ) କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ପୁରାତନ ଐତିହ୍ୟ ପୀଠ ସହିତ ସଂପର୍କ ଯୋଡ଼ିବାର ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଶୁକ୍ରବାରଠାରୁ ରବିବାର ତିନିଦିନ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଆଜି ଭୁବନେଶ୍ୱର ପର୍ଶୁରାମେଶ୍ୱର ମନ୍ଦିରଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଓଟିଡ଼ିସିର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ। ଖ୍ୟାତନାମା ଓଡ଼ିଆ ସେଲିବ୍ରିଟି ର୍ୟାପର୍‌ ସମୀର ରିଶୁ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଓଟିଡ଼ିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ, ଏହି ଯାତ୍ରା ଓଡ଼ିଶାର କଳା,ସଂସ୍କୃତି, ଉଚ୍ଚ ପରମ୍ପରା ଆଦିକୁ ଉଜ୍ଜୀବିତ କରିବା ପାଇଁ ଉଦ୍ଦିଷ୍ଟ। ଆମ ରାଜଧାନୀରେ ପ୍ରସିଦ୍ଧ ସ୍ଥାପତ୍ୟ ବହନ କରୁଥିବା ମୁକ୍ତେଶ୍ୱର ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଧଉଳି ଇତ୍ୟାଦି ପର୍ଯ୍ୟଟନ ଦୃଷ୍ଟିକୋଣରୁ ଅଧିକ ପରିଚିତ ଥିଲେ ମଧ୍ୟ ଏଠାରେ ଲୋକଲୋଚନକୁ ଆସିନଥିବା ବହୁ ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ରହିଛି, ଯାହା ପର୍ଯ୍ୟଟକ ଓ ଜନସାଧାରଣଙ୍କ ଦୃଷ୍ଟିଗୋଚରକୁ ଆସିବାର ଆବଶ୍ୟକତା ରହିଛି।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଓଟିଡ଼ିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯାଦବ କହିଲେ ଯେ ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟକୁ କେବଳ ପର୍ଯ୍ୟଟନର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ନୁହେଁ, ବରଂ ସ୍ଥାନୀୟ ଜନସାଧାରଣଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ସଂପର୍କରେ ଅବଗତ କରାଇବା ଓ ସଚେତନ କରାଇବା ନିମନ୍ତେ ଆମର ଲକ୍ଷ୍ୟ ରହିଛି।

ଆଜି ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହୋଇଥିବା ଏହି ଐତିହ୍ୟ ପଦଯାତ୍ରାରେ ପଦଯାତ୍ରୀମାନେ ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, କେଦାରଗୌରୀ ମନ୍ଦିର, ଶୁକସାରୀ ମନ୍ଦିର, ବୈତାଳ ଦେଉଳ ଏବଂ ଏକାମ୍ର ବନ ପରିଭ୍ରମଣ କରିଥିଲେ।

ଏହି ଐତିହ୍ୟ ପଦଯାତ୍ରାରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଉପରେ ଆଗ୍ରହ ରଖୁଥିବା ଭୁବନେଶ୍ୱରର ୫୦ରୁ ଊଦ୍ଧ୍ୱର୍ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇଥିଲେ। ଶ୍ରୀ ଜିତୁ ମିଶ୍ର୍ର ଏବଂ ରୋଜାଲିନ୍‌ ମିଶ୍ର ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲେ ଓଡ଼ିଶା ସରକାର

October 23, 2026
Latest News

ନଭେମ୍ବରରେ ୟୁଏଇରେ ପୁତିନ୍‌, ଟ୍ରମ୍ପ୍ ଏବଂ ଜେଲେନ୍‌ସ୍କିଙ୍କ ତ୍ରିପାକ୍ଷିକ ଆଲୋଚନା

October 24, 2026

ତାଇୱାନରେ ବାତ୍ୟା ‘ଚାମ୍ପି’ର ତାଣ୍ଡବ: ୧୦୦୦ ବିମାନ ଉଡ଼ାଣ ବାତିଲ

October 24, 2026

୨୦୨୭ ପୂର୍ବରୁ ପଞ୍ଜାବରେ ନୂଆ ମେଣ୍ଟ ସମୀକରଣ! ବାଦଲଙ୍କ ବୟାନରେ ବଢ଼ିଲା ଚର୍ଚ୍ଚା

October 24, 2026

ଶନିବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟଜନକ ଖବର, ଜାଣିଲେ ଖୁସି ହେବେ

October 24, 2026

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.